କୋରାପୁଟ ର ପାହାଡ ଜଙ୍ଗଲ କୋଳ ରେ ଥିବା ଦୁର୍ଗମ ଅଞ୍ଚଳ ରେ
ସ୍ବେଛାସେବୀ ଙ୍କ ଦ୍ଵାରା ଚାରି ଦିନ ବ୍ୟାପୀ ବହୁମୁଖି ସେବା ଦାନ
ନାରାୟଣ ପାଟଣା ,ଲକ୍ଷ୍ମୀପୁର , ବନ୍ଧୁ ଗାଁ ରୁ
ଆଲେଖ୍ୟ -ସତ୍ୟ ନାରାୟନ ଦାସ (ମାନବାଧିକାର ଅଧିବକ୍ତା ଓ କାର୍ଯ୍ୟକାରୀ ସମ୍ପାଦକ ଭଏସ ଅଫ୍ କମନ୍ସ) ko
ତଥ୍ୟ – ଅଭିମନ୍ୟୁ ସାହୁ (ଟିକସ ପରାମର୍ଶ ଦାତା)
ସ୍ଥିର ଚିତ୍ର -ଚନ୍ଦନ କୁମାର ପଣ୍ଡା( ସି ଏମ ଏ)

ମଣିଷ ପଣିଆ ରେ ମୁଖର ହେଲା କୋରାପୁଟ ର ଦୁର୍ଗମ ଅଞ୍ଚଳ ,,ଥୁରୁ ଥୁରୁ ଶୀତ କୁ ବେଖାତିର୍ କରି କରି ବିପଦ ସଙ୍କୁଳ ଅବସ୍ଥା ରେ ଘାଟି ରାସ୍ତା ଅତିକ୍ରମ କରି ପାଦ ଚଲା ରାସ୍ତା ରେ ପାହାଡ ଚଢ଼ି ଜଙ୍ଗଲ ଭିତରେ ଥିବା ଅନେକ ଜନ ଜାତି ଙ୍କ ଗାଁ ରେ ଶରଧାରେ ୧୧୦୦ ରୁ ଉର୍ଦ୍ଧ ଆଦିବାସୀ ଭାଇ ଭଉଣି ଙ୍କୁ ଘୋଡେ଼ଇ ଦେଲେ ଶ୍ରଦ୍ଧା ଆଉ ଭଲ ପାଇବା ର ସନ୍ତକ କମ୍ବଳ ଟିଏ ,ତୋଳି ଦେଲେ ଶୀତ ବସ୍ତ୍ର ଓ ଶାଢ଼ୀ ,ହରି କୀର୍ତ୍ତନ ରେ ମୁଖର ହେଲା ଜଙ୍ଗଲ ର ପରିବେଶ। ଛୋଟ ଛୋଟ ପିଲା ଙ୍କ ହାତରେ ସେନେହ ରେ ଧରେଇ ଦେଲେ ବିସ୍କୁଟ ଚକୋଲେଟ
, ବିଶେଷଜ୍ଞ ଡାକ୍ତର ପ୍ରଫେସର ବନୋଜ ରାୟ ସ୍ବାସ୍ଥ୍ୟ ପରୀକ୍ଷା କରି ଦେଲେ ଔଷଧ ,ସେଇ ମାନଙ୍କ ଗାଁ ଦାଣ୍ଡ ରେ ରୋଷେଇ କରି ଗ୍ରାମ ବାସୀ ଙ୍କ ସହ ମିଶି କଲେ ପଂକ୍ତି ଭୋଜନ ,
ସ୍ୱାର୍ଥପର ହେଇ ଯାଉଥିବା ସମାଜ ରେ ଏବେ ବି ବଞ୍ଚିଛି ମଣିସପାଣିଆ ର ମୂଲ୍ୟବୋଧ । ଏବେ ବି ନୀରବ ରେ ନିସର୍ତ୍ତ୍ ରେ ନିର୍ବିକାର ଭାବରେ ନିରୋଳା ମନ୍ ନେଇ ନିଜକୁ ଉତ୍ସର୍ଗ କରୁଥିବା ମଣିଷ ଙ୍କ ସଂଖ୍ୟା ସୀମିତ ହେଲେ ବି ଶୂନ୍ୟ ନୁହେଁ ,ଡିସେମ୍ବର ଆସିଲେ ପାର୍ଟି ପିକନିକ ଭୋଜି ଭାତ ରେ ମାତିବାର ସମୟ ଆସେ ।ହେଲେ ଏତିକି ବେଳେ ପ୍ରତି ବର୍ଷ ସ୍ବେଛାସେବୀ ଙ୍କ ସେବା ଦଳ ନିଜସ୍ଵ ପ୍ରୟାସ ରେ ରାଜ୍ୟ ର କେତେ କେତେ ଅଗମ୍ୟ ଅଞ୍ଚଳ ଠାବ କରି ସେଠିକି ବ୍ୟକ୍ତିଗତ ଭାବେ ଆର୍ଥିକ ଅନୁଦାନ ଦେଇ କମ୍ବଳ ଶୀତବସ୍ତ୍ର ଶାଢ଼ୀ ପିଲା ମାନଙ୍କ ପାଇଁ ବିସ୍କୁଟ ଓ ଡାକ୍ତରୀ ଦଳ ସହ ଔଷକ୍ ନେଇ ପହଞ୍ଚି ଯାଆନ୍ତି ପାହାଡ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳ ରେ। ଏ ଥରକ୍ ବି ପାଖାପାଖି ଛଅ ଶହ କି ମି଼ ଦୂର ରୁ ଯାଇ ପହଞ୍ଚିଥିଲେ କୋରାପୁଟ ରେ ।

