ପପେଟ୍ରୋଲିୟମ୍ ପାଲଟୁଛି ବିଶ୍ଵ ରାଜନୀତି ର କ୍ଷମତା କେନ୍ଦ୍ର

ପେଟ୍ରୋଲିୟମ୍ ଜାଳେଣି ଯେମିତି ପାଲଟି ଯାଇଛି ତରଳ କଳା ସୁବର୍ଣ୍ଣ ,

ଏହା ସମଗ୍ର ବିଶ୍ଵ ର ଅର୍ଥନୀତି କ୍ଷମତା ରାଜନୀତି ଆଉ ବିଶ୍ୱ ଶାନ୍ତି କୁ ବି ନିୟନ୍ତ୍ରଣ କରୁଛି। ଯଦି କୋଉ ଦେଶ ପାଖରେ ବିପୁଳ ତେଲ ଅଛି ଆଉ ସେଇ ଦେଶ ସାମରିକ ଦୃଷ୍ଟି ରୁ ଅପେକ୍ଷାକୃତ ଦୁର୍ବଳ ସେହି କ୍ଷେତ୍ର ରେ ଉପନିବେଶ ବା ଦି ଶକ୍ତିଶାଳୀ ଦେଶ ସେହି ପ୍ରାକୃତିକ ସମ୍ପଦ ପାଇଁ ପ୍ରାକୃତିକ ଇନ୍ଧନ ସମୃଦ୍ଧ। ଦେଶ ଉପରେ ଆକ୍ରମଣ କରି ତାର ଶାସନ ବ୍ୟବସ୍ଥା କୁ ବି ନିୟନ୍ତ୍ରଣ କରିବାକୁ ଆଗେଇ ଆସୁଛି ।
ଏବେ ଭେଞ୍ଜୁଆଲା ଉପରେ ଆମେରିକା ର ଆକ୍ରମଣ ପରେ ଏହି ମାନସିକତା ସ୍ପଷ୍ଟ ହେଇ ଯାଇଛି ।

ଯୋଉ ଦେଶ ରେ ଅଧିକ ଜାଳେଣି ତେଲ ବା ଗ୍ୟାସ ରହିଛି ସିଏ ଖାଲି ଅର୍ଥ ନୀତି ରେ ସମୃଦ୍ଧ ନୁହେଁ ବରଂ ବିଶ୍ୱ କ୍ଷମତା ରାଜ ନୀତି ରେ ବି ଖେଲୁଆଡ । ଏବେ ପେଟ୍ରୋଲିୟମ୍ ଜାତ ଦ୍ରବ୍ୟ ଗୁଡ଼ିକ ଆଧୁନିକ ସଭ୍ୟତା ର ବିକାଶ ପାଇଁ ଅପରିହାର୍ଯ୍ୟ ହୋଇ ଯାଇ ଥିବାରୁ ଏହି ପ୍ରକୃତିକ ସମ୍ପଦ ବିନା ବିଶ୍ୱ ବିକାଶ ଓ ଦୈନ ଦିନ ଜୀବନ ବାଧା ପ୍ରାପ୍ତ ହୋଇ ଯାଉଛି । ପେଟ୍ରୋଲ ନଥିବା ଦେଶ ଗୁଡ଼ିକ ପେଟ୍ରୋଲ ଥିବା ଦେଶ ଗୁଡ଼ିକ ଉପରେ ଅଧିକ ନିର୍ଭରଶୀଳ ହୋଇ ପଡୁଛନ୍ତି

ପେଟ୍ରୋଲିୟମ୍ ଜାଳେଣି ଯେମିତି ପାଲଟି ଯାଇଛି ତରଳ କଳା ହୀରା ,

ତେବେ ଭେଞ୍ଜୁଆଲା ରେ ବିଶ୍ଵ ର ସବୁଠୁ ଅଧିକ ୩୦୩ ବିଲିଅନ ଅଶୋଧିତ ତେଲ ଥିଲା ବେଳେ
ଇରାନ ୨୦୮ ବିଲିଅନ ବ୍ୟାରେଲ ସାଉଦି ରେ ୨୬୮ ଇରାକ ରେ ୧୪୫ ରୁ ୨୦୧ କାନାଡା ୧୬୩ ରୁ ୧୭୦ ୟୁ ଏ ଇ ୧୧୩ କ୍ୱେତ ରେ ୧୦୨ ରୁଷିଆ ୮୦ ଲିବ୍ୟା ୪୮ ରୁ ୫୦ ଆମେରିକା ରେ ୪୭ ରୁ ୫୦ ବିଲିଅନ ବ୍ୟାରେଲ ଅଶୋଧିତ ତେଲ ଖଣି ରହିଛି ।
ମାତ୍ର ପରିତାପ ର ବିଷୟ ଯେ ଭାରତ ରେ ମାତ୍ର ୪.୮ ବିଲିଅନ ବ୍ୟାରେଲ ରେ ପେଟ୍ରୋଲିୟମ୍ ତେଲ ରହିଛି ଯାହା ଦେଶ ର ଚାହିଦା ମେଣ୍ଟାଇବାକୁ ଅସମର୍ଥ ।
ତେବେ ଏହି ତେଲ ପାଇଁ କିଛି ଦେଶ ଆଉ କିଛି ଦେଶ ଉପରେ ଆକ୍ରମଣ କରୁଥିଲା ବେଳେ ତେଲ ରୁ ଆୟ କରାଯାଉଥିବା ବିପୁଳ ରାଜସ୍ୱ ପାଇଁ କିଛି ଦେଶ ବିଶ୍ୱ ଶାନ୍ତି ଭଗ୍ନ କରୁଛନ୍ତି ।

Leave A Reply

Your email address will not be published.