ରାଜ୍ୟପାଲ ଓ ରାଷ୍ଟ୍ରପତି ଙ୍କ କାର୍ଯ୍ୟକଳାପ ଅଦାଲତ ରେ ବିଚରଯୋଗ୍ୟ ନୁହେଁ ,,
ବିଲ୍ ଅନୁମୋଦନ କରିବା ସମୟରେ ରାଷ୍ଟ୍ରପତି ଓ ରାଜ୍ୟପାଳମାନେ ସମୟସୀମା ମଧ୍ୟରେ ବନ୍ଧା ହୋଇପାରିବେ ନାହିଁ ବୋଲି ମାନ୍ୟବର ଶୀର୍ଷ ଅଦାଲତ ତାଙ୍କ ରାୟ ରେ ସ୍ପଷ୍ଟ କରି ଦେଇ ଛନ୍ନ୍ତି । ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଲ୍ କୁ ରଖି ପାରିବେନି ବୋଲି କୋର୍ଟ କହିଛନ୍ତି ।
ରାଷ୍ଟ୍ରପତି କିମ୍ବା ରାଜ୍ୟପାଳଙ୍କ କାର୍ଯ୍ୟକଳାପ କୋର୍ଟରେ ବିଚାରଯୋଗ୍ୟ ନୁହେଁ ବୋଲି କହିବା ସହ ଏକ ବିଲ୍ ଆଇନରେ ପରିଣତ ହେବା ପରେ ଯାଇ ତା’ର ନ୍ୟାୟିକ ସମୀକ୍ଷା କରାଯାଇପାରିବ ବୋଲି ଅଦାଲତ ଆଦେଶ ଦେଇଛନ୍ତି । ତାମିଲନାଡୁ ରାଜ୍ୟପାଳ ମାମଲାରେ ଦୁଇଜଣିଆ ଖଣ୍ଡପୀଠ ଦେଇଥିବା ରାୟ ପରିପ୍ରେକ୍ଷୀରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମ୍କୋର୍ଟଙ୍କୁ ପ୍ରଶ୍ନ କରିବା ପରେ ପୁଣି ଏମିତି ଏକ ଏହି ଆଦେଶ ପାଞ୍ଚ ଜଣିଆ ଖଣ୍ଡ ପୀଠ ରୁ ଆସିଛି।
ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ପାଇଁ ବିଲ୍ ଅନୁମୋଦନ ଲାଗି ସମୟସୀମା ଧାର୍ଯ୍ୟ କରାଯାଇପାରିବ ନାହିଁ ବୋଲି ଏବେ ଆଦେଶ ରେ ସୁପ୍ରିମ କୋର୍ଟ କହିଥିଲେ ବେଳେ ପୂର୍ବ ରାୟ ରେ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଥିଲା।
ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ପିଏସ୍ ନରସିଂହ ଓ ଜଷ୍ଟିସ୍ ଏଏସ୍ ଚନ୍ଦୁରକର ଙ୍କୁ ନେଇ ଏକ ବେଞ୍ଚ ରେ ପୂର୍ବ ନିର୍ଦ୍ଦେଶ ର ସମୀକ୍ଷା କରାଯାଇଥିଲା ।
କିନ୍ତୁ ବିଲ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକିଲେ ତାହାର ସମୀକ୍ଷା ହୋଇପାରିବ ବୋଲି କୋର୍ଟ କହିଛନ୍ତି।
ତେବେ ଚଳିତ ବର୍ଷ ୨୦୨୫ ଏପ୍ରିଲ ୮ ତାରିଖରେ ଜଷ୍ଟିସ୍ ଜେବି ପାର୍ଦିୱାଲା ଓ ଜଷ୍ଟିସ୍ ଆର୍ ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ‘ତାମିଲନାଡୁ ରାଜ୍ୟ ବନାମ ତାମିଲନାଡୁ ରାଜ୍ୟପାଳ’ ମାମଲାରେ ବିଲ୍ ପାସ ଲାଗି ଏକ ସମୟ ସୀମା ଧାର୍ଯ୍ୟ କରିବାକୁ ରାୟ ଶୁଣାଇ ଥିବାରୁ
ସମ୍ବିଧାନର ଧାରା ୧୪୩ ଅନୁଯାୟୀ ଅଦାଲତଙ୍କ ମତାମତ ଲୋଡ଼ି ରାଷ୍ଟ୍ରପତି ପ୍ରଶ୍ନ କରି ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ପାