କିଲି ପଲ୍ ଙ୍କ କରିସ୍ମା

ଶ୍ରୀ ଅମ୍ବିକା କାନୁନଗୋ ବରିଷ୍ଠ ସାମ୍ବାଦିକ ଭୁବନେଶ୍ୱର

“ଦୃଢ ଇଚ୍ଛାଶକ୍ତି ଓ ନିଷ୍ଠା ଥିଲେ ସବୁକାର୍ଯ୍ୟ କରିବା ସମ୍ଭବ ବୋଲି ପ୍ରମାଣିତ କରି ଦେଖାଇଛନ୍ତି, କିଲି ପଲ୍”
ଓଡ଼ିଆ ଭାଷା ନଜାଣି ଗୀତର ମାନେ ନବୁଝି ମଧ୍ୟ ଓଡ଼ିଆ ଗୀତ ଗାଇବାଭଳି ସୁନ୍ଦରଭାବରେ ମୁଖରେ ଗାଇବାର ଭାବଭଙ୍ଗି ପ୍ରଦର୍ଶନ କରି ତାନଜାନିଆର ୟୁସୁଫ ଓରଫ କିଲି ପଲ୍ ବହୁ ଲୋକଙ୍କ ହୃଦୟ ଜିଣିପାରିଛନ୍ତି।


ସୋସିଆଲ ମିଡ଼ିଆରେ ଓଡ଼ିଆ, ହିନ୍ଦି, ବେଙ୍ଗଲି, ତେଲୁଗୁ, ତାମିଲ ସମେତ ବିଭିନ୍ନ ଭାରତୀୟ ଭାଷାର ଲୋକପ୍ରିୟ ଗୀତର ଲିପସିଙ୍ଗ୍ କରି ୨୮ ବର୍ଷିଆ କିଲି ପଲ୍ ଓ ତାଙ୍କ ସାନ ଭଉଣୀ, ନିମା ପଲ୍ କୋଟି କୋଟି ଲୋକଙ୍କୁ ବିଷ୍ମିତ କରିପାରିଛନ୍ତି। ଅବଶ୍ୟ ଏଥିପାଇଁ ଉଭୟ ଭାଇ ଭଉଣୀଙ୍କୁ ନିଷ୍ଠାର ସହିତ ବହୁ ପରିଶ୍ରମ କରିବାକୁ ପଡ଼ିଛି। ଇଚ୍ଛାଥିଲେ ଉପାୟ ଅଛି ଉକ୍ତିର ପ୍ରମାଣ କରିବା ସହିତ ନିଷ୍ଠା ଓ ଦୃଢ ମନବଳଦ୍ବାରା ସବୁକ୍ଷେତ୍ରରେ ସଫଳତା ମିଳିପାରିବ ବୋଲି କିଲି ପ୍ରମାଣିତ କରିପାରିଛନ୍ତି। କିଲିଙ୍କ ଏହି ସଫଳତା ଆମ ଯୁବଗୋଷ୍ଠିଙ୍କୁ ଅନୁପ୍ରାଣିତ କରୁ ଓଡ଼ିଆ ଯୁବକ ଯୁବତୀ ମାନ କିଲିଙ୍ପୂକ ପେ୍ପ୍ରେରଣା ନେଇ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରନ୍ତୁ।
ଆଫ୍ରିକାର ତାନଜାନିଆର ଏକ ପଛୁଆ ଅଞ୍ଚଳରେ ଜନ୍ମିତ ଏହି ଭାଇ ଭଉଣୀ “ଇଚ୍ଛାଥିଲେ ଉପାୟ ଅଛି”ର ଉକ୍ତିକୁ ପ୍ରମାଣିତ କରି ଦେଖାଇଛନ୍ତି। ପାହାଡ଼ରେ ଗାଈ ଜଗୁଥିଲେ ମଧ୍ୟ ହିନ୍ଦି ଗୀତ ଓ ଚଳଚିତ୍ର ପ୍ରତି ଥିଲା ତାଙ୍କର ଥିଲା ଆକର୍ଷଣ। ମୋବାଇଲ ଫୋନ୍ କିଣି ସେ ଏବଂ ତାଙ୍କ ଭଉଣୀ, ନିମା ବିଭିନ୍ନ ଚଳଚିତ୍ରର ହିନ୍ଦିଗୀତ ଶୁଣୁବା ସହିତ ଲିପସିଙ୍ଗ୍ ଏବଂ ଆକ୍ସନ୍ ( ଭାବ ଭଙ୍ଗୀ) ଅଭ୍ୟାସ ଆରମ୍ଭ କରିଦେଇଥିଲେ। ପରେ ତାକୁ ଭିଡ଼ିଓ କରି ଟିକ୍ ଟକ୍, ଇନଷ୍ଟାଗ୍ରାମରେ ଛାଡ଼ିଥିଲେ। ତାହା କ୍ରମେ ଲୋକ ପ୍ରିୟ ହେବାକୁ ଲାଗିଲା।

Leave A Reply

Your email address will not be published.

three × five =