ସମାଜ ପାଇଁ ଭଲ କାମ
୦୪/୦୧/୨୦୨୬
ନଗେନ୍ଦ୍ର ଙ୍କ ନିଆରା ପ୍ରୟାସ ।ବାପା ଙ୍କ ସ୍ମୁତି ରେ ବୋଉ କଲେ ରୋଗୀ ଙ୍କ ପାଇଁ ମାଗଣା ଆମ୍ବୁଲାନ୍ସ ସେବାର ଲୋକାର୍ପଣ

ସ୍ୱାର୍ଥପରତା ଭୋଗ ବାଦ ଭିତରେ ଯେତେବେଳେ ସମାଜ ରେ ମଣିଷ ପଣିଆ ହଜି ଯାଇଛି ଠିକ୍ ସେତିକି ବେଳେ ଛୋଟିଆ କଥା ଟିଏ ହେଲେ ବି ଏକ ନିଆରା ଉଦାହରଣ ଦେଇଛନ୍ତୀ ନିୟମିତ ରକ୍ତଦାତା ତଥା ଯୁବ ସମାଜ ସେବୀ ନଗେନ୍ଦ୍ର ନାଥ ।
ବାପା ମା ଙ୍କୁ ଅବହେଳା ଆଉ ନିର୍ଯାତନା ର ଅଶେଷ ଆଉ ଅଶ୍ରୁଳ ଅଧ୍ୟାୟ ର ଭିଡ ଭିତରେ ନିଜ ବାପା ବୋଉ ଙ୍କୁ ପ୍ରାଣ ଦେଇ ଭଲ ପାଉଥିବା ମଣିଷ ଙ୍କ ସଂଖ୍ୟା ସୀମିତ ହେଲେ ବି ଶୂନ୍ୟ ନୁହେଁ ।ଯେମିତି ନଗେନ୍ଦ୍ର ନାଥ । ଗତ ୦୧ /୦୧/୨୦୧୮ ରେ ବାପା ଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ କଟକ ନେବା ପାଇଁ ଅକ୍ସୀଜେନ ଆଉ ଆମ୍ବୁଲାନ୍ସ ର ବ୍ୟବସ୍ଥା ହୋଇ ପାରି ନଥିଲା । ବହୁତ୍ କାକୁତି ମିନତି ହୋଇଥିଲେ ସେ ସ୍ଥାନୀୟ ଚିକିତ୍ସାଳୟ ରେ । କିଛି ଲାଭ ହେଇ ନଥିଲା । ଅମ୍ଳଜାନ ଆଉ ଆମ୍ବୁଲାନ୍ସ ଠିକ୍ ସମୟ ରେ ମିଳି ପାରି ନ ଥିବାରୁ ବାପା ପରପାରି କୁ ଚାଲି ଗଲେ । ସେ ଦିନ ରେ ସେଇ ଘଟଣା ତାଙ୍କ ଛାତି କୁ ବିଦାରି ପକେଇ ଥିଲା । ପ୍ରତିବାଦ ବି କରି ଥିଲେ ସେ । ହେଲେ ସେ ପ୍ରତିବାଦ ର କ୍ଷୀଣ ସ୍ୱର୍ କୁ ବଳ ଦେବା ପାଇଁ କେହି ଜଣେ ଆଗକୁ ଆସି ନଥିଲେ ।

ବାପ ଛେଉଣ୍ଡ ହେବାର ସେଇ ଦୁଃଖ କଲିଜା ରେ କାଟୁଥିଲା ସିଆର । ସେଇ ଦୁଃଖ କୁ ମନେ ପକେଇ ନିଜ ଗୋଡ ରେ ନିଜେ ଠିଆ ହେଲା ପରେ ବାପା ଙ୍କ ମୃତ୍ୟୁ ର ସାତ ବର୍ଷ ପରେ ତାଙ୍କରି ସ୍ମୁତି ରେ ମାଗଣା ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତ୍ତି ନଗେନ୍ଦ୍ର ।
ନିରାଡମ୍ବର ଭାବେ ବୋଉ ରଞ୍ଜୁଲତ ନାଥ ୦୩ ଜାନୁଆରୀ ରେଏହି ଗାଡି ଟିକୁ ଲୋକାର୍ପଣ କରିଛନ୍ତି । ଏହି ଉପଲକ୍ଷେ ମଧ୍ୟ ବୃକ୍ଷ ପୂଜା କରାଯାଇ ରୋପଣ କରାଯାଇଛି

ଏଥିଲାଗି କିଛି ବର୍ଷ ନଗେନ୍ଦ୍ର ଙ୍କୁ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି ।ମାସିକ ଦରମା ବ୍ୟବସ୍ଥା କରି ରାତି ଦିନ ୨୪ ଘଂଟିଆ ସେବା ର ଏକ ନୂଆ ପ୍ରୟାସ ରେ ଏବେ ମୁଖର ହୋଇଛି ତାଙ୍କ ର ସ୍ବପ୍ନ
ଥୁରୁ ଥୂରୁ ହାତ ରେ ବୋଉ ଆମ୍ବୁଲାନ୍ସ
ଟିକୁ ନିଜ ଅଞ୍ଚଳ ପାଇଁ। ଟେକି ଦେଲା ବେଳେ ତାଙ୍କ ଆଖିରୁ ଖରି ଆସୁଥିଲା ଆନନ୍ଦ ଆଉ ଦୁଃଖ ର ଫେଣ୍ଟା ଫେଣ୍ଟି ଦୁଇ ଟୋପା ଲୁହ
। ତେବେ ଜୀବନ ର ୩୩ ବର୍ଷ କାଳ ଖଣ୍ଡ ରେ ୪୩ ଥର ରକ୍ତ ଦାନ କରି ସାରିଥିବା ନଗେନ୍ଦ୍ର ସେବା ଦଳ ସାହା ର ଜଣେ ଉତ୍ସର୍ଗୀକୃତ ଯୁବ ସମାଜ ସେବୀ ।

