ଖାକି ର ଖୋଲୁ ଆଖି
ଭରତପୁର ରେ ମହାଭାରତl ଦେଖିଲା ପରେ ତମାମ ଦେଶ ରେ ଖାକି ର ମାଟିଆ କପଡା ଉପରେ ଲାଗିଥିବା ଦାଗ କୁ ନେଇ ସାରା ଦେଶ ରେ ବିତର୍କ ଚାଲିଛି । ତେବେ ଆଉ କିଛି ଦିନ ପରେ ସତ ସିନା ପଦାକୁ ଆସିବ ହେଲେ ପୁଲିସ ବିଭାଗ କୁ ଆତ୍ମ ସମୀକ୍ଷା କରିବାର ସମୟ ଆସିଯାଇଛି ବୋଲି ସମସ୍ତ ଙ୍କୁ ସ୍ୱିକର କରିବାକୁ ପଡିବ ।
ଇଂରେଜ ଅମଳ ର ମାନସିକତା ବଦଳାଇବା କୁ ପଡ଼ିବ । ଆଜି ବି ସାଧାରଣ ମଣିଷ ଟିଏ ଥାନା କୁ ଯିବାକୁ ଡରୁଛି । ଅନେକ ସ୍ଥାନ ରେ ଖରାପ ବ୍ୟବହାର କରାଯାଉଥିଲା ବେଳେ ଅଭିଯୋଗ ଗ୍ରହଣ କରାଯାଉ ନାହିଁ । ଇଉନିଫର୍ମ ପିନ୍ଧିଥିବା ସଂଖ୍ୟାଧିକ ପୋଲିସ ନିଜ ଦାୟିତ୍ୱ ବୋଧ ଭୁଲି ବଟି ସଂଗ୍ରହ ଠୁ ଆରମ୍ଭ କରି ଦୁର୍ନୀତି ରେ ବୁଡି ରହୁଛି ।
ଏଥିଲାଗି ଏହି ବିଭାଗ ରେ ଥିବା ବହୁ ସଚ୍ଚୋଟ ଅଧିକାରି ହତୋତ୍ସହ ହେଉଛନ୍ତି।
ରାଜ୍ୟ ପୁଲିସ ବିଭାଗ ରେ ବି ବୃତ୍ତିଗତ ଦକ୍ଷତା ହ୍ରାସ ହେଲା ପରି ଏକ ବାର୍ତ୍ତା ସମାଜ କୁ ଯାଉଥିବାର ଅଭିଯୋଗ ଆସୁଛି । ଯୋଉଥିପାଇଁ
ରାଜ୍ୟ ରେ ଅଭିଯୁକ୍ତ ଙ୍କ ଦଣ୍ଡ ପାଇବାର ହାର ହେଉଛି ମାତ୍ର ୧୧.୯ ପ୍ରତିଶତ ।ଏହି ହାର
ମିଜୋରାମ ରେ ୯୫.୩ ଆନ୍ଧ୍ର ରେ ୬୪.୪ ବିହାର ରେ ୫୯.୧ ଛତିଶଗଡ ରେ ୫୩.୬ କେରଳ ରେ ୮୬.୪ନାଗାଲାଣ୍ଡ ରେ ୬୩.୭ ରାଜସ୍ଥାନ ରେ ୫୧.୭ତେଲେଙ୍ଗାନା ୫୭.୩ ତାମିଲନାଡୁ ରେ ୫୬.୨ ରେ ଦଣ୍ଡ ବିଧାନ ହାର ରହିଛି
