ବିଶ୍ଵ ସ୍ତରୀୟ କ୍ରୀଡା ରେ ଭାଗ ନେବା ପାଇଁ ଓଡ଼ିଶା ରୁ ଭାରତୀୟ ଟିମ୍ ରେ ସ୍ଥାନ ପାଇଲେ ମାହାଙ୍ଗା ର ଯୁବକ ।
ଅର୍ଥ ସାଜୁଛି ବାଧକ
ଓଡ଼ିଶା ର ଏକ ମାତ୍ର ଖେଳାଳି ଭାବେ ଜିତେନ୍ଦ୍ର କୁମାର ବେହେରା ସାଉଦି ଆରବିଆ ଠାରେ ଅନୁଷ୍ଠିତ ଏସିଆନ ଲାକ୍ରୋସ ଗେମ୍ସ ରେ ଭାରତୀୟ ଟିମ୍ ର ଜଣେ ସଦସ୍ୟ ଭାବେ ଖେଳିବା ପାଇଁ ଭାରତୀୟ ଲାକ୍ରୋସ୍ ଆସୋସିଏସନ୍ ଦ୍ଵାରା ଯୋଗ୍ୟ ବିବେଚିତ ହୋଇ ଥିଲା ବେଳେ ଏହି ଖେଳ ଆନ୍ତର୍ଜାତୀୟ ସ୍ତର ରେ
ଆସନ୍ତା ୧୮ ରୁ ୨୨ ତାରିଖ ଯାଏ
ଅନୁଷ୍ଠିତ ହେବ ।
ଆସନ୍ତା ୧୭ ତାରିଖ ରେ ଭାରତୀୟ ଦଳ ସହ ସେ ମୁମ୍ବାଇ ରୁ ରୀୟଦ ଯାତ୍ରା କରିବେ।
ସୂଚନାଯୋଗ୍ୟ ଯେ ହକି ଭଳି ଲାକ୍ରୋସ ବି ଏକ ଅଲମ୍ପିଲ ଖେଳ ହୋଇଥିଲା ବେଳେ ଏହି ଖେଳ ର ପ୍ରଚାର ପ୍ରସାର ଆମ ଦେଶ ରେ ହୋଇପାରି ନାହିଁ । ରାଜ୍ୟ ସରକାର ଏହି କ୍ରୀଡା କୁ ଏ ପର୍ଯ୍ୟନ୍ତ ସ୍ଵୀକୃତି ଦେଇ ନ ଥିଲା ବେଳେ ଜିତେନ୍ଦ୍ର କିନ୍ତୁ ଭାରତୀୟ ଟିମ୍ ରେ ସାମିଲ ହୋଇଛନ୍ତି ।
କଟକ ଜିଲ୍ଲା ର ମାହାଙ୍ଗା ବ୍ଲକ ର ତଳରମାକପୁର ଗାଁ ରେ ଜନ୍ମ ଗ୍ରହଣ କରିଥିବା ଜିତେନ୍ଦ୍ର ଜଣେ ପାଣି ପାଇପ୍ ମିସ୍ତ୍ରୀ ଭାବେ ବୃତ୍ତି ଆଦରି ନେଇ ଥିଲା ବେଳେ ନିଜ ଉଦ୍ୟମ ରେ ସେ ତିନି ବର୍ଷ ହେଲା ଏହି ଖେଳ ଖେଳି ଆସୁଥିଲେ । ଏହି କ୍ରୀଡା ରେ ରାଜ୍ୟ କୁ ପ୍ରତିନିଧିତ୍ଵ କରି ରାଜସ୍ଥାନ ରେ ହୋଇଥିବା ଜାତୀୟ ପ୍ରତିଯୋଗିତା ରେ ତାଙ୍କ ଟିମ୍ ଓଡ଼ିଶା ପାଇଁ ରୌପ୍ୟ ପଦକ ଆଣିଥିଲେ । ରାଜ୍ୟ ଫେନ୍ସିଙ୍ଗ ଖେଳ ରେ ବି ସେ ଭାଗ ନେଇ ରାଜ୍ୟ ସ୍ତର ରେ ସଫଳତା ପାଇଥିଲା ବେଳେ ଏବେ ତାଙ୍କୁ ଏହି
ପ୍ରତିଯୋଗିତା ରେ ଭାଗ ନେବା ପାଇଁ ବିଦେଶ ଯାତ୍ରା କରୁଥିବାରୁ ଅନ୍ୟୁନ ଦୁଇ ଲକ୍ଷ ଟଙ୍କା ର ଆବଶ୍ୟକତା ରହିଛି ।
ସେବା ସଂଗଠନ ସାହା ର ଜଣେ ସକ୍ରିୟ ସଦସ୍ୟ ଭାବେ ରକ୍ତ ଦାନ ପରିବେଶ ସୁରକ୍ଷା ଜରା ଶ୍ରମ ରେ ସେବାଦିନ ଆୟୋଜନ ରେ ଭାଗ ନେବା ସହ ନିଜର ଯୁବ ଜୀବନ କୁ ସେବାର ବହୁବିଧ ବିନ୍ଦୁ ବଳୟ ଭିତରେ ନିଜକୁ ସମର୍ପିତ କରିଥିବା ଜିତେନ୍ଦ୍ର ଙ୍କ ପାଇଁ ଫେନ୍ସର୍ ପ୍ରଭାକର ନିଜର ମାର୍ଗ ଦର୍ଶକ ବୋଲି ସେ ପ୍ରକାଶ କରିଛନ୍ତି ।
ଏକ ନିମ୍ନ ମଧ୍ୟବିତ୍ତ ପରିବାର ରେ ଜନ୍ମ ହୋଇ ଓ ପାଇପ ମିସ୍ତ୍ରୀ କାମ କରି ଏତେ ପଇସା ଯୋଗାଡ କରିବା ତାଙ୍କ ପାଇଁ ଏବେ କଷ୍ଟକର ହୋଇଥିଲା ବେଳେ ରାଜ୍ୟ ସରକାର ବା କୌଣସି ସାମାଜିକ ଅନୁଷ୍ଠାନ କିମ୍ବା କମ୍ପାନୀ ସି ଏସ ଆର୍ ସାହାଯ୍ୟ ପାଇଁ ଆଗେଇ ଆସିଲେ ଗାଁ ରୁ ନିଜ ଉଦ୍ୟମ ରେ ବିଶ୍ଵ ସ୍ତରୀୟ ଖେଳ ରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ଜିତେନ୍ଦ୍ର ଙ୍କ ପାଇଁ ଅର୍ଥ ଆଉ ବାଧକ ହୁଅନ୍ତାନି ବୋଲି ସେ ଭଏସ ଅଫ୍ କମନ୍ସ କୁ କହିଛନ୍ତି