କମ୍ବଳ ଶୀତବସ୍ତ୍ର ମା ମାନଙ୍କ ପାଇଁ ଲୁଗା କୁନି କୁନି ଛୁଆ ମାନଙ୍କ ହାତରେ ବିସ୍କୁଟ ଆଉ ଚକୋଲେଟ
ସହ ବିଶେଷଜ୍ଞ ପ୍ରଫେସର ଙ୍କ ଦ୍ଵାରା ଚିକିତ୍ସା ସେବା ରେ ମୁଖର ହେଲା ବନ୍ଧୁଗାଁ ନାରାୟଣ ପୁର ଓ ଲକ୍ଷ୍ମୀପୁର ଘାଟି ଗୁଡ଼ିକ ର ଦୁର୍ଗମ ଅଞ୍ଚଳ ରେ ଥିବା ଅନେକ ଗାଁ
ପାଖାପାଖି ୧୧୦୦ ଜନ ଜାତି ଭାଇ ଭଉଣୀ ଙ୍କ ମଧ୍ୟରେ ବିତରଣ ହେଲା କମ୍ବଳ ଶୀତବସ୍ତ୍ର ଲୁଗା



Aap



ଆଦିମ ଅଧିବାସୀ ଭାଇ ଭଉଣୀ ଙ୍କ ପାଇଁ ଭଲ ପାଇବାର ଉଷ୍ମତା କୁ ନଗଣ୍ୟ କମ୍ବଳ ଟ୍ଟିଏ ଘୋଡେ଼ଇ ଦେଇ ସେଦିନ ଯୁବ ସମାଜସେବୀ ଶ୍ରୀ ଓମ୍ ପ୍ରକାଶ ମହାନ୍ତି ଙ୍କ ନେତ୍ରୁତ ରେ ଦୁରନ୍ତ କଟକ ଭୁବନେଶ୍ବର ରୁ ଆସିଥିବା ସ୍ୱେଚ୍ଛାସେବୀ ମାନେ ନିଆରା ଏକ ପୁଲକ ଅନୁଭବ କରୁଥିଲା ବେଳେ ସରଲ ନିଷ୍କପଟ ଅଧିବସିଙ୍କ ଶୁଖିଲା ଓଠ ରେ ନିରୀହ ଛଳ ଛଳ ହସ ରେ ଦୁନିଆ ରୁ ସବୁଯାକ ଖୁସି ଲୋଟି ପଡ଼ୁଥିବାର ଦୃଶ୍ୟ ଦେଖି ଙ୍କୁ ସମସ୍ତେ ହୋଇଥିଲେ ଅଭିଭୂତ ।

କୁନି କୁନି ପିଲା ମାନଙ୍କ ହାତ ରେ ବିସ୍କୁଟ ଟିଏ ଧରେଇ ଦେଲା ବେଳେ କଅଁଳ ଓଠ ରୁ ଝରି ଆସୁଥିବା ହସ ର ଝରଣା ରେ ରେ ଯେମିତି ସମସ୍ତେ ଗାଧେଇ ପଡୁଥିଲେ ।


