ସରକାରୀ କଳ ରେ ସୈତାନ
ସରକାରୀ କର୍ମଚାରୀ ଙ୍କ ଦୁର୍ନୀତି ପାଇଁ ସାଧାରଣ ମଣିଷ ନିର୍ଯ୍ୟାତିତ
ରାଜ୍ୟ ର ଆଖି ଝଳସା ଦୁର୍ନୀତି ର ଚିତ୍ର କୁ ଦେଖିଲେ ଲାଗୁଛି ଓଡ଼ିଶା ର ଖଣି ଖଦାନ ଜଙ୍ଗଲ ପରିବେଶ ପ୍ରକୃତି ଓ ଆଇନ ଶୃଙ୍ଖଳା ଓ ନ୍ୟାୟିକ ପ୍ରକ୍ରିୟା ରେ ବ୍ୟାପୁଥିବା ବେଆଇନ ଅର୍ଥ ଏକଜୁଟ କରିବାର ନିଶା ସରକାରୀ କାର୍ମ ଚାରି ଙ୍କ ରକ୍ତ ରେ ପୁରା ପୁରି ମିଶି ଯାଇଛି । ୟା ମାନେ ନୁହେଁ ଯେ ନୀତି ନିଷ୍ଠ କର୍ମଚାରୀ ନାହାନ୍ତି। କିଛି ନିଷ୍ଠାପର ସରକାରୀ କର୍ମଚାରୀ ଙ୍କ ପାଇଁ ହି ବ୍ୟବସ୍ଥା ଚାଲିଥିଲା ବେଳେ ସେମାନେ ବି ଭ୍ରଷ୍ଟାଚାର ପାଇଁ ନିରୁତ୍ସାହିତ ହେଉଛନ୍ତି ।
।
ସରକାରୀ ଅଧିକାରୀ ଙ୍କ ଦୁର୍ନୀତି ପାଇଁ ବିଚରା ସାଧାରଣ ମଣିଷ ନିର୍ଯ୍ୟାତିତ ସୋଷିତ ଓ ଲଂଚିତ୍ ହେଉଛି । ଅନେକ କ୍ଷେତ୍ର ରେ ବିଭିନ୍ନ କାର୍ଯ୍ୟାଳୟ ରେ ହେଉ କି ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ହେଉ ଲୋକେ ହନ୍ତ ସନ୍ତ ହେଉଛନ୍ତି ।ଦୁର୍ନୀତି ଗଣତନ୍ତ୍ର କୁ ବି କରୁଛି ଦୁର୍ବଳ ।
ଦୁର୍ନୀତି ନିବାରଣ ବିଭାଗ ଏବେ ବେଶ୍ ସକ୍ରିୟ ହୋଇଛି ।ତେବେ ଯେଉଁ ଭ୍ରଷ୍ଟ ଅଧିକାରୀ ମାନଙ୍କୁ ଧରୁଛି ସେମାନେ ଦୁର୍ନୀତି ଦରିଆ ରେ କିଛି ଗେଣ୍ଡା ଶାମୁକା । ତିମି ସଙ୍କୁଚ ମାନେ ଭର୍ତି ହେଉ ଅଛନ୍ତି ।
ତେବେ ୨୦୦୪ ରେ ୮୦୦୦ ଟଙ୍କା ରେ ସରକାରୀ ଚାକିରୀ ରେ ଯୋଗ ଦେଇଥିବା ଜଣେ ଖଣି ଅଧିକାରୀ ର ଘରୁ କେବଳ ଚାରି କୋଟି ରୁ ଅଧିକ ଟଙ୍କା ଜବତ ହେବା ସହ କୋଟି କୋଟି ଟଙ୍କା ମୂଲ୍ୟ ର ସୁନା କୋଠାବାଡ଼ି ଜମି ଜମା ଜବତ୍ ହେବା ସେଇ ଦୁର୍ନୀତି ନିବାରଣ ବିଭାଗ ର ସଂପୃକ୍ତ ମାଫିଆ କର୍ମଚାରୀ ତାର ଉପରିସ୍ଥ ଅଧିକାରୀ ଓ ବ୍ୟବସ୍ଥା କୁ ଆଙ୍ଗୁଳି ମଧ୍ୟ ନିର୍ଦ୍ଦେଶ କରିଛି । ଓଡ଼ିଶା ର ଏତେ ବଡ ଦୁର୍ନୀତି କେମିତି ଲୁଚି ରହି ଥିଲା ତାହା ଅନୁ ସନ୍ଧାନ ସପେଖ୍ୟା ।ତେବେ ଜଣେ କୋଇଲା ବ୍ୟବସାୟୀ ଏହି ଖଣି ମାଫିଆ ଅଧିକାରୀ ର ଦୁର୍ନୀତି ର ଶିକାର ହେବାରୁ ସେ ଅଭିଯୋଗ କଲା ପରେ ଏହି ଦୁର୍ନୀତି ର ପରଦା ଖୋଲି ଥିବାରୁ ସାଧାରଣ ଜନତା ଙ୍କ ଠାରୁ ତଥ୍ୟ ସଂଗ୍ରହ କରିବାକୁ ଆହୁରି ବ୍ୟବସ୍ଥିତ ପ୍ରୟାସ ହେବା ଉଚିତ୍ ନୁହେଁ କି ?
