ମା ରାଧାଦେବି ଦତ୍ତ ନ୍ୟାସ ଭୌତିକ ଚିକିତ୍ସା କେନ୍ଦ୍ର ର ଭୂମି ପୂଜନ
ମାହାଙ୍ଗା
ଭଉଁରିଆ ପଞ୍ଚାୟତ ଅନ୍ତର୍ଗତ ରମକପୂର୍ ଗାଁ ରେ ଅବସ୍ଥିତ ଦାତବ୍ୟ ଭୌତିକ ଓ ହୋମୀଓ ଚିକିତ୍ସା ସେବା କେନ୍ଦ୍ର ଗୃହ ନିର୍ମାଣ ନ୍ୟାସ ର ଅଧ୍ୟକ୍ଷ ପ୍ରଫେସର ଦେବୀ ଦାସ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଭୂମି ପୂଜନ ରେ ବର୍ଷୀୟାନ ଗୋ ରକ୍ଷା କର୍ମୀ ଶ୍ରୀ କିଶନ ଲାଲ ଭରତୀୟା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଭୂମି ପୂଜନ କରିବା। ସହ ଶିଳାନ୍ୟାସ କରି ଥିଲେ । ଏହି ଉପଲକ୍ଷେ ମାନବାଧିକାର ଆଇନଜୀବୀ ସତ୍ୟ ନାରାୟନ ଦାସ ଙ୍କ ସଭା ପାଟିରେ ରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ସଭା ରେ ବିଶିଷ୍ଟ ବୈଜ୍ଞାନିକ ପ୍ରାଫେଡିର ଡକ୍ଟର ମହେନ୍ଦ୍ର ମହାନ୍ତି ସାମ୍ୱାଦିକ ଉମାକାନ୍ତ ଜେନା ଡକ୍ଟର ରବୀନ୍ଦ୍ର କୁମାର କର ଫିଯିଓ ଥି ରପିଷ୍ଟ ମହେନ୍ଦ୍ର ଦାସ ପୂର୍ବତନ ସାମରିକ ଅଧିକାରୀ ବିଚିତ୍ର ବିଶ୍ଵାଳ ଇ ସତ୍ୟବ୍ରତ ମହାନ୍ତି ଭାରତ ଭୁଷଣ ପଟ୍ଟନାୟକ ସିରିସ ମହାନ୍ତି ସାମ୍ବାଦିକ ଧନେଶ୍ଵର ସେଠୀ ପ୍ରମୁଖ ଯୋଗ ଦେଇ କିଶନଲାଲ ଭରତୀୟା ସେବା କାର୍ଯ୍ୟ ର ଭୂୟସୀ ପ୍ରଶଂସା
କରିବା ସହ ନ୍ୟାସ ର ସେବା କାର୍ଯ୍ୟ ପାଇଁ ଏହାର ସ୍ବେଛାସେବୀ ଙ୍କ ଅକ୍ଲାନ୍ତ ଅବଦାନ କୁ ରେଖଙ୍କିଟ କରିଥିଲେ । ସୁଶାନ୍ତ ମହାନ୍ତି ପ୍ରତାପ ରାଉତ୍ ଅଜୟ ପଣ୍ଡା ମିନତି ରାଉତ୍ ରଞ୍ଜିତା ସାହୁ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ
ସୂଚନା ଯୋଗ୍ୟ ଯେ ଏହି ନ୍ୟାସ ବିଭିନ୍ନ ସେବା ମୂଳକ କାର୍ଯ୍ୟ ଗୁଡ଼ିକ ନ୍ୟାସ ର ଟ୍ରଷ୍ଟି ଓମ୍ ପ୍ରକାଶ ମହାନ୍ତି ମାର୍ଗ ଦର୍ଶନ ଓ ଅଭୂମାନ୍ୟୁ ସାହୁ ପ୍ରମୁଖ ଙ୍କ ପରିଚାଳନା ରେ ସମ୍ପାଦିତ ହେଉଥିଲା ବେଳେ ମାନବିକ ଅଧିକାର ସୁରକ୍ଷା ରକ୍ତ ଦାନ ଅଙ୍ଗଡନ ସଚେତନତା ଓ ଅନ୍ୟାନ୍ୟ ବହୁ ମୁଖି ସେବା କାର୍ଯ୍ୟ ଚାଲୁ ରହିଛି । ତେବେ ନ୍ୟାସ ପକ୍ଷରୁ ଏକ ଦାତବ୍ୟ ହୋମି ଓ ସେବା ଗରିବ ରୋଗୀ ଙ୍କ ପାଇଁ ନିଶୁଳ୍କ ଭୌତିକ ଚିକିତ୍ସା ସେବା କାର୍ଯ୍ୟକ୍ରମ ବିଗତ ବହୁ ପାଞ୍ଚ ବର୍ଷ ମଧ୍ୟ ଚାଲୁ ରହିଛି ।