ଇଲେକ୍ଟରାଲ ବଣ୍ଡ ର ଇତି ବୃତ୍ତି
ଆଡ଼ଭୋକେଟ୍ ସତ୍ୟନାରାୟଣ ଦାସ (କାର୍ଯ୍ୟକାରୀ ସମ୍ପାଦକ ଭଏସ ଅଫ କମନ୍ସ)
ଜନତାଙ୍କ ଅଗୋଚର ରେ ରାଜନୈତିକ ଦଳ ମାନେ ନେଇ ଥାନ୍ତେ କି କମ୍ପାନୀ ଓ ବ୍ୟକ୍ତିବିଶେଷ ଙ୍କ ଠାରୁ ମୋଟା ଅଙ୍କର ଚାନ୍ଦା ??? କେମିତି ଖର୍ଚ୍ଚ କରି ଥାନ୍ତେ ସେଇ ଅର୍ଥ କୁ ??? ନିଜର ଉଦ୍ଦେଶ୍ୟ ପୂରଣ ପାଇଁ ଏହା ଲାଞ୍ଚ ର ବିକଳ୍ପ ଭାବେ ରାଜନୈତିକ ଦଳ ଗୁଡ଼ିକୁ କମ୍ପାନୀ ମାନଙ୍କ ପକ୍ଷରୁ ଦିଆଯାଇ ଜନସ୍ବାର୍ଥ ରେ ବାଧକ ସାଜିଥନ୍ତା କି ???
ସରକାର ଓ ବ୍ୟବସାୟିକ ସଂଗଠନ ବା କମ୍ପାନୀ ଭିତରେ ଏହି ବଣ୍ଡ ଦ୍ଵାରା ଅସାଧୁ ମେଣ୍ଟ ଶକ୍ତିଶାଳୀ ହେବାର ସମ୍ଭାବନା ଥିଲା କି ??? ଏମିତି ଅନେକ ଅସମାହିତ ପ୍ରଶ୍ନ ର ଉତ୍ତର ମାନ୍ୟବର ସୁପ୍ରିମ କୋର୍ଟ ଙ୍କ ନିର୍ଦ୍ଦେଶ ରେ ସ୍ପଷ୍ଟ ହେଲା ପରେ ଏହି ବଣ୍ଡ ଏବେ ପାଲଟିଛି ଏକ ରହସ୍ୟମୟ ଅତୀତ ।
ଭାରତ ରେ ରାଜନୈତିକ ଦଳ
ଗୁଡ଼ିକୁ ପାଣ୍ଠି ଯୋଗାଇବା ଲାଗି ଇଲେକଟରାଲ ବଣ୍ଡ୍ କୁ ଏକ ଆଇନ ଦ୍ଵାରା ଜାରି କରାଯାଇଥିଲା । ଭାରତ ର ଯେ କୌଣସି ବ୍ୟକ୍ତି ବିଶେଷ ବା ଅନୁଷ୍ଠାନ ଏହି ବଣ୍ଡ୍ କୁ ବ୍ୟକ୍ତିଗତ ଭାବେ ବା ମିଳିତ ଭାବେ କ୍ରୟ କରିବାର ବ୍ୟବସ୍ଥା ଥିଲା । ଏକ ହଜାର/
ଦଶ ହଜାର/ ଏକ ଲକ୍ଷ/ ଦଶ ଲକ୍ଷ/ ଏକ କୋଟି ଟଙ୍କା ର ମୁଖ ମୂଲ୍ୟ (ଫେସ୍ ଭାଲୁ)ରେ ମିଳୁ ଥିବା ଏହି ବଣ୍ଡ କୁ କ୍ରୟ କରି ଯେ କୌଣସି ବ୍ୟକ୍ତି ବିଶେଷ ବା ଅନୁଷ୍ଠାନ ବା କମ୍ପାନୀ ରାଜନୈତିକ ଦଳ କୁ ଦାନ ଆକାର ରେ ଦେଲେ ସେଇ ରାଜନୈତିକ ଦଳ ଏହାକୁ ଷ୍ଟେଟ ବ୍ୟାଙ୍କ ରେ ଆକାଉଣ୍ଟ ରେ ନିର୍ଦ୍ଦିଷ୍ଟ ସମୟ ଭିତରେ ଜମା ଦେଇ ଟଙ୍କା ରେ ପରିବର୍ତ୍ତନ କରିବାର ବ୍ୟବସ୍ଥା ଥିଲା ।