ପ୍ରଶ୍ନ ହେଉଛି ଗୋଟାଏ ଦିନ ବା କିଛି ମାସ ଭିତରେ ସେ ଏତେ ସରକାରୀ ଅର୍ଥ ଲୁଟି ନ ଥିବ । ଏଥି ଲାଗି ବର୍ଷ ବର୍ଷ ଲାଗିଥିବା ।
ତେବେ ତାର ଘରୁ ଯାହା ଜବତ୍ ହେଲା ତାହା ସମୁଦ୍ର। କୁ ସଂଖେ ।
ସେ ତାର ଚାକିରୀ କାକ ଭିତରେ କେତେ ସୌକୀ କରିଥିବ କେତେ ଭୋଗ ବିଳାସ ରେ ପଇସା ଖରଚ କରିଥିବା ।ପିଲା ଛୁଆ ବନ୍ଧୁ ବାନ୍ଧବ ଙ୍କ ପିଛା ପଇସା ଖର୍ଚ୍ଚ କରୁଥିବ ।ଆଉ କେତେ ବେନାମୀ ସମ୍ପତ୍ତି ଲୁଚେଇ କି ରଖିଥିବ ।ସବୁ କି ମିସେଇଲେ ଏହା ଦୁଇ ଅଙ୍କ ବିଶିଷ୍ଟ କୋଟି କୋଟି ଟଙ୍କା ହୋଇଥିବା ।କେତେ ଖଣି ଖଦାନ କୁ ଶାଗ ମାଛ ମୂଲ ରେ ସେ ଟେକି ଦେଇ ଥିବା ।
ଏତେ ବଡ ଦୁର୍ନୀତି ଗସ୍ତ କୁ ଏଯାଏ ଦୁର୍ନୀତି ନିବାରଣ ବିଭାଗ କାହିଁକି ଧରୁ ନ ଥିଲା ।ଉପରିସ୍ଥ ଅଧିକାରୀ ମାନଙ୍କ ପାଖରେ କାହିଁକି ଖବର ନ ଥିଲା। ଯଦି ଥିଲା ସେମାନେ ଏଥିରୁ ଭାଗ
ନେଇ ଚୁପ ହେଇ ବସି ନଥିଲେ ତ ସେମାନେ ?
ଏମିତି ଅପରାଧୀ ମାନଙ୍କୁ ସୁରକ୍ଷା ଦେବାରେ କେଉଁ ପ୍ରଭାବ ଶାଳୀ ଲୋକ ସୁରକ୍ଷା ଦେଇ ଥିଲେ। ଏମିତି ଅନେଇ ପ୍ରଶ୍ନ ଉଙ୍କି ମାରିବା ସ୍ଵାଭାବିକ ।
ଏହି ଭଳି ଗୋଟାଏ ଅର୍ଥ ନୈତିକ ଅପରାଧୀ କୁ ୨୦୦୯ ରେ ଦୁର୍ନୀତି ନିବାରଣ ବିଭାଗ ଧରିଥିଲେ । ୧୭ ବର୍ଷ ବିତିଥିଲେ ବି ତାର ଅପରାଧ ବିଚାର ନ ହୋଇ ପଡ଼ି ରହିବା ଆଉ ତାକୁ ଦୁଇ ଦୁଇଟା ପଦୋନ୍ନତି ଦେଇ ଖଣି ଅଧିକାରୀ ରୁ ଉପ ନିର୍ଦ୍ଦେଶକ କାଟିବା କଣ ନ୍ୟାୟିକ ବ୍ୟବସ୍ଥା ଓ ସରକାର କଳ ର ସ୍ୱଚ୍ଛ ପରିଚାଳନା ଓ ପାରିବାର ପଣିଆ ଉପରେ ପ୍ରଶ୍ନ ବାଚକ ନୁହେଁ କି ?