ବିଶେଷଜ୍ଞ ଚିକିତ୍ସକ ଙ୍କ ସହ ସ୍ବେଛାସେବୀ ମାନେ ପାହାଡ ଉପରକୁ ଚଢି ଆଦିବାସୀ ଭାଇ ଭଉଣୀ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ଦେବା ରେ ଅନୁଭବ କରୁଥିଲି ଅପାର ଆନନ୍ଦ । ଶିଶୁ ଶଲ୍ୟ ବିଶେଷ ତଥା ସହକାରୀ ପ୍ରଫେସର ଡକ୍ଟର ବ ନୋ ଜ୍ ରାୟ ଙ୍କ ନେତ୍ରୁତ ରେ ସ୍ବାସ୍ଥ୍ୟ ଟିମ୍ ଚିକିତ୍ସା ସେବା ଦାନ କରିଥିଲେ ବେଳେ
ଆଦିବାସୀ ଭାଇ ଭାଉଣି ଙ୍କ ଗାଁ ଦାଣ୍ଡ ରେ ମିଳିମିଶି ଭାତ ଡାଲମା ସେଇ ମାନଙ୍କ ସହ ମିଶି ରୋଷେଇ କରି ଆଉ ପଙ୍ଗତ ରେ ଖାଇ ନିଜ ଭିତରେ ଅଙ୍କୁରିତ ହେଉଥିବା ନିବିଡତା ଅଥଚ ନିରୀହ ଭଲ ପାଇବା ଆଉ ଆପଣାପଣ ର ଅଜସ୍ର ଆତ୍ମିୟତା ଅନୁରାଗ ର ଗଭୀରତା କୁ ସେଦିନ ସ୍ୱେଚ୍ଛାସେବୀ ମାନେ ମାପି ବସି ଥିଲେ।

ଡିସେମ୍ବର ୧୧ ରୁ ଡିସେମ୍ବର ୧୪ ଯାଏ ଚାଲିଥିବା ଏହି ଅଭିଯାନ ର ଅନ୍ତିମ ଚରଣ ରେ ସ୍ୱେଚ୍ଛାସେବୀ ମାନେଆନ୍ଧ୍ର ଓଡ଼ିଶା ର ଉପାନ୍ତ ଅଞ୍ଚଳ ର ବହୁ ଚର୍ଚ୍ଚିତ କୋଟିଆ ଗାଁ ର ଏକ ମାତ୍ର ଶ୍ରୀ ଜଗନ୍ନାଥ ମନ୍ଦିର ଦେଖି ଚରମ ବିଷାଦ ଆଉ ଯନ୍ତ୍ରଣା ରେ ଛଟପଟ ହେବାର ପୀଡ଼ା ଭିତରେ ସାରା ଗାଁ ରେ କେବଳ ଗୋଟିଏ ମାତ୍ର ହିନ୍ଦୁ ପରିବାର ରହି ଠାକୁର ଙ୍କୁ ପୂଜା ଆରାଧନା କରୁ ଥିବାର ଦେଖି ଏଠାକୁ ଭକ୍ତ ଓ ଶ୍ରଦ୍ଧାଳୁ ନ ଆସୁଥିବାରୁ ଜଗନ୍ନାଥ ସଂଶୃତି ଉପାନ୍ତ ରେ ଆହତ ହୋଇଥିବାର ଦୁଃଖ ରେ ଭାଗ୍ନ ମନୋରଥ ନେଇ ଛାଡ଼ିବାକୁ ଇଛା ନଥିଲେ ବି ନିଜ ନିଜ ବୃତ୍ତି ରେ ପୁଣି ଯୋଗ ଦେବା ପାଇଁ ସଭିଁଏ କୋରାପୁଟ ଛାଡିଥିଲେ ।


କିନ୍ତୁ କଥା ଦେଇଥିଲେ କୋରାପୁଟ କୁ ।ପୁଣି ଆସିବେ ,,
ତା କୋଳ ରେ ଋଷି ମୁନି ମାନଙ୍କ ପରି ତପସ୍ୟା ରେ ବସିଥିବା ପାହାଡ ମାନଙ୍କ ଡାକରେ,,,ମାଳ ମାଳ ପାହାଡ ରପଥର ର ଛାତି ଭିତରୁ ବହି ଆସୁଥିବା ଝରଣା ମାନଙ୍କ ଗୀତରେ ହକି ଯିବା ପାଇଁ ,,
ଦେଓମାଳି ରେ ଓଡ଼ିଶା ର ଉଚ୍ଚତମ ଶୃଙ୍ଗ ଉପରେ ଠିଆ ହୋଇ ଓଡ଼ିଶା ର ଏଭରେଷ୍ଟ ଚଢ଼ିବାର ଆନନ୍ଦ ପାଇଁ,

ସରଲ ନିରୀହ ନିଷ୍ପପଟ ଜନଜାତି ଭାଇ ଭଉଣୀ ଙ୍କ ଗାଁ ଦାଣ୍ଡ ରେ ବସି ପଙ୍ଗତ ରେ ବସି ସେମାନଙ୍କ ହାତ ରନ୍ଧା ଖାଇ ଚାଙ୍ଗୁ ବଜେଇ ନାଚିବା ପାଇଁ । ଆଉ ସବୁଜିମା ରୁ ସାଉଁଟିବା ପାଇଁ ଜୀବନ,,

ଏ ସବୁ ଭିତରେ ବର୍ଷୀୟାନ ଶିକ୍ଷାବିତ୍ ସମାଜସେବୀ ତଥା ରେଭେନ୍ସା ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଦାମୋଦର ବିଶ୍ଵାଳ ଙ୍କ ଶ୍ରଦ୍ଧା ସାହଯ୍ୟ ସହଯୋଗ ସେବା ଦଳ ଭିତରେ ବିପୁଳ ଶକ୍ତି ସଂଚାର କରିଥିଲେ ବେଳେ ଅବସର ପ୍ରାପ୍ତ ବ୍ୟାଙ୍କ୍ ପରିଚାଳକା ତଥା ସମାଜ ସେବା ରେ ବିପୁଳ ଆଗ୍ରହ ରଖି ସ୍ୱେଚ୍ଛାସେବୀ ସେବା ଦଳ କୁ ପ୍ରେରଣା ଦେଇଥିବା ଶ୍ରୀମତୀ ସୁନନ୍ଦା ମହାନ୍ତି ଙ୍କୁ କଲ୍ୟାଣ ପାଖରୁ କୃତଜ୍ଞତା ଜଣାଇ ଦିଆଯାଇଥିଲା ।

ଓମ୍ ଭାଇ ଙ୍କ ଅଳ୍କାନ୍ତ୍ ସମର୍ପିତ ପରିଚାଳନା ଏହି କାର୍ଯ୍ୟକ୍ରମ ର ବିପୁଳ ସଫଳତା ର ଶ୍ରେୟ ଦାବି କରୁଥିଲା ବେଳେ ଶିକ୍ଷାବିତ୍ ରଶ୍ମିରେଖା ବାରିକ ଟିକସ ପରାମର୍ଶ ଦାତା ଅଭିମନ୍ୟୁ ସାହୁ ଶିକ୍ଷାବିତ୍ ଅକ୍ଷୟ ବେହେରା ଭାରତ ଭୂସନ ପଟ୍ଟନାୟକ ରମାକାନ୍ତ ଭାଇ ସାଧୁ ପ୍ରଭୂଜି ପଞ୍ଚୁ ପାଣ୍ଡବ ଦାସ ପ୍ରାଭୂଜି ବଳରାମ ଦାସ ଯୁବ ସହଯୋଗୀ ସି ଏମ ଏ ଚନ୍ଦନ ପଣ୍ଡା, ରୁଦ୍ର ନାୟକ ରାଜ କିଶୋର ପରିଡ଼ା ସୋମ୍ୟକୁମାର ରାୟ ବିଶେଷ ସହଯୋଗ ଏହି ନୀରବ ଅଭିଯାନ କୁ କରିଥିଲେ ମୁଖର । ସି ଏମ ଏ ଅଶୋକ ସାଠିଆ
ଓ ସାମ୍ୱାଦିକ ପ୍ରଦୀପ ମହାନ୍ତି ମଧ୍ୟ ଏହି ବ୍ୟାପକ କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ପ୍ରୟାସ ଜାରି ରଖି ଥିଲା ବେଳେ
ସେବା ଦଳ କୁ ସାହାଯ୍ୟ କରିବା ପାଇଁ ଛାଇ ପରି ଲାଗି ରହିଥିଲେ ସ୍ଥାନୀୟ ଅଞ୍ଚଳ ର ଲୋକ ପ୍ରିୟ ସଂଗଠକ ଶିକ୍ଷକ ସମାଜସେବୀ ,ଉଚିତ୍ ନାରାୟଣ( ପପୁ ଭାଇ ) ସ୍ଥାନୀୟ ସରପଞ୍ଚ ସୁନ୍ଦୁରୁ ଓ ପିଡିକା ଓ ଅନ୍ୟାନ୍ୟ ବହୁ ଯୁବକ ।