ଭାରତୀୟ ଲୋକ ପ୍ରତିନିଧି ଆଇନ ୧୯୫୧ ଧାରା ୨୯ A ରେ ଏକ ରାଜ ନୈତିକ ଦଳ ଭାବେ ରେଜିଷ୍ଟ୍ରିଭୁକ୍ତ ହୋଇଥିବା ଦଳ ଯିଏ ପୂର୍ବ ନିର୍ବାଚନୀ ପ୍ରତିଦ୍ବନ୍ଦିତାରେ ଏକ ପ୍ରତିଶତ ରୁ କାମ ଭୋଟ ପାଈ ନଥିବେ ସେହି ଦଳ କେବଳ ଏହି ବଣ୍ଡ୍ ରୁ ଅର୍ଥ ପାଇବାର ବ୍ୟବସ୍ଥା ଥିଲା । ଏହି ଅର୍ଥ କେବଳ ବ୍ୟାଙ୍କ୍ ଆକାଉଣ୍ଟ ଜରିଆରେ ପାଇବାକୁ ଥିଲା ବେଳେ ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ର ୨୯ ଟି ଶାଖା ମାଧ୍ୟମରେ ଏହି ବଣ୍ଡ୍ ବିକ୍ରି କରାଯିବାର ବ୍ୟବସ୍ଥା ଥିଲl। ଏହି ବଣ୍ଡ ଗୁଡ଼ିକ ବିକ୍ରୟ ଦିନ ଠାରୁ ୧୫ କ୍ୟାଲେଣ୍ଡର ଦିନ ଭିତରେ ରାଜ ନୈତିକ ଦଳ ଗୁଡ଼ିକ ର ଆକାଉଣ୍ଟ କୁ ରେ ଡି ପୋଜିଟ ର ବ୍ୟବସ୍ଥା ଥିଲା ।
୨୦୧୮ ମସିହାରେ ଏହି ବଣ୍ଡ କୁ କେନ୍ଦ୍ର ସରକାର ପ୍ରଚଳନ କରିଥିଲା ବେଳେ ଦେଶ ର ଶୀର୍ଷ ଅଦାଲତ ରେ ମାନ୍ୟବର ମୁଖ୍ୟ ବିଚାରପତି ଙ୍କ ନେତ୍ରୁତ ରେ ଏକ ପାଞ୍ଚ ଜଣିଆ ଖଣ୍ଡ ପୀଠ ଏହି ବଣ୍ଡ ପ୍ରଚଳନକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି ଓ ଷ୍ଟେଟ ବ୍ୟାଙ୍କ୍ କୁ ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ତଥ୍ୟ ଅନୁସାରେ ବିଭିନ୍ନ ଦଳ ପାଇଥିବା ପାଣ୍ଠି ର ପରିମାଣ ନିମ୍ନ ମତେ ଦିଆଯାଇଛି
ଭାରତୀୟ ଜନତା ପାର୍ଟି
୬୯୮୬.୫ କୋଟି
ତୃଣ ମୂଳ କଂଗ୍ରେସ ୧୩୯୭ କୋଟି
କଂଗ୍ରେସ ୧୩୩୪.୩୫
ଭାରତ ରାଷ୍ଟ୍ର ସମିତି ୧୩୨୨ କୋଟି
ଦ୍ରାବିଡ ମୁନେତ୍ର କାଜଗମ ୬୫୬.୫ କୋଟି
ସମାଜବାଦୀ ପାର୍ଟି ୧୪.୦୫ କୋଟି
ବିଜୁ ଜନତା ଦଳ ୯୪୪.୫ କୋଟି
