ଭଏସ ଅଫ କମନ୍ସ ନିଉଜ ଡେସ୍କ

ରାଜଧାନୀ ରେ ଷଣ୍ଢ ଆକ୍ରମଣ

ରାଜଧାନୀରେ ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧା ହେମଲତା ଦାସ ଙ୍କ ର ପରଲୋକ ଘଟିଛି । ଷଣ୍ଢ ଆକ୍ରମଣରେ କିଛି ବ୍ୟକ୍ତି ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ରାଜଧାନୀ ଉପକଣ୍ଠ ରୋକୋଟ ଗାଁରେ କିଛି ଦିନ ହେବ ଏକ ଷଣ୍ଢ ର ଆତଙ୍କ ଦେଖିବାକୁ ମିଳିଛି। ପୂର୍ବରୁ ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବାବେଳେ ୭ ଜଣ ଲୋକ ଆହତ ହୋଇଥିଲେ। ତେବେ ଗ୍ରାମବାସୀମାନେ ବିଏମସିକୁ ରେ ବିଷୟ ରେ ବାରମ୍ବାର ବି ଏମ ସି କୁ ଜଣାଇ ଥିଲେ ବି କିଛି ସୁଫଳ ମିଳି ନ ଥିବାରୁ ଆଜି ସ୍ଥାୟୀ ପ୍ରତିକାର ଦାବିରେ ସ୍ଥାନୀୟ ଲୋକେ ମଞ୍ଚେଶ୍ଵରକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ମଞ୍ଚେଶ୍ଵର ପୁଲିସ ଘଟଣା ସ୍ଥଳ ରେ ପହଞ୍ଚି ଛନ୍ତି ।

Leave A Reply

Your email address will not be published.