କେଇଁଝର୍ ର ଦୁର୍ଗମ ଅଞ୍ଚଳ ନୋଳି ଗାଁ ରେ ସ୍ୱେଛା ସେବୀ ମାନେ ପାଳନ କଲେ ଗଣ ତନ୍ତ୍ର ର ଗଣପର୍ବ -ସାଧାରଣ ତନ୍ତ୍ର ଦିବସ ,,୨୦୨୬


୨୬ ଜାନୁଆରୀ ୨୦୨୬

କେଉଁଝର ର ଏକ ଦୁର୍ଗମ ଗାଁ ରେ ସାଧାରଣ ତନ୍ତ୍ର ଦିବସ କଲ୍ୟାଣ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ପାଳନ କରାଯାଇଛି । ତେବେ

ସ୍ୱେଚ୍ଛାସେବୀ ମାନଙ୍କୁ ଗାଁ ଲୋକ ଙ୍କ ନିରୀହ ଛଳ ଛଳ ଭଲ ପାଇବା କରିଥିଲା ଅଭିଭୂତ । କେଉଁଝର ହରି ଚନ୍ଦନ ପୁର ବ୍ଲକ ର ଜଙ୍ଗଲ ଘାଟି ରାସ୍ତା ଅତିକ୍ରମ କରି ଏକ ଦୁର୍ଗମ ଗାଁ ନୋଳି ।ଏଠାରେ ରହୁଥିବା ପାଖ ପାଖି ଦୁଇ ସହ ଜୁଆଙ୍ଗ ଅତି ସରଲ ଆଉ ନିଷ୍କପଟ । ମାଦଳ ଚାଙ୍ଗୁ ମୃଦଙ୍ଗ ଝଂଜ ବଜେଇ ଗାଁ ଲୋକ ମାନେ ସ୍ୱେଚ୍ଛାସେବୀ ମାନଙ୍କୁ ଶୋଭା ଯାତ୍ରା ନେଇ ସ୍ବାଗତ କରିଥିଲେ ।

ଶାଲ ପତ୍ର ର ସେମାନେ ଅତିଥି ଙ୍କ ପାଇଁ ମଞ୍ଚ ବାନ୍ଧି ଥିଲେ ।

ସେଇ ପତ୍ର ରେ କେତେ ନିବିଡ ଶ୍ରଦ୍ଧା ରେ ଅତିଥି ମାନଙ୍କ ପାଇଁ ମୁକୁଟ ତିଆରି କରି ପିନ୍ଧେଇ ଦେଇ ଥିଲେ ସେମାନେ ।
ହଲଦି ପାଣି ରେ ବି ଗୋଡ ଧୋଇ ଦେଇ ହୁଲି ହୁଳି ପକେଇ ମା ମାନେ ପତ୍ର ରେ ତିଆରି ମାଳ ଆଉ ଉତ୍ତରୀୟ ପିନ୍ଧେଇ ଦେଇଥିଲେ ଅତିଥି ମାନଙ୍କୁ । ଅଭାବ ଅନଟନ ଆଉ ନାହିଁ ନାହିଁ ରେ ଆଗକୁ ଗଡୁଛି ଏମାନଙ୍କ ଜୀବନ ର ଶଗଡ଼ି ।ରାସ୍ତା ନାହିଁ । ପିଇବାକୁ ପାନୀୟ ଜଳ ନାହିଁ । ମଣିଷ ଆଉ ବ୍ୟବସ୍ଥା ଅପେକ୍ଷା ଜଙ୍ଗଲ ପାହାଡ ଆଉ ବହି ଆସୁଥିବା ଝରଣା ଉପରେ ଏମାନଙ୍କର ଅଧିକ ବିଶ୍ୱାସ ।ଆଜି ବି ଜଙ୍ଗଲ ପାହାଡ ରୁ ଏମାନେ କନ୍ଦା ମୂଳ ଶାଗ ଆଣି ଖାଆନ୍ତି ଆଉ ଝରଣା ର ପାଣି ପିଅନ୍ତି ଓ ଏହି ପାଣି ରେ ଚାଷ ବାସ କରନ୍ତି ।

ଅତି ନିବିଡ ଅନ୍ତରଙ୍ଗ ଆଉ ଆତ୍ମୀୟ ଥିଲା ସେଇ ସବୁଜ ସ୍ବାଗତ ରେ ।

।ତ୍ୟାଗ ବଳିଦାନ ର ଏହି ମହାନ ଉତ୍ସବ କୁ ନିଆରା ଭାବେ ଓମ୍ ଭାଇ ଙ୍କ ପରିଚାଳନା ରେ କେଉଁଝର ର ଏକ ଦୁର୍ଗମ ପାହାଡ ଉପର ଗାଁ ହରିଚନ୍ଦନପୁର ର ନୋଲ ପାଳନ କରାଯାଇଥିଲା ।

