ନିଖୋଜ ହେଇ ଯାଇଥିବା ରଜ ଆଉ ଉଯୁଡ଼ି ଯାଉଥିବା ଗ୍ରାମ୍ୟ ସଂସ୍କୃତି କୁ ନେଇ ମାନସ ମନ୍ଥନ

କଟକ ରୁ ଜିତେନ୍ଦ୍ର ପଣ୍ଡା

ମାନସ ମନ୍ଥନ ରେ ଦୁର୍ନୀତି ନିବାରଣ ବିଭାଗ ର ଅଧିବକ୍ତା ତଥା ପି ପି ଶ୍ରୀ ଜ୍ୟୋତିପ୍ରକାଶ ମହାପାତ୍ର ତାଙ୍କର ନିଷ୍ଠାପର ବୃତ୍ତିଗତ ki ଦକ୍ଷତା ପାଇଁ ହେଲେ ସମ୍ମାନିତ ।ଯୋଗ ଦେଲେ ଶତାଧିକ ଯୁବକ । ଉଯୁଡି ଯାଉଥିବା ଗ୍ରାମ୍ୟ ସଂସ୍କୃତି କୁ ନେଇ ବ୍ୟକ୍ତ କଲେ ବେଦନା,,

ସାହା ପକ୍ଷ ରୁ ରଜ ସଂକ୍ରାନ୍ତି ରେ ଏକ ମାନସ ମନ୍ଥନ କାର୍ଯ୍ୟକ୍ରମ ଧାରପୂର୍ ହନୁମାନ ପୀଠ ମାହାଙ୍ଗା ଆମ ଗାଁ ଆମ ରଜ ମାନବାଧିକାର କର୍ମୀ ଆଇନିଯିବି ସତ୍ୟନାରାୟଣ ଦାସ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଥିଲା ବେଳେ ଶତାଧିକ ଯୁବକ ଏକାଠି ହୋଇ ଗ୍ରାମ୍ୟ ସଂସ୍କୃତି ରେ ରଜ ର ମହତ୍ତ୍ଵ ଉପରେ ଆଲୋଚନା କରିବା ସହ ଦୃତ୍ ଗତି ରେ ଗାଁ ର ପରିବେଶ ପ୍ରକୃତି ଉଜୁଡ଼ି ଯାଉଥିବାରୁ ଏହାକୁ ବଞ୍ଚେଇ ରଖିବାକୁ ସମସ୍ତେ ଉଦ୍ୟମ କରିବାକୁ ଆଗେଇ ଆସିବାକୁ ଉଦ୍ୟମ କରିବା ଉଚିତ୍ ବୋଲି ମତ ପ୍ରକାଶ ପାଇଥିଲା ।
ଦୁର୍ନୀତି ନିବାରଣ ବିଭାଗ ରେ ସରକାରୀ ଅଧିବକ୍ତା ପି ପି ଜ୍ୟୋତି ପ୍ରକାଶ ମହାପାତ୍ର ଯୋଗ ଦେଇ ଦୁର୍ନୀତି ଦେଶ ପ୍ରତି ବିପଦ ବୋଲି ମତ ପ୍ରକାଶ କରି ଯୁବ ସମାଜ ଏହାର ବିରୋଧ କରିବାକୁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ ।


ଏହି ମାନସ ମନ୍ଥନ ରେ ସ୍ତମ୍ବକାର ସୂଚନା କର୍ମୀ ବିବେକାନନ୍ଦ ଦାସ କବି ଗୋବିନ୍ଦ ମହାନ୍ତି ଯୋଗ ଗୁରୁ ସ୍ୱୟଂ ପ୍ରକାଶ ମହାପାତ୍ର ଶିକ୍ଷାବିତ୍ ଡକ୍ଟର୍ ଭାବଗ୍ରାହୀ ରାଉତ୍ ବିଶିଷ୍ଟ ସାମାଜିକ କର୍ମୀ ଦିନବନ୍ଧୁ ନାୟକ ସମାଜସେବୀ ସରୋଜ ଜେନା ଶିକ୍ଷାବିତ୍ ଅରୁଣ କୁମାର ବାରିକ ସାମ୍ବାଦିକ ବିଜୟ ଜେନା ଧନେଶ୍ୱର ସେଠୀ ଏ ଡି ଏମ ତନ୍ମୟ ବେହେରା ଶରତ କୁମାର ନାୟକ ଯୁବ ସମାଜ ସେବୀ ବିଶ୍ଵନାଥ ସ୍ୱାଇଁ ଯୁବ ରକ୍ତ ଦାତା ରାଜେଶ ସାହୁ ପ୍ରମୋଦ ଓଝା କବି ସୁକାନ୍ତ ମଢ଼େଇ କମଳା କାନ୍ତ ଓଝା ରାଜ୍ୟ ସଚିବାଳୟ ର ଅଧିକାରୀ ବିକାଶ ସୁତାର ଅସିତ୍ ଜେନା ସଚ୍ଚିଦାନନ୍ଦ ବେହେରା ସି ଏ ଜ୍ଞାନ ରଞ୍ଜନ ଦାସ ମନୋରଂଜନ ନାୟକ ସର୍ବେଶ୍ଵର ବାରିକ ପୂର୍ବତନ ନୌ ବାହିନୀ ର ଅଧିକାରୀ ଭାରତ ଭୂଷଣ ପଟ୍ଟନାୟକ ବିଶିଷ୍ଟ ସମାଜସେବୀ ଦିନବନ୍ଧୁ ରାଉତ , କମଳା କାନ୍ତ ଓଝା ପ୍ରମୁଖ ଓଡ଼ିଶାର ଗଣ ପର୍ବ ରଜ କୁ ନେଇ ନିଜର ବିଚାର ରଖିଥିଲେ । ଦୁର୍ନୀତି ନିବାରଣ ବିଭାର ରେ ନୂତନ ଭାବେ ଯୋଗ ଦେଇଥିବା ଯୁବ ଅଧିବକ୍ତା ପବ୍ଲିକ ପ୍ରୋଶୁକୁଟର୍ ଶ୍ରୀ ଜ୍ୟୋତି ପ୍ରକାଶ ମହାପାତ୍ର ଙ୍କୁ ଏହି ମାନସ ମନ୍ଥନ କାର୍ଯ୍ୟକ୍ରମ ରେ ଡାକ୍ତର ତନ୍ମୟ ବେହେରା ସମ୍ମାନିତ କରିଥିଲେ ।

