ବିଧାନ ସଭା ରେ ପ୍ରତ୍ୟାହାର ହେବ ବିଧାୟକ ମନ୍ତ୍ରୀ ଙ୍କ ଦରମା ଭତ୍ତା ବଢ଼ିବ ପ୍ରସ୍ତାବ
ବିଧାନ ସଭାରେ ଉଭୟ ଶାସକ ବିରୋଧୀ ମିଳିମିଶି ବିଧାୟକ ପୂର୍ବତନ ବିଧାୟକ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଙ୍କ ଦରମା ଭତ୍ତା ତିନି ଗୁଣ ବଢେଇବାକୁ କରିଥିବା ପ୍ରୟାସ ଜନସାଧାରଣ ଙ୍କ ତୀବ୍ର ପ୍ରତିକ୍ରିୟା ରେ ସରକାର ପ୍ରତ୍ୟାହାର କରିବାକୁ ଯାଉଛନ୍ତି
ଓଡ଼ିଶା ରାଜନୀତି ରେ ଏକ ଏମିତି ଘଟଣା ଘଟିଛି ଯେ ବିଧାନ ସଭା ରୁ ଫେରୁଛି ବିଧାୟକ ମାନଙ୍କ ଦରମା ଓ ବେତନ ବଢ଼ିବାର ଅର୍ଥ ପ୍ରସ୍ତାବ ।ତେବେ ବିଧାୟକ ମାନଙ୍କ ଦରମା ଓ ଭତ୍ତା କୁ ତିନିଗୁଣ ବଢେଇବାକୁ ଯେଉଁ ବିଲ୍ ଗୃହୀତ ହୋଇଥିଲା ତାହା ଏବେ ପ୍ରତ୍ୟାହୃତ ହେବର ପ୍ରକ୍ରିୟା ଆରମ୍ଭ ହୋଇଛି ।
ସେବା କରିବାକୁ ଆସିଥିବା ବିଧାୟକ ମାନେ ଉଭୟ ସରକାରୀ ଓ ବିରୋଧୀ ମିଳି ମିଶି ଦରମା ଓ ଭତ୍ତା କୁ ତିନିଗୁଣ ବଢେଇବାକୁ ଉଦ୍ୟମ ଆରମ୍ୱ ହୋଇଥିଲା ବେଳେ ସାଧାରଣ ରେ ଏହା କୁ ଘୋର ବିରୋଧ କରାଯାଇଥିଲା । ଏକ ଲକ୍ଷ ଏଗାର ହଜାର ରୁ ତିନି ଲକ୍ଷ ପଇଁଚାଳିଶ ହଜାର ଟଙ୍କା ଙ୍କୁ ବିଧାୟକ ମାନଙ୍କ ଦରମା ବଢେଇବା ପ୍ରସ୍ତାବ କୁ ତୀବ୍ର ଭର୍ତ୍ସନା କରାଯାଇ ପ୍ରତିକ୍ରିୟା ପ୍ରକାଶ କରାଯିବାରୁ ଜନ ସାଧାରଣ ଙ୍କ ଇଚ୍ଛା କୁ ସମ୍ମାନ ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ବିଲ୍ କୁ ପ୍ରତ୍ୟାହାର କରିବାକୁ ପ୍ରସ୍ତାବ ଦେବା ଜନ ସାଧାରଣ ଙ୍କ ଇଚ୍ଛାର ର ବିଜୟ ବୋଲି କୁହାଯାଇ ପାରେ ।
ମୁଖ୍ୟ ମନ୍ତ୍ରୀ ଙ୍କ ଦରମା ତିନି ଲକ୍ଷ ଚୌସ୍ତରି ହଜାର କୁ ବଢ଼ାଆଇବାର ଥିଲା ବେଳେ କ୍ୟାବିନେଟ ମନ୍ତ୍ରୀ ମାନଙ୍କ ଦରମା ତିନି ଲକ୍ଷ ଷାଠିଏ ହଜାର କୁ ବଢ଼ାଇ ବାର ପ୍ରସ୍ତାବ ଥିଲା । ପୂର୍ବତନ ବିଧାୟକ ଙ୍କ ପେନସନ ବି ଅସି ହଜାର କୁ ବଢେଇବାର ଉଦ୍ୟମ ରେ ଉଭୟ ଶାସକ ବିରୋଧୀ ମାନେ ଏକାଠି ହୋଇ ଯାଇଥିଲେ ।ଏହି ବୃଦ୍ଧି କୁ ପିଛିଲା ଭାବେ ଜୁନ୍ ୨୦୨୪ ରୁ ଲାଗୁ କରାଯିବାର ପ୍ରସ୍ତାବ ଥିଲା ଯାହା ପ୍ରତ୍ୟାହୃତ ହେବର ପ୍ରକ୍ରିୟା ଆରମ୍ଭ ହେଉଛି ।
ଏହି ଦରମା ଭତ୍ତା ବଢ଼ିବା ପ୍ରସ୍ତାବ କୁ କେବଳ ଓଡ଼ିଶା ନୁହେଁ ଜାତୀୟ ସ୍ତର ରେ ମଧ୍ୟ ବିତର୍କ କୁ ଆସିଥିଲା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ନବୀନ ପଟ୍ଟନାୟକ ଏହି ବଢୁଥିବା ଦରମା ନେବେ ନାହିଁ ବୋଲି ପ୍ରକାଶ କରିଥିଲେ ।ପରେ ଶାସକ ଦଳ ର କିଛି ବିଧାୟକ ମଧ୍ଯ ଏହାକୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ ।