ଗଣ ଦେବତା ଙ୍କ ଗହଣ ରେ ଗଣତନ୍ତ୍ର ଦିବସ

କେଉଁଝର୍ ହରିଚନ୍ଦନପୁର ବ୍ଲକ ର ଦୁର୍ଗମ ଅଞ୍ଚଳ ନୋଳି ଗାଁ ରେ ସ୍ୱେଛାସେବୀ ମାନେ ନିଆରା ଭାବରେ ପାଳନ କଲେ ଗଣତନ୍ତ୍ର ର ଗଣପର୍ବ -ସାଧାରଣ ତନ୍ତ୍ର ଦିବସ ୨୬ଜାନୁଆରୀ,,୨୦୨୬ ,ଏମିତି ଏକ ନିଆରା ତାରିଖ ଆଉ ବର୍ଷ ପାଇଁ ଆପେକ୍ଷା କରିବାକୁ ପଡ଼ିବ ୧୦୦ ବର୍ଷ ୨୧୨୬ ପର୍ଯ୍ୟନ୍ତ ,ତେବେ ପଙ୍କ୍ତି ଭୋଜନ ସ୍ବାସ୍ଥ୍ୟ ସେବା ଓ ଆଖି ପରୀକ୍ଷା ଶ୍ରୀ ଭାଗବତ ଅଭିଯାନ ର ନିଆରା କାର୍ଯ୍ୟକ୍ରମ ରେ ଭାଗ ନେଲେ ଶହ ଶହ ଦୁର୍ଗମ ଅଞ୍ଚଳ ର ଗ୍ରାମବାସୀ ।


୨୬ ଜାନୁଆରୀ ୨୦୨୬ ସାଧାରଣ ତନ୍ତ୍ର ଦିବସ

ସ୍ଥିର ଚିତ୍ର – ଚନ୍ଦନ ପଣ୍ଡା ତଥ୍ୟ- ଅଭିମନ୍ୟୁ ସାହୁ

ଦେଶ ସାରା ଉତ୍ସାହ ଉଦ୍ଦୀପନା ର ସହ ଗଣତନ୍ତ୍ର ଦିବସ ପାଳନ କରାଯାଉଥିଲା ବେଳେ ସ୍ୱେଚ୍ଛାସେବୀ ମାନେ କେଉଁଝର ର ଏକ ପାହାଡ ଉପର ର ଦୁର୍ଗମ ଘାଟି ଗାଁ କୁ ବାଛି ସେଇଠି ପହଞ୍ଚି ଦିନ ସାରା ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଏଇ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ।

କେଉଁଝର ର ଦୁର୍ଗମ ଗାଁ ରେ ସାଧାରଣ ତନ୍ତ୍ର ଦିବସ

କେଉଁଝର ର ଏକ ଦୁର୍ଗମ ଗାଁ ହରିଚନ୍ଦନପୁର ବ୍ଲକ ର ନୋଳି ଠାରେ ସାଧାରଣ ତନ୍ତ୍ର ଦିବସ କଲ୍ୟାଣ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ପାଳନ କରାଯାଇଛି । ତେବେ ସ୍ୱେଚ୍ଛାସେବୀ ମାନଙ୍କୁ ଗାଁ ଲୋକ ଙ୍କ ନିରୀହ ଛଳ ଛଳ ଭଲ ପାଇବା କରିଥିଲା ଅଭିଭୂତ । କେଉଁଝର ହରି ଚନ୍ଦନ ପୁର ବ୍ଲକ ର ଜଙ୍ଗଲ ଘାଟି ରାସ୍ତା ଅତିକ୍ରମ କରି ଏକ ଦୁର୍ଗମ ଗାଁ ନୋଳି ।ଏଠାରେ ରହୁଥିବା ପାଖ ପାଖି ଦୁଇ ସହ ଜୁଆଙ୍ଗ ଅତି ସରଲ ଆଉ ନିଷ୍କପଟ । ମାଦଳ ଚାଙ୍ଗୁ ମୃଦଙ୍ଗ ଝଂଜ ବଜେଇ ଗାଁ ଲୋକ ମାନେ ସ୍ୱେଚ୍ଛାସେବୀ ମାନଙ୍କୁ ଶୋଭା ଯାତ୍ରା ନେଇ ସ୍ବାଗତ କରିଥିଲେ ।

