
ବିପୁଳ ବିନମ୍ରତା ର ବିରଳ ଚିକିତ୍ସକ ପ୍ରଫେସର ଡକ୍ଟର ବିଦ୍ୟୁତ୍ ଦାସ
ତାଙ୍କ ହାତ ର କାଉଁରୀ ସ୍ପର୍ଶ ରେ ପାଙ୍ଗୁ ଯେମିତି ଗିରି ଲଂଘନ କରେ । ଅପସରି ଯାଏ ଶରୀର ର ବେଦନା ।ଦୈନିକ ତିନିଶହ ରୁ ଚାରିଶହ ରୋଗୀ ଦେଖି ତାଙ୍କ ପାଇଁ ବ୍ୟବସ୍ଥା ପତ୍ର ଲେଖି ଥିଲା ବେଳେ ବିଲମ୍ୱିତ ରାତି ଯାଏ ଶେଷ ରୋଗୀ ଟିକୁ ଚିକିତ୍ସା କରିବା ଯାଏ ସେ ଭେଷଜ ମହାବିଦ୍ୟାଳୟ ରେ ରୁହନ୍ତି । ନାଁ ଥାଏ କ୍ଳାନ୍ତି ନାଁ ଅଭିଯୋଗ କି ଅହଙ୍କାର ।ସତରେ ରୋଗୀ ଯେମିତି ତାଙ୍କ ପାଇଁ ଜିଅନ୍ତା ଦେବତା ଆଉ ସେ ହେଉଛନ୍ତି ତାର ପୂଜାରୀ ।ଦେଶ ର ବହୁ ପଡୋଶୀ ରାଜ୍ୟ ରୁ ତାଙ୍କ ଠାରୁ ଚିକିତ୍ସା ସେବା ପାଇଁ ଲୋକ ଙ୍କର ସୁଅ ଛୁଟି ଥିଲା ବେଳେ ନିଜର ସୁନାମ କୁ ନେଇ ମନରେ ଏତେ ଟିକେ ବି ନଥାଏ ଅଭିମାନ ।ଅନନ୍ତ ସରଳତା ର ବିପୁଳ ଆଉ ବିରଳ ବ୍ୟକ୍ତିତ୍ଵ ସେ ।ସବୁଠୁ ବଡ କଥା ହେଉଛି ଘରେ ହେଉ କି କୌଣସି ନର୍ସିଂ ହୋମ ରେ ସେ ଅର୍ଥ ନେଇ ରୋଗୀ ଦେଖନ୍ତି ନାହିଁ । ଅବସର ନେଲା ପରେ ବି ସରକାର ତାଙ୍କୁ ଚୁକ୍ତି ଭିତ୍ତି ରେ ଭେଷଜ ମହାବିଦ୍ୟାଳୟ ରେ ନିଯୁକ୍ତି ଦେଇ ଥିଲେ ବି ସେ ନିଜର ସିଦ୍ଧାନ୍ତ ଓ ବିଚାର ରେ ଅଟଳ ରହିଛନ୍ତି ।
ଏବେ ଡାକ୍ତର ମାନଙ୍କ ଭିଡ ଭିତରେ ରୋଗୀ କୁ ସତସତିକା ନିଶ୍ୱର୍ଥ ସେବା ଦେଲା ଭଳି ଚିକିତ୍ସକ ଟିର ରହିଛି ଘୋର ଅଭାବ ।ଭୋଗବାଦୀ ଭୌତିକ ଦୁନିଆ ରେ ଅତିମାତ୍ରାରେ ରେ ସ୍ୱାର୍ଥପର ହୋଇ ଯାଇଥିବା ମଣିଷ ମଣିଷ କୁ ଲୁଣ୍ଠନ କଲାବେଳେ ସିଂହଭାଗ ଡାକ୍ତର ଓ ବେସରକାରୀ ହସ୍ପିଟାଲ ରୋଗୀ ଟି କୁ ଦେଖିଲେ ଶାଗୁଣା ବିଲୁଆ ପରି ଅର୍ଥ ଝୁଣି ଖାଇ ଯିବା ର ଅଭିଯୋଗ ବାରମ୍ବାର ସାଧାରଣ ରେ ହେଉଥିଲା ବେଳେ ବିଚାର ଗରିବ ଲୋକ ଟି ବେଶୀ ହଇରାଣ ହରକତ ହେଉଛି । ତଥାପି କୋଉଠି କେମିତି ଅଳ୍ପ କିଛି ଚିକିତ୍ସକ ସବୁ ଲୋଭ ମୋହ ଅର୍ଥ ପ୍ରତି ଆସକ୍ତି କୁ ପଛ କରି ସେବା କୁ ନିଜର ବୃତ୍ତି ଆଉ ପ୍ରବୃତ୍ତି ରେ ପରିଣତ କରି ପାଲଟି ଯାଇଛନ୍ତି ସତ୍ ସତିକା ଦେବ ସୁଲଭ ଚେତନା ର ଦିବ୍ୟ ମଣିଷ ।