ସୁଦୂର ଗଞ୍ଜାମ ବରହମପୁର ରୁ ଯାଜପୁର ଛତିଆ ଆସି ଜରାଶ୍ରମରେ ପତ୍ନୀ ଙ୍କ ଜନ୍ମଦିନ ପାଳିଲେ ପରିବାର

ଭଏସ ଅଫ୍ କମନ୍ସ ନିଉଜ୍ ୦୩/୧୧

ନିସଙ୍ଗ ନୀଡ ର ପକ୍ଷୀ ଏମାନେ । ଉଡିବାକୁ ନାଁ ଅଛି ପର ନାଁ ଅଛି ଦେହ ରେ ଶକ୍ତି ।ଆକାଶ କହିଲେ କେବଳ ଅବହେଳା ଉଦାସୀନତା ର ବହଳ ଅନ୍ଧାର। ଯୋଉ ବସା ଘର କୁ ଗଢ଼ିବାକୁ ତମାମ ଜୀବନ ପିଲା ଛୁଆ ଙ୍କୁ ମଣିଷ କରୁ କରୁ ଲହୁଲୁହାଣ ହେଲେ ଆଜି ସେଇ ଆପଣାର ରକ୍ତ ର ମଣିଷ ମାନେ ସମାଜ ରେ ବଡ ହେଲା ପରେ ବାପା ମା ଙ୍କୁ ଘରୁ ବାହାର କରି ଦେଲା ପରେ ବୃଦ୍ଧ୍ୟାଶ୍ରମ ପାଲଟିଛି ଅବଶିଷ୍ଟ ଜୀବନ ରେ ବଞ୍ଚିବାର ରାହା ,,,ଆଉ ସେଇ ଜରଶ୍ରମ ରେ କିଛି ସମୟ ଆପଣାପଣ ରେ ଏଇ ମାନଙ୍କ ସହ କିଛି ସୁଖ ଦୁଃଖ ବାଣ୍ଟି ଦେଲେ ସେମାନଙ୍କ ଆଖିରେ କ୍ଷଣିକ ପାଇଁ ଝଲସି ଉଠେ କେମିତି ଏକ ଅଜଣା ପୁଲକ ଆଉ ଶୁଖିଲା ଓଠ ରେ ଝରି ପଡେ ଚେନାଏ ହସ,,,

ନିଜ ନିଜ ଜନ୍ମଦିନ କୁ ଭୋଗ ବିଳାସ ପାର୍ଟି ପିକନିକ୍ ରେ ଅଧିକାଂଶ ଯୁବ ବର୍ଗ ବିତାଉ ଥିଲା ବେଳେ ଏକ ବେସରକାରୀ ବ୍ୟାଙ୍କ୍ ରେ ରାଜ୍ୟ ର ମୁଖ୍ୟ ରହିଥିବା ବିଶ୍ୱନାଥ ସ୍ୱାଇଁ ପତ୍ନୀ ଙ୍କ ଜନ୍ମଦିନ କୁ ଯାଜପୁର ର ସେବକ ଜରଶ୍ରମ୍ କୁ ଆସି ପରିବାର ସହ କଟେଇବା ସହ ବୃଦ୍ଧା ବୃଦ୍ଧ ବୃଦ୍ଧା ଙ୍କ ସହ ମିଶି ସୁଖ ଦୁଃଖ ହେବା ସହ ମଧ୍ୟାହ୍ନଭୋଜନ ଆୟୋଜନ କରିଥିଲେ ।

ଜରଶ୍ରମ ର ଔଷଧ କୋଷ କୁ ମଧ୍ୟ ବହୁମୂଲ୍ୟ ଔଷଧ ଭିଟାମିନ ସାମାଜିକ ସଂଗଠନ ସାହା ପକ୍ଷରୁ ଦିଆଯାଇଥିଲା ।