ପ୍ରତି ପରିବାର ପାଇଁ କମ୍ୱଳ ବିତରଣ କରା ଯାଇ ଥିଲା ବେଳେ ଛୁଆ ଙ୍କ ହାତରେ ବିସ୍କୁଟ ପ୍ୟାକେଟ ଟିଏ ଧରେଇ ଦେଲା ବେଳେ ସେମାନଙ୍କ ଓଠ ରୁ ଝରି ଆସୁଥିବା କଅଁଳ ହସ ର ଝରଣା ସମସ୍ତ ଙ୍କୁ ଆତ୍ମ ରେ ଭାରି ଦେଉଥିଲା ଅଫୁରନ୍ତ ଆନନ୍ଦ ।

ଶିଶୁ ଶଲ୍ୟ ବିଶେଷଜ୍ଞ ସହଯୋଗୀ ପ୍ରଫେସର ଡାକ୍ତର ବନୋଜ ଭାଇ ଙ୍କ ନେତୃତ୍ ରେ ସ୍ବାସ୍ଥ୍ୟ ସେବା ଦିଆ ଯାଇ ଥିଲା ବେଳେ ସ୍ଥାନୀୟ ଭୂମିକା ହସ୍ପିଟାଲ ଦ୍ଵାରା ଆଖି ପରୀକ୍ଷା ସହ ମୋତିଆ ବିନ୍ଦୁ ଚିହ୍ନଟ୍ ଓ ଚିକିତ୍ସାଳୟ ରେ ଅସ୍ତ୍ର ଉପଚାର ବ୍ୟବସ୍ଥା ସହ ଗାଁ ର ସରଳ ନିରୀହ ଜୁଆଙ୍ଗ ଆଦିବାସୀ ଭାଇ ଭାଉଣି ଙ୍କ ସହ ସ୍ବେଛାସେବୀ ମାନେ କାଟିଲେ ଦିନ ଟିଏ।
ଆଉମ୍ୱନ୍ୟୁ ସହୁଁ ଙ୍କ ପରିଚାଳନା ରେ ରୋଷେଇ କର ଯାଇ ଗାଁ ଲୋକ ସହ ମିଳି ମିଶି ଖାଇବାର ଆନନ୍ଦ ଥିଲା ଅବିସ୍ମରଣୀୟ ,,ଆଉ ଅଭୁଲା ବି ,,,

ସାମ୍ୱାଦିକ ପ୍ରଦୀପ ମହାନ୍ତି ଙ୍କ ନେତ୍ରୁ ତ ରେ ଇମ୍ବକ ବିତରଣ କରାଯାଉଥିଲା ବେଳେ ସୁଶିଲ ସାହୁ ସ୍ନିତରଣି ରାୟ ଶ୍ରୀମତୀ ନର୍ମଦା ମହାନ୍ତି କାର୍ଯ୍ୟକ୍ରମ ରେ ସହଯୋଗ କରୁଥିଲେ ।

ପ୍ରଭୁଜୀ ଅକ୍ଷୟ ବେହେରା ଭାରତ ଭୁଷଣ ପଟ୍ଟନାୟକ ପ୍ରମୁଖ କୀର୍ତ୍ତନ କାର୍ଯ୍ୟକ୍ରମ ସଚଳିତ୍ କରିଥିଲା ବେଳେ ସହଯୋଗୀ ପ୍ରଫେସର ଡାକ୍ତର ବ ନୋ ଜ ରାୟ ଦୁର୍ଗମ ଗାଁ ର ଅଧିବାସୀ ଓ ଶିଶୁ ମାନଙ୍କୁ ଚିକିତ୍ସା କରିଥିଲେ ।କୈଳାଶ ସ୍ବାଇଁ ସୁଦାମ ମହାରଣା ସଂଯିତ୍ ବାରିକ ଙ୍କ ଦ୍ଵାରା ସ୍ବାସ୍ଥ୍ୟ ଶିବିର ଆୟୋଜନ ରେ ସହଯୋଗ କରିଥିଲା ବେଳେ
ଯୁବ ସ୍ଵେଚ୍ଛାସେବୀ ଚାଟାର୍ଡ ଆକାଉଣ୍ଟାଣ୍ଟ ଚନ୍ଦନ ପଣ୍ଡା ଶୁଭମ ମହାନ୍ତି ଆସିସ ସାହୁ ପ୍ରମୁଖ ଗ୍ରାମ ବାସୀ ଙ୍କ ମଧ୍ୟାହ୍ନ ଭୋଜନ ପରିଚାଳନା ରେ ସହଯୋଗ କରୁଥିଲେ ।

Leave A Reply

Your email address will not be published.