ବଜ୍ରପାତ ନେଲା ଜୀବନ ।ଏକାଧିକ ମୃତାହତ

ଦିନକୁ ଦିନ ବଜ୍ରପାତ ରେ ମୃତ୍ୟୁ ସଙ୍ଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି । ବର୍ଷା ହେଲେ ତା ସହିତ ହେଉଥିବା ବଜ୍ରପାତ ପ୍ରତି ଏବେ ସାଧାରଣ ରେ ଆତଙ୍କ ସୃଷ୍ଟି ହେଲାଣି ।ଆଜି ଅପରାହ୍ନ ରେ ହୋଇଥିବା ବର୍ଷା ଓ ବଜ୍ରପାତରେ
ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଶିଙ୍ଗରପୁର ଗାଁରେ ବିଲରେ କାମ କରୁଥିବା ସମୟରେ ଶିଙ୍ଗରପୁର ଗାଁର ୪୬ବର୍ଷୀୟ ଲକ୍ଷ୍ମଣ ମୁର୍ମୁ ଓ ତାଙ୍କ ସ୍ତ୍ରୀ ସାକର ମୁର୍ମୁ ଙ୍କ ର ମୃତ୍ୟୁ ହୋଇଛି ।ରଉଭୟଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଭଦ୍ରକରେ ବଜ୍ରାଘାତରେ ଆଗରପଡ଼ା ଥାନା ଅନ୍ତର୍ଗତ ସାହୁପଡ଼ା ଗାଁର ୨୯ବର୍ଷୀୟ ଅମର ସେଠୀ ଜମିରେ ଚାଷ କରୁଥିବା ବେଳେ ବଜ୍ରାଘାତ ହୋଇଛି। ସେହିପରି ଗାଁର ତାରିଣୀ ମନ୍ଦିର ନିକଟରେ ଚାଷ କରୁଥିବା ବେଳେ ୫୮ବର୍ଷୀୟ ଚକ୍ରଧର ଦାସ ଙ୍କ ଅବସ୍ଥା ବଜ୍ରପାତ ରେ ଗୁରୁତର ରହିଛି ।
କେନ୍ଦୁଝର ଜିଲ୍ଲା ରେ

ହରିଚନ୍ଦପୁରରେ ଜଣେ ନାବାଳକଙ୍କ ମଧ୍ୟ ବଜ୍ରପାତ ରେ ମୃତ୍ୟୃ ହୋଇଛି । ତେଲକୋଇରେ କାଳିଆହତାରେ ବଜ୍ରପାତରେ ଗୋଟିଏ ପରିବାରର ୩ ଜଣ ବ୍ୟକ୍ତି ଆହତ ହୋଇ ଥିଲା ବେଳେ ୮ଟି ଗୋରୁ ଙ୍କ ର ମୃତ୍ୟୁ ଘଟିଛି । ଆଜି ଅପରାହ୍ନରେ ବର୍ଷା ସହିତ ବଜ୍ରପାତ ଯୋଗୁଁ ଘରେ ଥିବା ବେଳେ ବାଦବିଲ ଗ୍ରାମର କେତକୀ ମହାନ୍ତ, ତ୍ରିବେଣୀ ମହାନ୍ତ ଓ ସମ୍ପର୍କୀୟ ଅନୀତା ମହାନ୍ତ ଆହତ ହୋଇଛନ୍ତି।

Leave A Reply

Your email address will not be published.

sixteen + 13 =