ଶାଳ ପତ୍ର ରେ ସ୍ବାଗତ ,,,

ଶାଲ ପତ୍ର ର ସେମାନେ ଅତିଥି ଙ୍କ ପାଇଁ ମଞ୍ଚ ବାନ୍ଧି ଥିଲେ ।

ସେଇ ପତ୍ର ରେ କେତେ ନିବିଡ ଶ୍ରଦ୍ଧା ରେ ଅତିଥି ମାନଙ୍କ ପାଇଁ ମୁକୁଟ ତିଆରି କରି ପିନ୍ଧେଇ ଦେଇ ଥିଲେ ସେମାନେ ।
ହଲଦି ପାଣି ରେ ବି ଗୋଡ ଧୋଇ ଦେଇ ହୁଲି ହୁଳି ପକେଇ ମା ମାନେ ପତ୍ର ରେ ତିଆରି ମାଳ ଆଉ ଉତ୍ତରୀୟ ପିନ୍ଧେଇ ଦେଇଥିଲେ ଅତିଥି ମାନଙ୍କୁ ।

ଅଭାବ ଅନଟନ ର ଅନ୍ଧ ଗଳି ର ଆବଡା ଖବଡା ରାସ୍ତା ରେ ଘୋଷାଡି ଘୋଷାଡି ହେଇ ଗଡୁଛି ଏମାନଙ୍କ ଜୀବନ ର ଭଙ୍ଗା ଶଗଡ଼ି।ରାସ୍ତା ନାହିଁ । ପିଇବାକୁ ପାନୀୟ ଜଳ ନାହିଁ । ମଣିଷ ଆଉ ବ୍ୟବସ୍ଥା ଅପେକ୍ଷା ଜଙ୍ଗଲ ପାହାଡ ଆଉ ବହି ଆସୁଥିବା ଝରଣା ଉପରେ ଏମାନଙ୍କର ଅଧିକ ବିଶ୍ୱାସ ।ଆଜି ବି ଜଙ୍ଗଲ ପାହାଡ ରୁ ଏମାନେ କନ୍ଦା ମୂଳ ଶାଗ ଆଣି ଖାଆନ୍ତି ଶୋଷ ହେଲେ ଝରଣା ର ପାଣି ପିଅନ୍ତି ଓ ଏହି ପାଣି ରେ ଚାଷ ବାସ କରନ୍ତି । ଭୋଟ ବେଳକୁ ଖଦଡ଼ ଆଉ ଟୋପି ମାନେ ଏମାନଙ୍କ କଥା କୁ ମନେ ପକାନ୍ତି ।ଦେଶ ନାଁ ରେ ନିଜର ପତାକା ଉଡ଼ିବାର ସାତ ଦଶକ ପରେ ଆଜି ବି ବିକାଶ କାହିଁକି ଅପହଞ୍ଚ ତାର ଉତ୍ତର ଆଜି ନ ହେଲେ କାଲି ଦେବାକୁ ପଡ଼ିବ

ଅତି ନିବିଡ ଅନ୍ତରଙ୍ଗ ଆଉ ଆତ୍ମୀୟ ଥିଲା ସେଇ ସବୁଜ ସ୍ବାଗତ ରେ । ତ୍ୟାଗ ବଳିଦାନ ର ଏହି ମହାନ ଉତ୍ସବ କୁ ନିଆରା ଭାବେ ଓମ୍ ଭାଇ ଙ୍କ ପରିଚାଳନା ରେ କେଉଁଝର ର ଏକ ଦୁର୍ଗମ ପାହାଡ ଉପର ଗାଁ ହରିଚନ୍ଦନପୁର ବ୍ଲକ ର ନୋଲ ରେ ପାଳନ କରାଯାଇଥିଲା ।

ପ୍ରତି ପରିବାର ପାଇଁ କମ୍ୱଳ ବିତରଣ କରା ଯାଇ ଥିଲା ବେଳେ ପିଲା ମାନଙ୍କ ଙ୍କ ହାତରେ ବିସ୍କୁଟ ପ୍ୟାକେଟ ଖେଳନା ଧରେଇ ଦେଲା ବେଳେ ସେମାନଙ୍କ ଓଠ ରୁ ଝରି ଆସୁଥିବା କଅଁଳ ହସ ର ଝରଣା ସମସ୍ତ ଙ୍କୁ ଆତ୍ମ ରେ ଭରି ଦେଉଥିଲା ଅଫୁରନ୍ତ ଆନନ୍ଦ ।

ଶିଶୁ ଶଲ୍ୟ ବିଶେଷଜ୍ଞ ସହଯୋଗୀ ପ୍ରଫେସର ଡାକ୍ତର ବନୋଜ ରାୟ ଙ୍କ ନେତୃତ୍ ରେ ସ୍ବାସ୍ଥ୍ୟ ସେବା ଦିଆ ଯାଇ ଥିଲା ବେଳେ ସ୍ଥାନୀୟ ଭୂମିକା ହସ୍ପିଟାଲ ଦ୍ଵାରା ଆଖି ପରୀକ୍ଷା ସହ ମୋତିଆ ବିନ୍ଦୁ ଚିହ୍ନଟ୍ ଓ ଚିକିତ୍ସାଳୟ ରେ ଅସ୍ତ୍ର ଉପଚାର ବ୍ୟବସ୍ଥା ସହ ଗାଁ ର ସରଳ ନିରୀହ ଜୁଆଙ୍ଗ ଆଦିବାସୀ ଭାଇ ଭାଉଣି ଙ୍କ ସହ ସ୍ବେଛାସେବୀ ମାନେ କାଟିଲେ ଦିନ ଟିଏ।
ଆଉମ୍ୱନ୍ୟୁ ସହୁଁ ଙ୍କ ପରିଚାଳନା ରେ ରୋଷେଇ କରା ଯାଇ ଥିଲା ବେଳେ ଗାଁ ଲୋକ ଙ୍କ ସହ ମିଳି ମିଶି ଖାଇବାର ଆନନ୍ଦ ଥିଲା ଅବିସ୍ମରଣୀୟ ,,ଆଉ ଅଭୁଲା ବି ,,,

ସାମ୍ୱାଦିକ ପ୍ରଦୀପ ମହାନ୍ତି ନର୍ମଦା ମହାନ୍ତି ସୁଶୀଳା ସାହୁ ଙ୍କ ନେତ୍ରୁତ ରେ କମ୍ବଳ ବିତରଣ କରାଯାଉଥିଲା ବେଳେ ସ୍ଥାନୀୟ ଗାନ୍ଧୀ ବା ଦି ସମାଜ କର୍ମୀ ଭକ୍ତ ଚରଣ ମହାନ୍ତି କାର୍ଯ୍ୟକ୍ରମ ରେ ସହଯୋଗ କରୁଥିଲେ ।

ପ୍ରଭୁଜୀ ପଞ୍ଚୁ ପାଣ୍ଡବ ଦାସ ଅକ୍ଷୟ ବେହେରା ଭାରତ ଭୁଷଣ ପଟ୍ଟନାୟକ ପ୍ରମୁଖ କୀର୍ତ୍ତନ କାର୍ଯ୍ୟକ୍ରମ ସଂଚାଲିତ କରିଥିଲା ବେଳେ ସହଯୋଗୀ ପ୍ରଫେସର ଡାକ୍ତର ବନୋଜ ରାୟ ଦୁର୍ଗମ ଗାଁ ର ଅଧିବାସୀ ଓ ଶିଶୁ ମାନଙ୍କୁ ଚିକିତ୍ସା କରିଥିଲେ ।କୈଳାଶ ସ୍ବାଇଁ ସୁଦାମ ମହାରଣା ସଂଯିତ୍ ବାରିକ ଙ୍କ ଦ୍ଵାରା ସ୍ବାସ୍ଥ୍ୟ ଶିବିର ଆୟୋଜନ ରେ ସହଯୋଗ କରିଥିଲେ ।
ଯୁବ ସ୍ଵେଚ୍ଛାସେବୀ ଚାଟାର୍ଡ ଆକାଉଣ୍ଟାଣ୍ଟ ଚନ୍ଦନ ପଣ୍ଡା ଶୁଭମ ମହାନ୍ତି ଆସିସ ସାହୁ ପ୍ରମୁଖ ଗ୍ରାମବାସୀ ଙ୍କ ମଧ୍ୟାହ୍ନ ଭୋଜନ ପରିଚାଳନା ରେ ସହଯୋଗ କରୁଥିଲେ ।

