ରେଳବାଇ ବୋର୍ଡ ର ପ୍ରଥମ ମହିଳା ଅଧ୍ୟକ୍ଷା

ଶ୍ରୀମତୀ ଜୟା ବର୍ମା ଶର୍ମା ରେଳବାଇ ବୋର୍ଡ ର ପ୍ରଥମ ମହିଳା ଅଧ୍ୟକ୍ଷା ଭାବେ
ନିଯୁକ୍ତି ପାଇବାକୁ ଯାଉଥିଲା ବେଳେ ସେ ମୁଖ୍ୟ ପରିଚାଳନା ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରିବେ ।

୧୯୮୮ ମସିହାରେ ଆହ୍ଲାବାଦ ବିଶ୍ଵବିଦ୍ୟାଳୟ ରୁ ଶିକ୍ଷା ସମାପ୍ତ କରି ରେଳବାଇ ର ଟ୍ରାଫିକ ସେବାରେ ଯୋଗ ଦେଇ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ରେ ରହି ନିଜର ଦକ୍ଷତା ପ୍ରମାଣିତ କରିଥିଲା ବେଳେ ସିଆଲଦା ଡ଼ିଭିଜନ ରେ ଡି ଆର ଏମ ମଧ୍ୟ ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି ।

ଏହି ପଦବୀରେ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ପ୍ରଥମ ମହିଳା। କ୍ୟାବିନେଟ ନିଯୁକ୍ତି କମିଟି ଜୟାଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଥିଲା ବେଳେ
ସମ୍ପ୍ରତ୍ତି ସେ ରେଳବାଇ ବୋର୍ଡର ପରିଚାଳନା ଏବଂ ବ୍ୟବସାୟ ବିକାଶ ବିଭାଗର ସଦସ୍ୟ ଅଛନ୍ତି। ଅନିଲ କୁମାର ଲାହୋଟିଙ୍କ ସ୍ଥାନରେ ସେ ନିଯୁକ୍ତି ପାଇ ସେପ୍ଟେମ୍ବର ୨୦୨୩ ଦାୟିତ୍ୱ ଗ୍ରହଣ କରି ଓ ୨୦୨୪ ବର୍ଷ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ।

Leave A Reply

Your email address will not be published.

one × five =