ଆଇ ନାହାନ୍ତି ଗୀତି କବି କୃଷକ ନେତା ତଥା ଶିକ୍ଷାବିତ୍ ନରେନ୍ଦ୍ର ପରିଡ଼ା । ତାଙ୍କ ପରଲୋକ ରେ ମାହାଙ୍ଗା ରେ ଶୋକ ର ଛାୟା
ମାହାଙ୍ଗା ର ବର୍ଷୀୟାନ ଗୀତି କବି ଅବସର ପ୍ରାପ୍ତ ଶିକ୍ଷକ କୃଷକ ନେତା ତଥା ସରଳ ଦରଦୀ ମଣିଷ ଭାବେ ଜଣାଶୁଣା ନରେନ୍ଦ୍ର ପରିଡ଼ା ଙ୍କ ର ପରଲୋକ ହୋଇଯାଇଛି । ଚାହାପଡ଼ା ପଞ୍ଚାୟତ ର ଜହଳ ଗ୍ରାମର ନରେନ୍ଦ୍ର କୁମାର ପରିଡ଼ା ବାର୍ଦ୍ଧକ୍ୟ ଜନିତ ରୋଗରେ କିଛିଦିନ ହେବ ପୀଡ଼ିତ ଥିଲେ ଆଜି ସନ୍ଧ୍ୟା ୮ ଘଟିକା ସମୟରେ ନିଜ ଜହଳସ୍ଥିତ ବାସ ଭବନରେ ଦେହାନ୍ତ ହୋଇଯାଇଛି ।ଅବସର ପରେ ସାହିତ୍ୟ ସଂଗଠନ ସମାଜସେବା ସହ ଗୀତି କବିତା ଲେଖି ସେ ଓଡ଼ିଶାର ସାରସ୍ୱତ ବିଭବ କୁ ସନୃଢ଼ କରିଥିଲା ବେଳେ ତାଙ୍କ ଦ୍ଵାରା ଅନେକ ବହି ଲେଖାଯାଇ ପ୍ରକାଶିତ ହୋଇଛି ଏବଂ କିଛି ପ୍ରକାଶନ ଅପେକ୍ଷାରେ ରହିଛି । ବହୁ ଅନୁଷ୍ଠାନ ତାଙ୍କର ଜୀବନ ର ସାମଗ୍ରିକ ସାହିତ୍ୟ ସାଧନା ପାଇଁ ତାଙ୍କୁ ସମ୍ମାନୀତ କରିଥିଲେ ।
ତାଙ୍କର ଦେହାନ୍ତ ଖବର ପାଇ ବହୁ ସଂଗଠନ ଓ ଦିଶିସ୍ଥ ବ୍ୟକ୍ତି ଦୁଃଖ ପ୍ରକାଶ କରିବାସହ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।।