ରକ୍ତ ଦାନୀ ଜୀବନ ଦାନୀ ନଗେନ୍ଦ୍ର
ବଡ ଭାଇ ନରେନ୍ଦ୍ର କୁମାର ନାଥ ମଧ୍ୟ ନଗେନ୍ଦ୍ର ଙ୍କ ଏହି ସ୍ବପ୍ନ କୁ ପୁରା କରିବାକୁ ସବୁ ବେଳେ ପ୍ରେରଣା ଆଉ ସହଯୋଗ କରିଥିଲେ ।

ରକ୍ତ ଦାନ ରେ ସମର୍ପିତ ନଗେନ୍ଦ୍ର ଙ୍କ ଜୀବନ ର ଚଲାପଥ
୪୦ ଥର ରକ୍ତ ଦାନ କରି ଥିବାରୁ ମା ରାଧାଦେବୀ ଦତ୍ତ ନ୍ୟାସ ରେ ଅଧ୍ୟକ୍ଷ ବର୍ଷୀୟାନ ସମାଜସେବୀ ପ୍ରଫେସର ଦେବୀ ପ୍ରସାଦ ଦାସ ଙ୍କ ଦ୍ଵାରା ହେଉଛନ୍ତି ସମ୍ମାନିତ
ନଗେନ୍ଦ୍ର ଙ୍କ ସହଧର୍ମିଣୀ ବିଜୟାଲକ୍ଷ୍ମୀ ସାହୁ ଖାଲି ସ୍ବାମୀ ଙ୍କୁ ଉତ୍ସାହିତ କରି ନଥିଲେ ବରଂ ଶଶୁର ଙ୍କ ସ୍ମୁତି କୁ ସାଇତି ରଖିବାକୁ ନିଜ ପାଖରେ ଥିବା ଜତ କିଞ୍ଚିତ ଅର୍ଥ ଆଉ ସମ୍ବଳ କୁ ମଧ୍ୟ ଏଥି ଲାଗି ସ୍ବାମୀ ଙ୍କ ହାତ ରେ ଟେକି ଦେବା ସହ ତାଙ୍କ ଇଚ୍ଛା କୁ ଗଭୀର ସମ୍ମାନ ଦେବା ସହ ପ୍ରକୃତ ସହଧର୍ମିଣି ର ପରିଚୟ ଦେବା ମଧ୍ୟ ସମାଜ ପାଇଁ ଏକ ସୁନ୍ଦର ଉଦାହରଣ ।
କଟକ ଜିଲ୍ଲା ମାହାଙ୍ଗା ମୁଲୁବସନ୍ତ୍ ପଞ୍ଚାୟତ ର ଧର୍ମଦାସପୁର ର ସ୍ବର୍ଗତ ବସନ୍ତ କୁମାର ନାଥ ଙ୍କ ର ସେ ସୂ ପୁତ୍ର ଅଟନ୍ତି ଏବଂ ସେ ଏକ ବେସରକାରୀ ଉଦ୍ୟୋଗ ରେ କାମ କରନ୍ତି । ଖାଲି ରକ୍ତ କିମ୍ବା ଏସ ଡି ପି ନୁହେଁ ବରଂ ନିଜ ସ୍ଵଳ୍ପ ଆୟ ରୁ ବି ପାରୁ ପର୍ଯ୍ୟନ୍ତ ସେ ଅନ୍ୟ ମାନଙ୍କୁ ସାହାଯ୍ୟ କରନ୍ତି ।ତେବେ ୟା ଭିତରେ ସାତ ଜଣ ଙ୍କୁ ଆମ୍ବୁଲାନ୍ସ ରେ ମାଗଣା ରେ ନିକଟସ୍ଥ ଚିକିତ୍ସା କେନ୍ଦ୍ର ରେ ପହଞ୍ଚାଇ ଦେବାର ବ୍ୟବସ୍ଥା କରାଯାଇଛି ।ସୂଚନା ଯୋଗ୍ୟ ବର୍ତ୍ତମାନ ପାଇଁ ଏହି ଆମ୍ବୁଲାନ୍ସ ସେବା ତାଙ୍କ ନିଜ ପଞ୍ଚାୟତ ରେ ଯୋଗାଇ ଦିଆ ଯାଉଥିଲା ବେଳେ ପରବର୍ତ୍ତୀ ସମୟ ରେ ଏହାକୁ ପ୍ରସାରିତ କରାଯିବ ବୋଲି ସେ ଭଏସ ଅଫ୍ କମନ୍ସ କୁ କହିଛନ୍ତି ।
ଏମିତି ଏକ ପ୍ରୟାସ କୁ ସବୁ ମହଲ ରେ ସ୍ବାଗତ କରାଯାଇଛି