ଭରଣ ପୋଷଣ ମାମଲା ରେ ଦେଶ ଶୀର୍ଷ ଅଦାଲତ ଟାଣିଲେ ସୀମାରେଖା
ବର୍ତ୍ତମାନ ସମୟ ରେ ଯୌତୁକ ଆଇନ ଓ ଘରୋଇ ହିଂସା ଆଇନ ର ଅପବ୍ୟବହାର କରାଯାଉଥିବାର ଅଭିଯୋଗ ବାରମ୍ବାର ଆସୁଥିଲା ବେଳେ ଛାଡ଼ପତ୍ର ଦେଲା ବେଳେ ଦିଆଯାଉଥିବା ଭରଣ ପୋଷଣ ନିର୍ଧାରଣ କଲାବେଳେ ବିଚାରାଳୟ ଗୁଡ଼ିକ ଏବେ ଦେଶ ର ମାନ୍ୟବର ଶୀର୍ଷ ଅଦାଲତ ଙ୍କ ମାର୍ଗ ଦର୍ଶନ କୁ ନେଇ ରାୟ ଦେବାଲାଗି ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇ ପଦକ୍ଷେପ ନେଇଛନ୍ତି ।
ଭରଣ ପୋଷଣ ମାମଲା ରେ ସୀମା ରେଖା ଟାଣି ଶୀର୍ଷ ଅଦାଲତ ଏପରି ଆଦେଶ ଦେଇଛନ୍ତି। ପତ୍ନୀ ଓ ଶଶୁର ଘର ନିର୍ଯାତନା ରେ ସମ୍ମୁଖୀନ ହୋଇ ଆତ୍ମ
ତ୍ୟା କରିଥିବା ଅତୁଲ ଶ୍ରୀ ବସ୍ତ୍ବବ ଙ୍କ ପରି ଏବେ ଅଭିଯୋଗ ର ଲମ୍ବା ଚିଠା କୁ ନେଇ ସାରା ଦେଶ ରେ ଚର୍ଚ୍ଚା ଆରମ୍ଭ ହୋଇ ସାରିଥିଲା ବେଳେ ଏପରି ଏଇ ଆଦେଶ ନିଶ୍ଚୟ ଏପରି ଅପରାଧ ଉପରେ ଅଙ୍କୁଶ ଲଗାଇବା ବୋଲି ସବୁ ମହଲ ରେ ଆଶା କରାଯାଉଛି ।
ଭରଣ ପୋଷଣ ମାମଲା ରେ ଦେଶ ର ମାନ୍ୟବର ଶୀର୍ଷ ଅଦାଲତ ଏକ ଅଷ୍ଟ ସୁତ୍ରି ସୀମା ରେଖାଙ୍କିଟ କରି ଯୌତୁକ ଆଇନ ର ଅପବ୍ୟବହାର ଉପରେ ଅଙ୍କୁଶ ଲଗାଇବାର ପ୍ରୟାସ କରିଛନ୍ତି ।
ଭରଣପୋଷଣ ନିର୍ଧାରଣ କଲାବେଳେ ସ୍ବାମୀ ସ୍ତ୍ରୀ ଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି
ଭବିଷ୍ୟତ ରେ ପତ୍ନୀ ଓ ପିଲା ଙ୍କ ମୌଳିକ ଆବଶ୍ୟକତା
ଉଭୟ ପକ୍ଷ ର ଆୟ ଓ ପତି ପତ୍ନୀ ବି ଯୋଗ୍ୟତା
ଆୟ ଓ ସମ୍ପତ୍ତି ର ଉତ୍ସ
ବାପ ଘରେ ରହୁଥିଲା ବେଳେ ପତ୍ନୀ ଙ୍କ ଜୀବନ ଧାରଣ ର ମାନ
ପରିବାର ର ଯତ୍ନ ନେବା ପାଇଁ ପତ୍ନୀ ଚାକିରୀ ଛାଡିଛନ୍ତି କି
ଚାକିରୀ କରୁ ନଥିବା ପତ୍ନୀ ଙ୍କ ପାଇଁ ଆଇନ ଗତ ଲଢେଇ ଲଢ଼ିବା ପାଇଁ ଉପଯୁକ୍ତ ରାଶି
ସ୍ବାମୀ ଙ୍କ ଆର୍ଥିକ ସ୍ଥିତି ରୋଜଗାର ଓ ଅନ୍ୟାନ୍ୟ ଦାୟୀତ୍ଵ କଣ ରହୁଛି ଏହା ମଧ୍ୟ ଦେଖାଯିବ