ଭଏସ ଅଫ କମନ୍ସ

ମଣିଷ ଗଛ – ମିନକେତନ

ମୂଲିଆ ମଣିସ ସେ ,,ମୁଲ ଲାଗିଲେ ଚୁଲି ଜଳେ ।ନିଜର ବୋଲି ଘର ଖଣ୍ଡେ ନାହିଁ । କେନାଲ ବନ୍ଧ ଉପରେ ଚାଳିଆ କରି ପଡ଼ି ରହିଛନ୍ତି ।କଟକ ଜିଲ୍ଲା ର ସାଲେପୁର ବ୍ଲକ ରେ ମିର୍ଜପୁର ଗାଁ ରେ ସେଇ ଚାଳିଆ ରେ ପରିବାର ନେଇ ରୁହନ୍ତି ସେ । ଗଛ କୁ କିନ୍ତୁ ପୁଅ ଝିଅ ପରି ଭଲ ପାଆନ୍ତି ।ବିଭିନ୍ନ ଜାଗାରେ ଗଛ ଲଗେଇ ତାର ଯତ୍ନ ନିଅନ୍ତି ।ଗୋବରୀ କୂଳରେ ଲଗାଇଥିବା ବର ଓସ୍ତ ସବୁ ଏବେ ବଡ ବଡ ହେଇ ଦୂରନ୍ତ ଆକାଶ ଆଡ଼କୁ। ମୁଣ୍ଡ ଟେକିବା ଆରମ୍ କଲେଣି

ପାଠ ପଢି ନାହାନ୍ତି ସେ । ହେଲେ ସେଇ ସରଳ ନିରୀହ ମଣିଷ ଙ୍କ ମନରେ ଗଛ ପ୍ରତି ଥିବା ଅନନ୍ତ ଶ୍ରଦ୍ଧା କୁ ଅନୁଭବ କଲେ ପରିବେଶ ପ୍ରତି ତାଙ୍କର ଅନୁରାଗ ହୃଦୟ କୁ ଆନ୍ଦୋଳିତ କରେ ।

କେବେ ନୃସିଂହ ପୁରାଣ ରେ ଶୁଣିଥିଲେ ଯେ ଗଛ ଟିଏ ଲଗେଇଲେ ମିଳେ ଯଜ୍ଞ ର ଫଳ । ସେଇ କଥା ପଦେ ଆଜି ତାଙ୍କୁ ପରିଣତ କରିଛି ମଣିଷ ଗଛ ରେ ,,

କେଜାଣି କାହିଁକି ଆଖ ପାଖ ର ଲୋକ କୋଉଠି କୋଉଠି ମିନା ଲଗାଇଥିବା ଗଛ କୁ

ଏବେ ମିନା ବର କହିବା ଆରମ୍ଭ କଲେଣି । ସେଇ ମଣିଷ ଗଛ ମୀନ କେତନ ଙ୍କ ସହ ଏକ ଅନ୍ତରଙ୍ଗ ଆଳାପ

Leave A Reply

Your email address will not be published.

three + 7 =