ବିଶ୍ଵନାଥ ସ୍ୱାଇଁ ଗଞ୍ଜାମ ର ବରହମପୁର ରେ ଚାକିରି କରୁଥିଲା ବେଳେ ପରିବାର ସହ ସେଠାରେ ରୁହନ୍ତି ।ତେବେ ଛାତ୍ର ଜୀବନ ରୁ ସେବା ସଂଗଠନ ସାହା ର ଜଣେ ସମର୍ପିତ ସ୍ୱେଚ୍ଛାସେବୀ ଭାବେ ଦେଶ ର ବିଭିନ୍ନ ସ୍ଥାନ ରେ କାର୍ଯ୍ୟରତ ଥିଲା ବେଳେ ବଳକା ସମୟ କୁ ସମାଜ ସେବା ରେ ସେ ନିୟୋଜିତ କରିଥାଆନ୍ତି।


ତାଙ୍କ ସହଧର୍ମଣୀ ଗାୟତ୍ରୀ ସ୍ୱାଇଁ ଙ୍କ ଜନ୍ମଦିନ କୁ ସେ ପାଳନ କରିବାକୁ ପୁଅ ଝିଅ ଙ୍କ ସହ ଛତିଆ କୁ ଆସିଥିଲା ବେଳେ ସାଥିରେ ବନ୍ଧୁ ସଂଜିତ୍ ଓଝା ପଦ୍ମିନୀ ଓଝା ଟିକି ଜେନା ଙ୍କ ସହ ପୁଅ ଆୟୁଷ୍ମାନ ଓ ଝିଅ ମୋନାଲିସା ମଧ୍ୟ ଯୋଗ ଦେଇ ଜରାଜୀର୍ଣ୍ଣ ବୃଦ୍ଧ ବୃଦ୍ଧା ଙ୍କ ସହ ବହୁ ସମୟ ଅତିବାହିତ କରିବା ସହ ପ୍ରାୟ ତିନି ଶହ ଅନ୍ତେବାସୀ ଙ୍କ ଆୟୋଜନ କରିଥିଲେ ମଧ୍ୟାହ୍ନ ଭୋଜନ ର ପ୍ରସାଦ ସେବା । ଏହି ଉପଲକ୍ଷେ ଜରାଶ୍ରମ୍ ରେ ସମସ୍ତ ଙ୍କ ଗହଣ ରେ ଦୀପ ଟିଏ ଜାଳିବା ସହ ମିଷ୍ଠନ୍ନ ବିତରଣ କରି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ ବିନୟ ମିଶ୍ର ଅଧ୍ୟାପିକା ସିନ୍ଧୁଦର୍ଷିନି ଉଦ୍ୟୋଗୀ ଶିଶିର ପଣ୍ଡା କବିୟତ୍ରି ସୁଚିତ୍ରା ପଣ୍ଡା ଅଧ୍ୟାପକ ଡକ୍ଟର ମନୋଜ ଧିର ଜିତେନ୍ଦ୍ର ପଣ୍ଡା ଗଣେଶ ବଳବନ୍ତ ରାୟ ପ୍ରମୁଖ ସେବା ଦିନ ରେ ଯୋଗ ଦେଇ ଥିଲେ ।


ଆଶ୍ରମ ପକ୍ଷରୁ ପରିଚାଳକ ସୁରେଶ ବିଶ୍ଵାଳ ମାନବାଧିକାରକର୍ମୀ ଆଇନଜୀବୀ ସତ୍ୟନାରାୟନ ଦାସ ଅଶୋକ ସ୍ୱାଇଁ ପ୍ରମୁଖ ବିଶ୍ଵନାଥ ସ୍ୱାଇଁ ଓ ପରିବାର ଙ୍କୁ ଶୁଭ କାମନା
ଜଣାଇଥିଲେ। ପବିତ୍ର ପଂଚୁକ ରେ ସାହା ର ଅନ୍ୟତମ ଯୁବ ସେବା କର୍ମୀ ତଥା ରାଜ୍ୟ ର ପ୍ରତିଷ୍ଠିତ ଯୁବ ବ୍ୟଙ୍ଗ କବି ତଥା କମ୍ପ୍ୟୁଟର ଇଞ୍ଜିନିୟର ଚିତ୍ତ ଓଝା ମଧ୍ୟ ବୃଦ୍ଧା ଶ୍ରମ ପାଇଁ ସ୍ଵତନ୍ତ୍ର ସେବା ରାଶି ପ୍ରଦାନ କରିଥିଲେ

Leave A Reply

Your email address will not be published.