ତେବେ ରେଭେନ୍ସା ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଦାମୋଦର ବିଶ୍ଵାଳ କଲ୍ୟାଣ ର ଆଧକ୍ଷ ଶ୍ରୀ ପ୍ରଦୀପ ମହାନ୍ତି କୁ ସ୍ଵତନ୍ତ୍ର ଭାବେ ମାର୍ଗ ଦର୍ଶନ ଦେଇ ଥିଲା ବେଳେ ସମାଜସେବୀ ସ୍ମିତା ମହାନ୍ତି ବରୁଣ ଗୁପ୍ତା ତରୁଣ ଅଗ୍ରୱାଲ ଯୁବ କମ୍ୟୁଟର ଯନ୍ତ୍ରୀ ଜିତେନ୍ଦ୍ର ରଣା କମ୍ପାନୀ ସେକ୍ରେଟାରୀ ସୁନିଲ ଦେଓ ପ୍ରମୁଖ ମଧ୍ୟ ସହଯୋଗ କରିଥିଲେ ।

ଶାଳ ବନ ର ମଥାନ ଉପରେ ସୁନେଲି ମୁରୁଜ ବିଞ୍ଚି ବିଞ୍ଚି ଅସ୍ତମିତ ହେଉଥିଲେ ସୁର୍ଯ୍ୟ,,ପାହାଡ କୋଳ କୁ ଫେରି ଯାଉଥିଲେ ଆଦିମ ଆଦିବାସୀ ।କାଲିକି ପୁଣି ସକାଳ ଆସିବ ।ହେଲେ ଏମାନଙ୍କ ଜୀବନ ରେ ଯୋଉ ଅନ୍ଧାର ଛାଇ ଯାଇଛି କେବେ ସେଠି ଉଇଁବ ବିକାଶ ର ନବ ରବି । କେବେ ଆସିବ ସକାଳ କେବେ ଜଳିବ ବିକାଶ ର ଆଲୁଅ ,କେବେ ମିଳିବ ଗାଁ ରେ ରୋଜଗାର । କେବେ ମିଳିବ ମୁନ୍ଦିଏ ସ୍ୱଚ୍ଛ ପିଇବା ପାଣି ଆଉ ମୁଣ୍ଡ ଉପରେ ମଥାନ,,,ଏମିତି ଅନେକ ପ୍ରଶ୍ନ ନେଇ ସ୍ୱେଚ୍ଛାସେବୀ ମାନେ ଫେରି ଯାଉଥିଲେ । ଆଶା ରଖିଥିଲେ ଯେ ଶାସନ କରୁଥିବା ସାଧାରଣ ତନ୍ତ୍ର ର ସାହୁକାର ମାନେ ଏହି ନିରୀହ ନିଷ୍ପାପ୍ ବନ ବାସୀ ମାନଙ୍କ ର ବିକାଶ ଉପରେ ଭାଗିଦାରୀ କୁ ସେହି ମାନଙ୍କ ହାତରେ ତୋଳି ଦେବାକୁ ପ୍ରୟାସ କରିବାର ପ୍ରତିଶ୍ରୁତି ଫର ଫର ହେଇ ଉଡୁଥିବା ପତାକାକୁ ନିଶ୍ଚୟ ଦେବେ ,,,,

Leave A Reply

Your email address will not be published.