ପେଡ କାମରା, ଚିନ କମରା ଉପର ପୋଟେସା ଜାଡବା, ଟାଙ୍କୁ ଟୁର୍କୀ ଶିଂଖଚୋଲା, କୋଚିଙ୍ଗ, ବା ଲ୍ ସା କଙ୍ଗମ୍ ପଞ୍ଚାୟତ ର ଶବଦମ୍ ,ରାମ୍ ଯି ପୁଟ ,ଗନ୍ଦିପଡୁ ବଡସାରପଲ୍ଲୀ ପଞ୍ଚାୟତ ର ତଳ ପୁଟେଶୁ ,ଏଲଗା ବା ଲ ଶା ,ୟେସାର, ନାରାୟଣ ପାଟନା ର ତକ୍ରି ଘାଟି, ତଳ ଗୁମଣ୍ଡି ,ଭିତରପଡ଼ା ଓ ଆହୁରି ଅନେକ ଦୁର୍ଗମ ଘାଟି ଗାଁ ରେ ପହଞ୍ଚି ଥିଲେ। ସ୍ବେଛାସେବୀ
ବିଶିଷ୍ଟ ସଂଗଠକ ତଥା ସମାଜ ସେବୀ ଦୀନବନ୍ଧୁ ନାୟକ ମଧ୍ୟ ଯୋଗ ଦେଇ ଘଟି ଅଞ୍ଚଳ ରେ ସମସ୍ୟା କୁ ଗଭୀର ଭାବେ ଅଧ୍ୟୟନ କରିବା ସହ ଏହାକୁ ରେଖାଙ୍କିତ୍ କରି ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବେ ବୋଲି ଭଏସ ଅଫ୍ କମନ୍ସ କୁ କହିଛନ୍ତି ।
ସେବା ଦଳ ର ରହଣି ପାଇଁ
ପ୍ରଶାସନ ପକ୍ଷରୁ ନାରାୟଣ ପାଟଣା ରେ ରହିବା ପାଇଁ ଡେପୁଟି ଜିଲ୍ଲାପାଳ ଶ୍ରୀ ନୀଳକଣ୍ଠ ନାଇଡୁ ଓ ନାରାୟଣ ପାଟନା ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକ୍ରମ ଦୋରା ବ୍ୟବସ୍ଥା କରିଥିବାରୁ ଉଭୟ ଅଧିକାରୀ ଙ୍କୁ ମଧ୍ୟ ସେବା ଦଳ ପାକ୍ଷରୁ ହୃଦୟ ରୁ ଧନ୍ୟବାଦ୍ ଜ୍ଞାପନ କରା ଯାଇଛି ।

କଲ୍ୟାଣ ସଂଗଠନ ର ଉପଦେଷ୍ଟା ବର୍ଷୀୟାନ ସମାଜସେବୀ ପ୍ରଫେସର ଶ୍ରୀ ଦେବୀ ପ୍ରସାଦ ଦାସ ପ୍ରଫେସର ପତି ତପାବନ୍ ମହାନ୍ତି ପ୍ରାଫେସର ଡକ୍ଟର ମହେନ୍ଦ୍ର ମହାନ୍ତି ଏବଂ ବିଶିଷ୍ଟ ସାମ୍ୱାଦିକ ଶ୍ରୀ ଅମ୍ବିକା କାନୁନଗୋ ପ୍ରମୁଖ କାର୍ଯ୍ୟକ୍ରମ କୁ ମାର୍ଗ ଦର୍ଶନ ଦେବା ସହ ପରିଚାଳନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।


ତେବେ ଶ୍ରୀଯୁକ୍ତ ବରୁଣ ଗୁପ୍ତ ଓ ତରୁଣ ଅଗ୍ରୱାଲ ପ୍ରମୁଖ ସେବା ର ଏହି ଅନନ୍ୟ କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରକାର ସହଯୋଗ କରି କାର୍ଯ୍ୟକ୍ରମ କୁ ସଫଳ କରିଛନ୍ତି ।