ୟାଇ ଏସ ଆଇ କଂଗ୍ରେସ ୪୪୨.୮ କୋଟି
ତେଲଗୁ ଦେଶମ ୧୮୧.୩୫ କୋଟି
ବହୁଜନ ସମାଜବାଦୀ ପାର୍ଟି/ ଏ ଆଇ ଏମ୍ ଆଇ ଏମ/ ସିପିଆଇ/ ସିପିଆଇ ଏମ/ କୌଣସି ଅର୍ଥ ପାଈ ନାହାନ୍ତି ବୋଲି ଜଣା ପଡ଼ୁଛି
ଏହି ବଣ୍ଡ ଜାରି ହେଲା ବେଳେ ଆୟକର ନିୟମ ଲୋକ ପ୍ରତିନିଧି ଆଇନ ବିଦେଶ ଦାନ ନିୟନ୍ତ୍ରଣ ଆଇନ କମ୍ପାନୀ ଅଧିନିୟମ ଆଇନ ର ପରିବର୍ତ୍ତନ କରାଯାଇ ଅର୍ଥ ବିଲ ଆଗତ କରାଯାଇ ଏହି ବଣ୍ଡ କୁ ପ୍ରଚଳନ କରାଯାଇଥିଲା । ଆଗରୁ କୋଡିଏ ହଜାର ଟଙ୍କା ବା ତାଠୁ ଅଧିକ ଦାନ ଦେଲେ ତାହା କୁ ସାର୍ବ ।ଜନିନ କରିବାର ଯେଉଁ ବ୍ୟବସ୍ଥା ଥିଲା ତାହାକୁ ଏହି ବଣ୍ଡ ଜାରି କରାଗଲା ପରେ ଉଠେଇ ଦିଆଗଲା ।
ପୂର୍ବ ଆଇନ ରେ କୌଣସି କମ୍ପାନୀ କୁ ଲାଭ ର ୭.୫ ପ୍ରତିଶତ ବା ଆୟ ର ଦଶ ପ୍ରତିଶତ ବା ତା ଠାରୁ ଅଧିକ ଅର୍ଥ ରାଶି କୌଣସି ଦଳ କୁ ଅନୁଦାନ ଦେବାକୁ ଅନୁମତି ନଥିଲା । କିନ୍ତୁ ଏହି ବଣ୍ଡ ପ୍ରଚଳିତ ହେଲା ପରେ ଦାନ ର ଅର୍ଥା ର କୌଣସି ସୀମା ରଖାଗଲା ନାହିଁ ।
ଦେଶ ର ବରିଷ୍ଠ ଅଧିବକ୍ତା ପ୍ରଶାନ୍ତ ଭୂଷଣ ,କପିଲ୍ ଶିବଲ୍ ,ସଞ୍ଜୟ ହେଗେଡେ ,ବିଜୟ ହଂସାରିଆ ଙ୍କ ପରି ସ୍ଵନାମଧନ୍ୟ ଅଧିବକ୍ତା ଏହି ବଣ୍ଡ କୁ ବେଆଇନ ଘୋଷଣା କରିବାକୁ ମାନ୍ୟବର ଅଦାଲତ ରେ ଯୁକ୍ତି ଉପସ୍ଥାପନ କଲାବେଳେ ସୂଚନା ଅଧିକାର ଆଇନ କୁ ଏହା ଉଲଘଂନ କରୁଥିବା ସହ ଦାନ ଦେଉଥିବା କମ୍ପାନୀ ଗୁଡ଼ିକ ସରକାର ଙ୍କ ଠାରୁ ଫାଇଦା ନେବାକୁ ରାଜନୈତିକ ଦଳ କୁ ଚାନ୍ଦା ମଧ୍ୟମ ରେ ଲାଞ୍ଚ ଦେବା ର ବିକଳ୍ପ ପାଇବେ ବୋଲି ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ ।
