ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ଡକ୍ଟର ମହେନ୍ଦ୍ର ମହାନ୍ତି ହେଲେ କୁଳପତି

ଭଏସ ଅଫ୍ କମନ୍ସ ୦୬/୦୪୨୦୨୬ କଟକ

ବିଶିଷ୍ଟ ବୈଜ୍ଞାନିକ ସୁନାମଧନ୍ୟ ଶିକ୍ଷାବିତ୍ ସମାଜସେବୀ ବି ପି ସି ଏଲ ର ପୂର୍ବତନ ପ୍ରଥମ ଚେୟାର ପ୍ରଫେସର ଓଡ଼ିଶା କୃଷି ବୈଷୟିକ ମହାବିଦ୍ୟାଳୟ ର ପୂର୍ବତନ ପ୍ରଫେସର ଡକ୍ଟର ମହେନ୍ଦ୍ର ମହାନ୍ତି ଆଇ ଆଇ ଟି ଖଡକପୁର ଆଇ ଆଇ ଟି ଦିଲ୍ଲୀ ର ପୂର୍ବତନ ଛାତ୍ର ରହିବ ସହ ଦେଶ ଓ ବିଦେଶ ର ବହୁ ପ୍ରତିଷ୍ଠିତ ବିଶ୍ୱ ବିଦ୍ୟାଳୟ ସହ ବିଭିନ୍ନ୍ ଭାବେ ଜଡ଼ିତ ରହି ଆସିଛନ୍ତି।

ଜଣେ ସରଳ ନିଷ୍ଠାପର ଉତ୍ସର୍ଗୀକୃତ ଶିକ୍ଷାବିତ୍ ଓ ସମାଜସେବୀ ଭାବେ ସେ ମାହାଙ୍ଗା ସାଲେପୁର ର ବହୁ ସେବା ଅନୁଷ୍ଠାନ ରାଜ୍ୟ ବହୁ ଜରାଶ୍ରମ ଗୋ ଶାଳା ସହ ଜଡ଼ିତ ରହିବା ସହ କୃଷି ବୈଷୟିକ ବିଶ୍ୱ ବିଦ୍ୟାଳୟ ର ଜ୍ଞାନ କୌଶଳ କୁ ଚାଷୀ ଭାଇ ଙ୍କ ନିକଟରେ ପହଞ୍ଚାଇ ତୃଣ ମୂଳ ସ୍ତର ରେ କୃଷକ ର ଆର୍ଥିକ ଉଥାନ ପାଇଁ ସେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।

ସେ ଏକାଧିକ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ ର ବୋର୍ଡ ଅଫ ସ୍ତୁଡିଜ ର ସଦସ୍ୟ ରହିଥବା ବେଳେ ରାଜ୍ୟ ର ବହୁ ସାମାଜିକ ଅନୁଷ୍ଠାନ ସହ ସେବା କାର୍ଯ୍ୟ ସହ ଜଡିତ ରହୁଛନ୍ତି ।ଭଗବତୀ ବିଦ୍ୟାଳୟ ର ପୂର୍ବତନ ଛାତ୍ର ଭାବେ ସେ ବିଦ୍ୟାଳୟ ର ବିକାଶ ଓ ନିଜ ଜନ୍ମ ଭୂମି ମାହାଙ୍ଗା ର ସୁକ୍ଲେଶ୍ୱର୍ ଅଞ୍ଚଳ ସହ ଆବେଗିକ ଭାବେ ଜଡ଼ିତ।ତେବେ ମହାରାଜା ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱ ବିଦ୍ୟାଳୟ ବାରିପଦା ର କୁଲପତି ଭାବେ ମହାମହିମ ରାଜ୍ୟପାଳ ତାଙ୍କୁ ନିଯୁକ୍ତି ହୋଇ ଥିବାରୁ ବହୁ ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଜନତା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହି ସଫଳତା ପାଇଁ ବର୍ଷୀୟାନ ସମାଜସେବୀ ପ୍ରଫେସର ଦେବୀପ୍ରସାଦ ଦାସ ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ କାନୁନ୍ ଗୋ ଅଧିବକ୍ତା ଗୋପାଳ ମହାନ୍ତି ସୁପ୍ରିମ କୋର୍ଟ ର ଆଇନୀଯିବି କେ ଦେବଦତ୍ତ ସଂଗଠକ ଦୀନବନ୍ଧୁ ନାୟକ ସ୍ତମ୍ଭାକାର ବିବେକାନନ୍ଦ ଦାସ ସାମ୍ବାଦିକ ଉମାକାନ୍ତ ଜେନା ପୂର୍ବତନ ପ୍ରଶାସକ ଗନ୍ଧିବାଦ ର ପ୍ରବକ୍ତା ଶ୍ରୀ ଜୟନ୍ତ ଦାସ ପୂର୍ବତନ ରାଜସ୍ୱ ଆୟୁକ୍ତ ଶ୍ରୀ ଅନିଲ ସାମଲ ଅଧ୍ୟକ୍ଷ ଡକ୍ଟର ବିବେକାନନ୍ଦ ସିଂହ ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ସତ୍ୟ ରଞ୍ଜନ ରାଉତ ବୈଷୟିକ ଅଧିକାରୀ ଆଶିଷ ମହାନ୍ତି ପ୍ତଭୂଜି ପଞ୍ଚୁ ପାଣ୍ଡବ ଦାସ ସେବକ ଜରାଶ୍ରମ ର ସୁରେଶ ବିଶ୍ଵାଳ ଓ ଅଶୋକ ସ୍ବାଇଁ ଉଚ୍ଚ ନ୍ୟାୟାଳୟ ର ଅଧିବକ୍ତା ଶ୍ରୀ ରାମ ରାୟ ଉଦ୍ୟୋଗପତି ଦିନେଶ ଗୁପ୍ତା ଡକ୍ଟର ପ୍ରମୋଦ ସହୁ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.