ଆଉ ଜଣେ ଅଶ୍ଵିନୀ କୁମାର ଙ୍କ କଥା :-ପାଞ୍ଚ ଟଙ୍କା ରେ କରନ୍ତି ଚିକିତ୍ସା

ଗୋଟେ କାନ୍ଥ କୁ ଡେରି ହୋଇ ଖୋଲା ପାଦ ଟିକୁ ସନ୍ତର୍ପଣରେ ରେ ଲମ୍ୱେଇ ଅତି ମମୁଲି ସାଧା ସିଧା ପୋଷକ ପିନ୍ଧି ତିନି ଟଙ୍କିଆ କଲମରେ ବ୍ୟକ୍ତି ଜଣଙ୍କ ଯାହା ଲେଖୁଥିବେ ସେ ହୋଇଥିବ ଡକ୍ଟର ଙ୍କ ବ୍ୟବସ୍ଥା ପତ୍ର ଆଉ ସେଇ ମଣିଷ ଟି ହୋଇଥିବେ ଏମ ବି ବି ଏସ ପରୀକ୍ଷାର ସ୍ଵର୍ଣ୍ଣପଦକ ବିଜେତା ଓ କଲିକତା ବିଶ୍ଵବିଦ୍ୟାଳୟ ର ଭେଷଜ ବିଜ୍ଞାନ ର ଏମ ଡି ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା କର୍ଣ୍ଣାଟକର ଡକ୍ଟର ଶଙ୍କର ଗୌଡା ।
ନିଜର କ୍ଲିନିକ୍ ଟିଏ ସେ କରିନାହାନ୍ତି

ସହର ଠାରୁ ୩ କି ମି ଦୂର ରେ ଏକ ଦୁଇ ବାଖୁରିଆ ଘରେ ସେ ରୁହନ୍ତି।ଏକ ଜଳଖିଆ ଦୋକାନ ଆଗରେ ନିଜ ସାଇକଲ ଉପରେ ବସି ସକାଳ ୭ ରୁ ସନ୍ଧ୍ୟା ୭ ଟା ଯାଏ ସେ ରୋଗୀ ଦେଖନ୍ତି । ମାତ୍ର ୫ ଟଙ୍କା ବଦଳରେ ସେ ଗରିବ ରୋଗୀ ମା ନ ଙ୍କୁ ତନ ତନ କରି ପରୀକ୍ଷା କରିବା ସହ ଜେନେରିକ ଔଷଧ ଲେଖିନ୍ତି ।ଆଜି କାଲି ସମୟ ରେ ଡାକ୍ତର ମନେ ଅତିମାତ୍ରାରେ ରେ ଅର୍ଥ କେନ୍ଦ୍ରିକ ହୋଇଯାଇଥିଲା ବେଳେ ଡକ୍ଟର ଶଙ୍କର ଙ୍କ ପରି ମହାନ୍ ବ୍ୟକ୍ତିତ୍ଵ ସମାଜ ପାଇଁ ବିରଳ ଆଦର୍ଶ

Leave A Reply

Your email address will not be published.

ten − 6 =