ପ୍ରଫେସର ଡକ୍ଟର ମହେନ୍ଦ୍ର କୁମାର ମହାନ୍ତି
କେନ୍ଦ୍ରୀୟ ଜନଜାତି ବିଶ୍ଵବିଦ୍ୟାଳୟ
ର ବୋର୍ଡ ଅଫ ଷ୍ଟ୍ଡ଼ିଜ କୁ ହେଲେ ମନୋନୀତ

ଓଡିଶାର ର ବିଶିଷ୍ଟ ବୈଜ୍ଞାନିକ ସମ୍ମାନଜନକ ବି ପି ସି ଏଲ ର ଚେୟାର ପ୍ରଫେସର ତଥା ଓ ୟୁ ଏ ଟି ର ପ୍ରଫେସର ଡକ୍ଟର ମହେନ୍ଦ୍ର କୁମାର ମହାନ୍ତି କେନ୍ଦ୍ରୀୟ ଜନଜାତି ବିଶ୍ଵବିଦ୍ୟାଳୟ ( ସେଣ୍ଟ୍ରାଲ ଟ୍ରାଇବାଲ ବିଶ୍ଵବିଦ୍ୟାଳୟ ଆନ୍ଧ୍ରପ୍ରଦେଶ) ର ବୋର୍ଡ ଅଫ ସ୍ତଡିଜ ର ସଦସ୍ୟ ଭାବେ ମନୋନୀତ ହେଲେ ।

କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଟି ଭି କଟିରମୁନି ଗତ ୨୭ ତାରିଖ ରେ ଏ ସଂକ୍ରାନ୍ତ ରେ ପତ୍ର ଲେଖି ତିନି ବର୍ଷ ପାଇଁ ଏହି ସମ୍ମାନଜନକ ପଦବୀ ରେ ରହିବା ପାଇଁ ଡକ୍ଟର ମହାନ୍ତି ଙ୍କୁ ଅନୁରୋଧ କରିଛନ୍ତି । ସୂଚନା ଯୋଗ୍ୟ ଯେ ପ୍ରଫେସର ଡକ୍ଟର ମହେନ୍ଦ୍ର ମହାନ୍ତି ଆଇ ଆଇ ଟି ଖଡକପୁର ଓ ଆଇ ଆଇ ଟି ଦିଲ୍ଲୀ ରୁ ଉଚ୍ଚ ଶିକ୍ଷା ସମାପ୍ତ କଲା ପରେ ଶିକ୍ଷାଦାନ ଗବେଷଣା ସହ ଉଭୟ ଦେଶ ଓ ବିଦେଶ ର ଅନେକ ସରକାରୀ ବେସରକାରୀ ଉଚ୍ଚ ଶିକ୍ଷା ଅନୁଷ୍ଠାନ ରେ ଗୁଣାତ୍ମକ ଶିକ୍ଷା ର ଆଭିବୃଦ୍ଧି ଉପରେ ଉପଦେଷ୍ଟା ଥିଲା ବେଳେ ଏକାଧିକ ସାମାଜିକ ଅନୁଷ୍ଠାନ ସହ ଜଡିତ ରହୁଛନ୍ତି । ମାହାଙ୍ଗା ଅଞ୍ଚଳ ର ଶୁକ୍ଲେଶ୍ୱର୍ ଗାଁ ରେ ଜନ୍ମିତ ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ନିଜ ଗାଁ ସହ ସବୁବେଳେ ନିରନ୍ତର ଆବେଗିକ ସମ୍ପର୍କ ରେ ରହିବା ସହ ପିଲା ମାନଙ୍କ ଶିକ୍ଷା ର ବିକାଶ ଗାଁ ର ସାଂସ୍କୃତିକ ଓ ଆଧ୍ୟାତ୍ମିକ ବିକାଶ ସହ ଚାଷ ଓ ଚାଷୀ ଭାଇ ଙ୍କ ର କଲ୍ୟାଣ ପାଇଁ ବ୍ରତୀ ରହିଛନ୍ତି । ବ୍ୟବହାର ରେ ବେଶ୍ ବିନମ୍ର ଓ ସରଳ ଡକ୍ଟର ମହେନ୍ଦ୍ର ମହାନ୍ତି ଶୁକ୍ଲେଶ୍ୱର ର ଭଗବତୀ ବିଦ୍ୟାପୀଠ ରେ ବିଦ୍ୟାଳୟ ଶିକ୍ଷା ଶେଷ କରିଛନ୍ତି ।

Leave A Reply

Your email address will not be published.