ନଟବର ଷଢଙ୍ଗୀ ଚାଲିଗଲେ – ଏକ ବଡ଼ ଆହ୍ୱାନ ଛାଡିଦେଇ
- ସୁଧାଂଶୁ ମୋହନ ରାଉତ୍ ବନ୍ଧୁଘର ଲଙ୍କାପଡା
ଜୈବିକ ଧାନ ଚାଷ ପାଇଁ ଏକ ଗବେଷଣା ସଂସ୍ଥା ତିଆରି କରି, ଚାଷୀଙ୍କୁ ଛାତ୍ରଙ୍କୁ ଦେଶୀ ଧାନ ବାବଦରେ ଶିକ୍ଷାଦେଇ, ନିଆଳିରେ ଏକ ମଡେଲ ତିଆରି କରି ରାଜ୍ୟ ପାଇଁ ଜୈବିକ ଧାନ ଚାଷର ଆବଶ୍ୟକତାର ଆହ୍ୱାନ ଦେଇ ଚାଲିଗଲେ ଷଡ଼ଙ୍ଗୀ ମହୋଦୟ।
ତାଙ୍କ ସହ ଅଳ୍ପ ଦିନପୂର୍ବରୁ ଫୋନରେ କଥା ହୋଇଥିଲି। ତାଙ୍କ ସହ ଅନୁବନ୍ଧିତ ଚାଷୀଙ୍କ ଜୈବିକ ଧାନ କେମିତି ବିକ୍ରିହେବ ସେ ବାବଦରେ। ତାଙ୍କର ଏକ ଫୋଟୋ ତଳେ ପ୍ରୟୋଗରେ ଦେଶପ୍ରେମୀ ଲେଖି ପ୍ରଦର୍ଶିତ କରିବାର ଯୋଜନା ଥିଲା।
ଶ୍ରୀମନ୍ଦିର ରେ ଜୈବିକ ଚାଉଳ ବ୍ୟବହାର ଓ ସେଥିପାଇଁ ଧାନ ଚାଷ କରିବାକୁ ଅଫିସର ମାନେ ତାଙ୍କ ଶରଣ ପଶିଥିଲେ।
ଏବେ ତାଙ୍କ ଅବର୍ତ୍ତମାନରେ ତାଙ୍କ ଫୋଟୋ ଭୁବନଶ୍ୱରରେ କେଉଁ ଅଡ଼ିଟୋରିୟମ ରେ ଟାଙ୍ଗୀ ତୁଚ୍ଛା ଗପ ନକରି ସେହି ନିଆଳିରେ ଦଶହଜାର ଏକର ରେ ଜୈବିକ ଧାନ ଚାଷ କରି ପ୍ରକୃତ ଶ୍ରଦ୍ଧାଞ୍ଜଳି ଦିଅନ୍ତୁ ଅଧିକାରୀମାନେ।
ଜଣେ ମାଟିର ପୁଅ ଙ୍କୁ ହରେଇଲା ରାଜ୍ୟ।
ବନ୍ଧୁଘର, ଲଙ୍କାପଡା, ଜଗତସିଂହପୁର