ଏମିତି ଅନେକ ମାଫିଆ ସରକାରୀ ଚାକିରୀ ବାଘ୍ ଛାଲ ପକେଇ ସାଧାରଣ ମଣିଷ ର ଟିକସ ପଇସା କୁ ଲୁଟି ଚାଲିଛନ୍ତି । ଗୋଟାଏ ଅଧେ କୋଉଠି ଧାରା ହେଲେ ଏହା ବ୍ୟବସ୍ଥା ର ତ୍ରୁଟି କୁ ସୁଧାରି ପାରିବନି।
ଏଥିଲାଗି ବ୍ୟାପକ ସଂସ୍କାର ର ଆବଶ୍ୟକତା ରହିଛି ।
ଦୁର୍ନୀତି ନିବାରଣ ବିଭାଗ ଲୋକ ପାଲ ଅଧୀନ କୁ ଆସି ସ୍ଵାଧୀନ ଭାବେ କାମ କରିବାର ସମୟ ଆ ସି ଛି ଓ ଲୋକପାକ ଙ୍କୁ ଅଧିକ ଶକ୍ତିଶାଳୀ ଉତ୍ତରଦାୟୀ କରିବାକୁ ଆଇନ ପ୍ରଣୟନ ର ରହିଛି ଆବଶ୍ୟକତା।
ଦୁର୍ନୀତି କୁ ଠାବ କରିବାକୁ ଆହୁରି ଅଧିକ ଗୁଇନ୍ଦା ବ୍ୟବସ୍ଥା କୁ ବ୍ୟାପକ କରିବାର ରହିଛି ଆବଶ୍ୟକତା।ସାଧାରଣ ଜନତା ଙ୍କ ଠାରୁ ମଧ୍ୟ ଗୋପନ ରେ ଭ୍ରଷ୍ଟାଚାରୀ ଙ୍କ ବିଷୟରେ ତଥ୍ୟ ନେଇ ତଥ୍ୟ ସତ୍ୟ ହୋଇ ଥିଲେ ସାଧାରଣ ଜନତା ଙ୍କୁ ପୁରସ୍କୃତ କରିବାର ଅଛି ।
ଜଣେ ଦୁର୍ନୀତି ଗସ୍ତ କର୍ମଚାରୀ ର ଉପରିସ୍ଥ ଅଧିକାରୀ ଙ୍କୁ ଏଥି ଲାଗି ଉତ୍ତରଦାୟୀ କରି ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳା ଗ ତ କାର୍ଯ୍ୟାନୁଷ୍ଠାନ ହେଲେ ଏହା ଦୁର୍ନୀତି କୁ କିଛି ମାତ୍ରା ରେ ନିୟନ୍ତ୍ରଣ କରି ପାରିବ
ସଚ୍ଚୋଟ ଅଧିକାରୀ ଙ୍କୁ ଅଧିକ ପ୍ରୋତ୍ସାହିତ କରାଯିବାର ସମୟ ଆସିଛି ।
ବିଚାର ପ୍ରକ୍ରିୟା କୁ ଦୃତ୍ କରାଯିବା ଲାଗି ବିଚାର ଶେଷ ହେବାର ସମୟ ନିର୍ଧାରଣ କରାଯାଉ ।
ଏହି ବ୍ୟବସ୍ଥା ରେ ଦଣ୍ଡ ହାର ବୃଦ୍ଧି ପାାଇଁ ଦକ୍ଷ ସରକାରୀ କ୍ୟାଡର୍ ଅଧିବକ୍ତା ନିଯୁକ୍ତି କରାଯିବା ସହ ସମୀକ୍ଷା କରାଯାଉ ।
ଦେଶ ରେ ବିଲମ୍ୱିତ ନ୍ୟାୟ ପ୍ରକ୍ରିୟା କୁ ବାରମ୍ବାର ଆଙ୍ଗୁଳି ନିର୍ଦ୍ଦେଶ କରାଯାଉଥିଲା ବେଳେ ଯଥା ଯଥ ନିଷ୍ଠା ନ ରହିଲେ ଦୁର୍ନୀତି ଗସ୍ତ କର୍ମଚାରୀ ଧରା ହେଲେ ଏହା ଏକ ରୋଚକ ଖବର ହେବ ତା ପରେ କିଛି ଦିନ ଜେଲ ନିଲମ୍ୱନ୍ ବା ଘରେ ବସି ଦରମା ନେବା ର ନାଟକ ଚାଲିବ ।ପରେ ପୁନଃ ନିଯୁକ୍ତି ଆଉ ନିର୍ଦ୍ଦୋଷ ରେ ଖଲାସ ।
ଦେଶ ପ୍ରେମ୍ ଖୁବ୍ ଜୋର୍ ରେ ବନ୍ଦେ ମାତରଂ କହି ଭାରତ ମାତା କି ଜୟ ସ୍ଲୋଗାନ ଦେଲେ ସାବ୍ୟସ୍ତ କରି ହେବ ନି । ରାଜ୍ୟ କୁ ସଜାଡି ବାକୁ ନେତା ମାନଙ୍କୁ କଠୋର ଆଇନ ପ୍ରଣୟନ କରି ପ୍ରଥମେ ନିଜକୁ ନୀତିବାନ ପ୍ରମାଣ ନ କଲେ ଏହି ଦୁର୍ନୀତି ଦିନେ ଭଗତ ସିଂ, ବାଜି ରାଉତ , ନେତାଜୀ ଓ ଅସଂଖ୍ୟ କ୍ରାନ୍ତି କାରି ଙ୍କ ତ୍ୟାଗ ତପସ୍ୟା ବଳିଦାନ ବଦଳ ରେ ଆସିଥିବା ମୁକ୍ତି ପୁଣି ପରାଧିନତା ର କାଳ କୋଠରି ଭିତରେ ନିକ୍ଷେପ କରିବ। ଦୁର୍ନୀତି ବି ଏକ ଦେଶ ଦ୍ରୋହ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।