ଏହି ଅର୍ଥ ଖର୍ଚ୍ଚ ଉପରେ କେହି କୌଣସି ପ୍ରଶ୍ନ କରିବାର ଆଇନଗତ ଅନୁମତି ନ ଥିଲା ବେଳେ ଏହାକୁ ଅନ୍ୟ ଯେ ଉଦ୍ଦେଶ୍ୟ ଲାଗି ରାଜ ନୈତିକ ଦଳ ଗୁଡିକ ଖର୍ଚ୍ଚ କରିପାରିବାର ସମ୍ଭାବନା କୁ ମଧ୍ୟ ଅଧିବକ୍ତା ମାନେ ମାନ୍ୟବର ନ୍ୟାୟାଳୟ ଙ୍କୁ ଅବଗତ କରି ଏହାକୁ ରଦ୍ଦ କରିବାକୁ ପର୍ଥନା କରିଥିଲେ ।
ସବୁ ଅସମହିତ୍ ପ୍ରଶ୍ନ ର ସମାଧାନ କରି ମାନ୍ୟବର ଅଦାଲତ ଭାରତୀୟ ଗଣତନ୍ତ୍ର କୁ ସ୍ୱଚ୍ଛତା ରେ ଗାରିମାମୟ କରିବାକୁ ଆଉ ଏକ ଯୁଗ ଉପଯୋଗୀ ପଦକ୍ଷେପ ନେଇଛନ୍ତି ଓ ଦେଶ ର ନ୍ୟାୟିକ ବ୍ୟବସ୍ଥା ପ୍ରତି ଥିବା ସାଧାରଣ ଜନତା ର ବିଶ୍ୱାସ କୁ ଆହୁରି ଦୃଢ଼ କରିଛନ୍ତି । ଆଶା କରାଯାଏ ଯେ ରାଜନୈତିକ ଦଳ ଗୁଡିକ ନିଜ ନିଜ ର ସ୍ବାର୍ଥ ସାଧନ ପାଇଁ ଆଇନ ପ୍ରଣୟନ କଲା ବେଳେ ସଂଖ୍ୟାର ଖେଳ ରୁ ଉର୍ଦ୍ଧ ରେ ରହି ବ୍ୟବସ୍ଥା କୁ ଆହୁରି ଲୋକାଭିମୁଖୀ ଉତ୍ତରଦାୟୀ ଓ ରାଜନୀତି ରେ ସ୍ୱଚ୍ଛତା ମୂଲ୍ୟବୋଧ କୁ ପ୍ରେରିତ କଳା ଭଳି ଆଇନ ପ୍ରଣୟନ କରିବେ ।
ଇଲେକ୍ଟରାଲ ବଣ୍ଡ ଜରିଆ ରେ ବିଜୁ ଜନତା ଦଳ ଏକ ଆଞ୍ଚଳିକ ଦଳ ଭାବେ ୯୪୪.୫ କୋଟି ଟଙ୍କା ଚାନ୍ଦା ନେଇଥିଲା ବେଳେ ପ୍ରାୟ ମାତ୍ରାଧିକ ଚାନ୍ଦା ଖଣି କ୍ଷେତ୍ର ରେ କାର୍ଯ୍ୟ କରୁଥିବା କଂପାନୀ ରୁ ଗ୍ରହଣ କରିଛି । ଆଦିତ୍ୟ ବିର୍ଲା ୧୭୪.୫ କୋଟି ଉତ୍କଳ ଆଲୁମିନା ୭୦ କୋଟି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ୧୦୦ କୋଟି
ରୁଙ୍ଗଟା ସନ୍ ୩୦ କୋଟି ଏସ ଏନ୍ ମହାନ୍ତି ୪୫ କୋଟି ରଶ୍ମୀ ସିମେଣ୍ଟ ୪୫ କୋଟି ବେଦାନ୍ତ ୪୦ କୋଟି ପେଙ୍ଗୁଇଁନ୍ ଟ୍ରେଡିଙ୍ଗ
ଏଜେନ୍ସୀ ୩୦.୫ କୋଟି ରଶ୍ମୀ ମେଟାଳିକ ୨୭ କୋଟି ଟଙ୍କା ର ଚାନ୍ଦା ଦେଇଥିବାର ସୂଚନା ମିଳିଛି ।