ଦେଶ ସେବା କରୁଛନ୍ତି ବୋଲି କହି ଭୋଟ ମାଗୁଥିବା ନେତା ମାନଙ୍କ ଦରମା ଭତ୍ତା କେତେ ବଢ଼ିବା ଦରକାର ତାହା ସେହି ମାନେ ହିଁ ସ୍ଥିର କରିବେ
ଆଜି କାଲି ର ନେତା ମାନେ ଦେଶ କୁ ଦିଅନ୍ତି କେତେ ଆଉ ନିଅନ୍ତି କେତେ ର ହିସାବ ହେଲେ ଏହି ଦେଶ ପାଇଁ ତ୍ୟାଗ ବଳିଦାନ ଆଉ କଳାପାଣି ରେ ମାଡ ଗାଳି ଖାଇ ସ୍ୱାଧୀନତା ଦେଇଥିବା କ୍ରାନ୍ତିକାରୀ ଶହିଦ ଙ୍କ ଜୀବନ କାହାଣୀ ରୁ ଏମାନେ କିଛି ଶିଖି ନାହାନ୍ତି ବୋଲି କୁହାଯାଇ ପାରେ
- ଯେତିକି ମନ୍ତ୍ରୀ ବିଧାୟକ ମାନେ ନେଉଛନ୍ତି ସେତିକି ରେ ଏମାନେ କୋତିପତି। ତେବେ ଦରମା ବଢ଼ିବ ପ୍ରସଙ୍ଗ ରେ ଶାସକ ବିରୋଧୀ ଏକାଠି ହେଇ ଯାଉଥିଲେ ବେଳେଆହୁରି କାହିଁକି ବଢ଼ିବା ଦରକାର ବୋଲି ସାଧାରଣ ମଣିଷ ମନ ରେ ପ୍ରଶ୍ନ ଉଙ୍କି ମାରିବା ସ୍ଵାଭାବିକ ।
🌲 🌲 🌺 🌲 🌲
ଓଡ଼ିଶା ରାଜନୀତି ରେ ଏକ ଏମିତି ଘଟଣା ଘଟିଛି ଯେ ବିଧାନ ସଭା ରୁ ଫେରୁଛି ବିଧାୟକ ମାନଙ୍କ ଦରମା ଓ ବେତନ ବଢ଼ିବାର ଅର୍ଥ ପ୍ରସ୍ତାବ ।ତେବେ ବିଧାୟକ ମାନଙ୍କ ଦରମା ଓ ଭତ୍ତା କୁ ତିନିଗୁଣ ବଢେଇବାକୁ ଯେଉଁ ବିଲ୍ ଗୃହୀତ ହୋଇଥିଲା ତାହା ଏବେ ପ୍ରତ୍ୟାହୃତ ହେବର ପ୍ରକ୍ରିୟା ଆରମ୍ଭ ହୋଇଛି ।
ସେବା କରିବାକୁ ଆସିଥିବା ବିଧାୟକ ମାନେ ଉଭୟ ସରକାରୀ ଓ ବିରୋଧୀ ମିଳି ମିଶି ଦରମା ଓ ଭତ୍ତା କୁ ତିନିଗୁଣ ବଢେଇବାକୁ ଉଦ୍ୟମ ଆରମ୍ୱ ହୋଇଥିଲା ବେଳେ ସାଧାରଣ ରେ ଏହା କୁ ଘୋର ବିରୋଧ କରାଯାଇଥିଲା । ଏକ ଲକ୍ଷ ଏଗାର ହଜାର ରୁ ତିନି ଲକ୍ଷ ପଇଁଚାଳିଶ ହଜାର ଟଙ୍କା ଙ୍କୁ ବିଧାୟକ ମାନଙ୍କ ଦରମା ବଢେଇବା ପ୍ରସ୍ତାବ କୁ ତୀବ୍ର ଭର୍ତ୍ସନା କରାଯାଇ ପ୍ରତିକ୍ରିୟା ପ୍ରକାଶ କରାଯିବାରୁ ଜନ ସାଧାରଣ ଙ୍କ ଇଚ୍ଛା କୁ ସମ୍ମାନ ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ବିଲ୍ କୁ ପ୍ରତ୍ୟାହାର କରିବାକୁ ପ୍ରସ୍ତାବ ଦେବା ଜନ ସାଧାରଣ ଙ୍କ ଇଚ୍ଛାର ର ବିଜୟ ବୋଲି କୁହାଯାଇ ପାରେ ।
ଦରଦାମ୍ ହୁ ହୁ ହୋଇ ବଢି ଚାଲିଥିଲା ବେଳେ
ସାଧାରଣ ମେହେନତି ମଣିଷ ଟି ସରକାର ଙ୍କ ଦ୍ଵାରା ସ୍ଥିର କରାଯାଉଥିବା ପାଞ୍ଚଶହ ଟଙ୍କା ରୁ କମ୍ ନ୍ୟୁନତମ ମଜୁରୀ ବି ଅନେକ କ୍ଷେତ୍ର ରେ ଏଠି ପାଏନି । ମାସ ସାରା ବି ତାକୁ କାମ ମିଳେନି ।
ମୁଖ୍ୟ ମନ୍ତ୍ରୀ ଙ୍କ ଦରମା ତିନି ଲକ୍ଷ ଚୌସ୍ତରି ହଜାର କୁ ବଢ଼ାଆଇବାର ଥିଲା ବେଳେ କ୍ୟାବିନେଟ ମନ୍ତ୍ରୀ ମାନଙ୍କ ଦରମା ତିନି ଲକ୍ଷ ଷାଠିଏ ହଜାର କୁ ବଢ଼ାଇ ବାର ପ୍ରସ୍ତାବ ଥିଲା । ପୂର୍ବତନ ବିଧାୟକ ଙ୍କ ପେନସନ ବି ଅସି ହଜାର କୁ ବଢେଇବାର ଉଦ୍ୟମ ରେ ଉଭୟ ଶାସକ ବିରୋଧୀ ମାନେ ଏକାଠି ହୋଇ ଯାଇଥିଲେ ।ଏହି ବୃଦ୍ଧି କୁ ପିଛିଲା ଭାବେ ଜୁନ୍ ୨୦୨୪ ରୁ ଲାଗୁ କରାଯିବାର ପ୍ରସ୍ତାବ ଥିଲା ଯାହା ପ୍ରତ୍ୟାହୃତ ହେବର ପ୍ରକ୍ରିୟା ଆରମ୍ଭ ହେଉଛି ।
ଏହି ଦରମା ଭତ୍ତା ବଢ଼ିବା ପ୍ରସ୍ତାବ କୁ କେବଳ ଓଡ଼ିଶା ନୁହେଁ ଜାତୀୟ ସ୍ତର ରେ ମଧ୍ୟ ବିତରକ କୁ ଆସିଥିଲା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ନବୀନ ପଟ୍ଟନାୟକ ଏହି ବଢ଼ିବା ଦରମା ନେବେ ନାହିଁ ବୋଲି ପ୍ରକାଶ କରିଥିଲେ ।