ସେହିପରି ସୁପ୍ରିମକୋର୍ଟ ର ଯୁବ ଆଇନିଜିବି ତଥା ସାମାଜିକ କର୍ମୀ ଦେବଦତ୍ତ କାନୁନଗୋ ଙ୍କୁ ରେଳବାଇ ରୁ ସେବା ନିବୃତ୍ତ ବରିଷ୍ଠ ଅଧିକାରୀ ତଥା ସାମାଜିକ କର୍ମୀ ଶ୍ରୀ ରବୀନ୍ଦ୍ର କୁମାର ମହାନ୍ତି ସମ୍ମାନିତ କରିଥିଲେ ଶ୍ରୀ ଦେବଦତ୍ତ ବହୁଦେଶୀୟ କମ୍ପାନୀ ରୁ ଲୋଭନୀୟ ବେତନ ର ଚାକିରୀ ଛାଡ଼ି ଏବେ ଓକିଲାତି ସହ ବିଭିନ୍ନ ସାମାଜିକ କାର୍ଯ୍ୟ ମାନବିକ ଅଧିକାର ଓ ପରିବେଶ ସୁରକ୍ଷା ପାଇଁ ଯୁବ ଜୀବନ କୁ ମୁଖର କରିଛନ୍ତି ।

ଇଞ୍ଜିନିୟର ସତ୍ୟବ୍ରତ ମହାନ୍ତି ଅମରେନ୍ଦ୍ର ଜେନା ସନ୍ତୋଷ ଓଝା ପ୍ରଦୀପ ସୁତାର ଗୋବିନ୍ଦ ଦାସ ଅଧ୍ୟାପକ ଅନିଲ ଜେନା ଫେନ୍ସର୍ ପ୍ରଭାକର ବେହେରା ଗଛ କିଶୋର ଅଜୟ ପଣ୍ଡା ପ୍ରଭାକର ବେହେରା ଦୀପକ ସେଠୀ ହରିହାଟ ଦାସ ତ୍ରିଲୋଚନ ବେହେରା ଶ୍ରୀକାନ୍ତ ପ୍ରମୁଖ କାଯ୍ୟକ୍ରମ୍ ପରିଚାଳନା କରିଥିଲେ । ରଜ ଉପଲକ୍ଷେ ଆଗାମୀ ମୌସୁମୀ ପୁବରୁ ରୋପଣ ପାଇଁ କିଛି ଉନ୍ନତ ମାନ ର ଆମ୍ବ ଚାରା ମଧ୍ୟ ବିତରଣ କରାଯାଇଥିଲା ।

ଦେବଦତ୍ତ କାନୁନଗୋ

ବହୁଦେଶୀୟ କମ୍ପାନୀ ରେ ଇଞ୍ଜିନିୟର ଓ ପରିଚାଳକ ର ଲୋଭନୀୟ ଓ ଉଚ୍ଚ ବେତନ ର ଚାକିରୀ ଛାଡ଼ି ସୁପ୍ରିମ କୋର୍ଟ ରେ ଆଇନଜୀବୀ ବୃତ୍ତି କୁ ଆଦରି ନେଇ ସେ ଦେଖନ୍ତି ସାଧାରଣ ମଣିଷ ପାଇଁ ସାମାଜିକ ନ୍ୟାୟ ଓ ଦୁର୍ନୀତିମୁକ୍ତ ସମାଜ ପାଇଁ ନିରୀହ ଆଉ ନିଷ୍ପାପ ସ୍ଵପ୍ ଟିଏ ।

ସୁପ୍ରିମକୋର୍ଟ ର ଯୁବ ଆଇନଜୀବୀ ଶ୍ର ଦେବଦତ୍ତ କାନୁନଗୋ ଙ୍କୁ ସମ୍ମାନିତ। କରୁଛନ୍ତି ବିଶିଷ୍ଟ ସାମାଜିକ କର୍ମୀ ଶ୍ରୀ ରବୀନ୍ଦ୍ରନାଥ ମହାନ୍ତି

ଅଧ୍ୟାପକ ପ୍ରଦୀପ ମହାନ୍ତି ଧନ୍ୟବାଦ୍ ଦେଇଥିଲେ । ହନୁମାନ ମନ୍ଦିର ପରିଚାଳନା ପରିଷଦ ପକ୍ଷରୁ ବିଭୂତି ଭୂଷଣ ବାନାର୍ଜୀ ଓ ମହେନ୍ଦ୍ର ବାନାର୍ଜୀ କାର୍ଯ୍ୟକ୍ରମ ପରିଚାଳନା ରେ ସମସ୍ତ ପ୍ରକାର ସହଯୋଗ କରିଥିଲେ ।

Leave A Reply

Your email address will not be published.