ତେବେ ସାକ୍ଷୀ ମାନେ ସାକ୍ଷ୍ୟ ପ୍ରମାଣ ରୁ ଓହରିବା ବା ଠିକ୍ ଭାବରେ ପ୍ରମାଣ ସଂଗ୍ରହ ନ କରାଯିବା ତଦନ୍ତ ରେ ତ୍ରୁଟି ବିଚାରାଳୟ ରେ ବିଚାର ପାଇଁ ଅଧିକ ସମୟ ଲାଗିବା ଅଧିବକ୍ତା ଙ୍କ ମକଦ୍ଦମା ପରିଚାଳନାରେ ତ୍ରୁଟି ଅଭିଯୁକ୍ତ ଙ୍କ ଦଣ୍ଡ ହାର ରେ ହ୍ରାସ ର କାରଣ ହୋଇଥାଇପାରେ ବୋଲି କୁହା ଯାଇ ପରେ ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଅନେକ ସମୟ ରେ ପୁଲିସ ହାଜତ ରେ ମୃତ୍ୟୁ କଥା ଲୋକ ଲୋକଲୋଚନକୁ ଆସୁଛି ।ପୁଲିସ ର ଅକଥନୀୟ ନିର୍ଯ୍ୟାତନା ର କାହାଣୀ ର ତାଲିକା ବେଶ୍ ଲମ୍ବ ଯାହା ଆମର ଗଣତାନ୍ତ୍ରିକ ଅଧିକାର ଓ ମୌଳିକ ଅଧିକାର କୁ ହନନ କରୁଛି । ସଭ୍ୟ ସମାଜ ରେ ପୁଲିସ ଉପରେ ଏମିତି ଅଭିଯୋଗ ମାନବିକ ଅଧିକାର ଉପରେ ଏକ କଳଙ୍କ ବୋଲି କୁହାଯାଇପରିବ।।
ତେବେ ପୁଲିସ ଉପରେ ଆସୁଥିବା ଯେ କୌଣସି ଅଭିଯୋଗ ପୁଣି ସେଇ ପୁଲିସ ପାଖରେ କରିବାକୁ ବ୍ୟବସ୍ଥା ଥିବାରୁ ଜଣେ ପୀଡ଼ିତ ବା ପୀଡିତା କୁ ନ୍ୟାୟ ମିଳିବାରେ ସମ୍ଭାବନା କମ ।ତେବେ ସ୍ଥଳ ବିଶେଷ ରେ ଉପରିସ୍ଥ ଅଧିକାରୀ ମାନେ ଏଥିଲାଗି ଅଭିଯୁକ୍ତ ଆରକ୍ଷୀ ଙ୍କ ଉପରେ ନିଲମ୍ୱନ ଆଦେଶ ଦେଇ ଦେଇ ବସେଇ କି ବେତନ ଦେବାର ବ୍ୟବସ୍ଥା କରି ଦେଇ ପୁଣି କିଛି ଦିନ ପରେ ପୁଣି ଚାକିରୀ ପୁନଃ ଅବସ୍ଥାପିତ କରନ୍ତି ବା ବଦଳି କରିଦିଅନ୍ତି ଯାହା ଏକ ସମାଧାନ ନୁହେଁ । ବରଂ ଏହାଦ୍ବାରା
ସେ ପୁନଶ୍ଚ ନୂଆ ଜାଗା ରେ ନୂଆ ଭାବ ରେ ଥାନା କୁ ଆସୁଥିବା ସାଧାରଣ ଜନତା ଉପରେ ସେମାନେ ଅତ୍ୟାଚାର କରନ୍ତି ।
ତେଣୁ ବର୍ତ୍ତମାନ ସମୟ ରେ ପୁଲିସ କୁ ସଭ୍ୟ ହେବା ସହ ଆଧୁନିକ ଜ୍ଞାନ କୌଶଳ ରେ ଅଧିକ ବୃତ୍ତିଗତ ସ୍ତର ରେ। ଦକ୍ଷ ହେବାର ସମୟ ଆସିଛି ।ଯେପରିକି ଅଧିକ ରୁ ଅଧିକ ଅଭିଯୁକ୍ତ ଦଣ୍ଡିତ ହୋଇପାରିବେ। ଏବଂ ପୁଲିସ ର ସାଧାରଣ ଜନତା ପ୍ରତି ବ୍ୟବହାର ମଧ୍ୟ ଠିକ୍ ରହିପାରିବ । ମାନ୍ୟବର ସୁପ୍ରିମ କୋର୍ଟ ବିଗତ ୨୦୦୬ ମସିହା ର ଏକ ଆଦେଶ ରେ ପୁଲିସ ବିରୁଧ ରେ ଅଭିଯୋଗ ର ଶୁଣାଣି ପାଇଁ ପୁଲିସ କମପ୍ଲେନ୍ ଅଥରିଟୀ (ଆରକ୍ଷୀ ଅଭିଯୋଗ ଆୟୁକ୍ତ)
ଗଠନ କରିବାକୁ ପ୍ରତି ରାଜ୍ୟ ସରକାର ଙ୍କୁ ନିର୍ଦ୍ଦେଶ ଦେଇଥିଲା ବେଳେ ଏ ଯାଏ ଏହା ରାଜ୍ୟ ରେ ଗଠନ କରାଯାଇ ନାହିଁ ।ବରଂ ବିଗତ ସରକାର ସମୟ ରେ ମୋ ପୋଲିସ ନାଁ ରେ ହଜାର ହଜାର କୋଟି ଟଙ୍କା ଖର୍ଚ କରାଯାଇଛି । ପୋଲିସ ଭିତରେ ଦକ୍ଷତା ରହିଛି ।ବହୁ ଗୁରୁତ୍ୱପୁର୍ଣ୍ଣ ମାମଲା କୁ ଦୃତ ଗତି ରେ ସମାଧାନ କରିବାର ନଜିର ବି ରହିଛି ।ହେଲେ ପୋଲିସ ଉପରେ ବି ରାଜନୈତିକ ହସ୍ତକ୍ଷେପ ବନ୍ଦ ହେବା ଉଚିତ୍ ।ଆବଶ୍ୟକୀୟ ସ୍ୱାଧୀନତା ଦିଆଯିବ ଉଚିତ୍ । ପୋଲିସ ଉପରେ କାର୍ଯ୍ୟ ର ଚାପ୍ ବି ବହୁତ୍ ଅଧିକ ଥିବାରୁ ଅଧିକ ଦକ୍ଷ ମାନବିକ ସମ୍ଭଳ ନିଯୁକ୍ତି ର ଆବଶ୍ୟକତା ରହିଥିଲା ବେଳେ ତଦନ୍ତ ,ଆଇନ ଶୃଙ୍ଖଳା ରକ୍ଷା ,ଭି ଭି ଆଇପି ଙ୍କ ସୁରକ୍ଷା ପାଇଁ
ବିଭାଗୀକରଣ ସହ ତଦନ୍ତ ରେ ଅଧିକ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର ହେଲେ ଅଧିକ ଅଭିଯୁକ୍ତ ଦଣ୍ଡ ପାଇ ପାରିବେ ।
ଦେଶ ର ସୁରକ୍ଷା ପାଇଁ ଉଭୟ ସେନା ଓ ପୁଲିସ ଗୋଟିଏ ମୁଦ୍ରା ର ଦୁଇ ପାର୍ଶ୍ଵ ।ବହିଃ ଶତ୍ରୁ ଆକ୍ରମଣରୁ ରୁ ସେନା ଦେଶ କୁ ରକ୍ଷା କରୁଥିଲା ବେଳେ ଦେଶ ଭିତର ର ଆଇନ ଶୃଙ୍ଖଳା ଅପରାଧ କୁ ପୋଲିସ ନିୟନ୍ତ୍ରଣ କରେ । ତେଣୁ ପୁଲିସ ବ୍ୟବସ୍ଥା ତୁରନ୍ତ ବିକଶିତ ହେବାର ଆବଶ୍ୟକତା ରହିଛି ।