ରୋଗୀ ଟିଏ ପାଖକୁ ଆସିଲେ ଶିକାର ନୁହେଁ ବରଂ ଶ୍ରଦ୍ଧାର ସହ ଆପଣା ଲୋକ ପରି ଆଦରି ନେଇଛନ୍ତି ।ନାଆଁ ସେମାନେ ଙ୍କ ପାଖରେ ଅଛି ଅର୍ଥ ର ଆନୁରକ୍ତି ନାଁ ବହୁତ୍ ଧନୀ ହେବାର ଆସକ୍ତି ।
ଏମିତି ଚିକିତ୍ସକ ଙ୍କ ନାଁ ଖୋଜିଲେ ପ୍ରଫେସର ବିଦ୍ୟୁତ୍ ଦାସ ଙ୍କ ନାଁ ସମସ୍ତ ଙ୍କ ଦୃଷ୍ଟି ଆକର୍ଷଣ କରେ । ତିନି ଦଶକ ରୁ ଅଧିକ ସମୟ ଜଣେ ଡକ୍ଟର ଭାବେ କାର୍ଯ୍ୟ କରିଥିବା ଡାକ୍ତର ବିଦ୍ୟୁତ୍ ଦାସ ଏସ ସି ବି ରେ ରୁମା ଟେ ଲୋଜି ଓ ଇମ୍ମୁନଲୋଜି ରେ ପ୍ରଫେସର ରହିଥିଲା ବେଳେ ଏବେ ଆଜୀବନ ସେବା ପାଇଁ ତାଙ୍କୁ ଲାଇଫ ଟାଇମ ଆଚି ଭର ପୁରସ୍କାର ରେ ରାଜ୍ୟ ର ସ୍ବାସ୍ଥ୍ୟ ମନ୍ତ୍ରୀ ସମ୍ମାନୀତ କରି ଛନ୍ତି । ସେବା ଆଉ ଶିକ୍ଷାଦାନ ରେ ସମର୍ପିତ ସେ ଏମିତି ଜଣେ ଚିକିତ୍ସକ ଯେ ଖାଲି ଚିକିତ୍ସା ରେ ସୁନାମ ନୁହେଁ ବରଂ ଜଣେ ନିର୍ଲୋଭ୍ ନିଷ୍ଠାପର ନିଆରା ଚିକିତ୍ସକ ଭାବେ ସେ କେବଳ ରାଜ୍ୟ ରେ ନୁହେଁ ବରଂ ଦେଶ ରେ ସୁନାମ ଅର୍ଜନ କରିଛନ୍ତି ।
କେବେ କୌଣସି ବେସରକାରୀ ଅନୁଷ୍ଠାନ ବା ଚିକିତ୍ସାଳୟ କୁ ଯିବା ର କେବେ କେହି ଦେଖି ନାହାନ୍ତି । ବିଳମ୍ବିତ ରାତ୍ରି ଯାଏ ଜଣେ ବି ରୋଗୀ ଥିଲେ ଏସ ସି ବି ଭେଷଜ ମହାବିଦ୍ୟାଳୟ ରେ ସେ ନିଜେ ସବୁ ରୋଗୀ ଙ୍କୁ ଚିକିତ୍ସା କରନ୍ତି । ରୋଗ ନିରୂପଣ ହେବା ଯାଏ ଔଷଧ ଦିଅନ୍ତି ନାହିଁ ।ଅନାବଶ୍ୟକ ପରୀକ୍ଷା ନିରୀକ୍ଷା କରି ରୋଗୀ କୁ ଆର୍ଥିକ ଦୃଷ୍ଟିରୁ ଅସୁବିଧା ରେ କେବେ ପକାନ୍ତି ନାହିଁ ।ଔଷଧ ବାହାରୁ ନ କିଣି କେବଳ ସରକାରୀ ନିଦାନ ରୁ ଔଷଧ ନେବାକୁ ସବୁ ବେଳେ ସେ ରୋଗୀ ଙ୍କୁ ଉପଦେଶ ଦେଇ ଥାଆନ୍ତି । ଜଣେ ଅତି ସରଳ ବ୍ୟକ୍ତି ଭାବେ ଜଣାଶୁଣା ବିଦ୍ୟୁତ୍ ଦାସ ଙ୍କ ନାଁ କୁ ଶ୍ରଦ୍ଧା ର ସହ ଓଡ଼ିଶା ର ଚିକିତ୍ସା ଜଗତ ରେ ନିଆଯାଉଥିଲା ବେଳେ ଏମିତି ଜଣେ ଚିକିତ୍ସକ ସତରେ ଆଜି କଲି ସମୟ ରେ ବିରଳ କହିଲେ ଅତ୍ୟୁକ୍ତି ହେବ ନାହିଁ