ସଚିବ ଙ୍କ ଗାଁ ବୁଲା

ସାଧାରଣ ଜନତା ଙ୍କ ନିକଟରେ ସ୍ୱଚ୍ଛ ଓ ସଫଳ ପ୍ରଶାସନ ପହଞ୍ଚାଇବା ପାଇଁ ରାଜ୍ୟ ଅମଲା ତନ୍ତ୍ର ର ବିଭାଗୀୟ ବଡ ବଡ ବାବୁ ମାନେ ଏବେ ଗସ୍ତ କରିବେ ବିଭିନ୍ନ ଜିଲ୍ଲା । ଗାଁ ଗାଁ ରେ ହେଉଥିବା କିଛି କିଛି କାର୍ଯ୍ୟକ୍ରମ ସ୍ଥଳ ରେ ପହଂଚି କରିବେ କାର୍ଯ୍ୟକ୍ରମ ର ସମୀକ୍ଷା ଓ ସମାଧାନ । ସାଧାରଣ ମଣିଷ ର ସୁଖ ଦୁଃଖ କୁ ପାଖ ରୁ ଦେଖିବେ ।

ରାଜ୍ୟ ରାଜଧାନୀ ରେ ଏ ସି ଭିତରେ ବସି ଫାଇଲ ଦେଖିବା ଆଉ ଆଦେଶ ଦେବା ର କର୍ଯ୍ୟ ଧାରା ଏବେ ନୂଆ ସରକାର ଅମଳରେ ବଦଳିବ । ପ୍ରଶାସନ କୁ ଆହୁରି ଲୋକାଭିମୁଖୀ କରିବା ପାଇଁ ଓ ରାଜ୍ୟ ରେ ଏବେ
ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ ଓ ସମୀକ୍ଷା ସହିତ ବିଭିନ୍ନ ସମସ୍ୟା ସମାଧାନ କରିବା କୁ ଆଗକୁ ଏଣିକି ସଚିବମାନେ ସବୁ ଜିଲ୍ଲା ପରି ଦର୍ଶନ ରେ ଯିବେ । ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏହି ଗସ୍ତ ନେଇ ମାର୍ଗ ଦର୍ଶିକା ପ୍ରକାଶ ପାଇଛି ।

ରାଜ୍ୟ ରେ ବିଭିନ୍ନ ବିଭାଗ ରେ କାର୍ଯ୍ୟ ରତ ସଚିବ ମାନେ ବନ୍ଦର, ବିମାନ ବନ୍ଦର, ଶିଳ୍ପ , ପାର୍କ , ବୃହତ୍ ଜଳସେଚନ ପ୍ରକଳ୍ପ ଭେଷଜ ମହାବିଦ୍ୟାଳୟ , ପଂଚାୟତ ପ୍ରତିଷ୍ଠାନ , ଆହାର କେନ୍ଦ୍ର, ଛାତ୍ରାବାସ, ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଓ ଡାକ୍ତରଖାନା ଓ ସରକାରୀ କାର୍ଯ୍ୟାଳୟ ପରିଦର୍ଶନ କରି ସରକାରଙ୍କୁ ରିପୋର୍ଟ ଦେବେ। ଜିଲ୍ଲା ଖଣିଜ ପାଣ୍ଠି ଥିବା ୮ଟି ଜିଲ୍ଲା ଗସ୍ତ କରି ପାଣ୍ଠି ବିନିଯୋଗ ସମ୍ପର୍କରେ ସମୀକ୍ଷା କରିବେ ବୋଲି କୁହାଯାଇଛି। ରାଜ୍ୟ ସରକାର ପ୍ରତି ୯୦ ଦିନରେ ସଚିବମାନଙ୍କ ଦାୟିତ୍ୱ ପରିବର୍ତ୍ତନ କରିବେ। ଏହି କାର୍ଯ୍ୟକ୍ରମକୁ ଅଧିକ ସଫଳ ଓ ଉତ୍ତରଦାୟୀ କରାଯିବା ଲାଗି ଏକ ପୋର୍ଟାଲ ଖୋଲି ଏଥିରେ ସର୍ବଶେଷ ତଥ୍ଯ ଦିଆଯିବ ।
ଉପରିସ୍ଥ ଅଧିକାରୀ ମାନେ ତୃଣ ମୂଳ ସ୍ତର କୁ ଗଲେ ପ୍ରଶାସନ ଆହୁରି ସକ୍ରିୟ ସ୍ୱଚ୍ଛ ସହଯୋଗୀ ହେବାର ସମ୍ଭାବନା ଥିଲେ ବି ଏହା ଉଭୟ ସରକାର ଓ ଅଧିକାରୀ ଙ୍କ ନିଷ୍ଠା ଉପରେ ନିର୍ଭର କରୁଛି ।

Leave A Reply

Your email address will not be published.

7 + four =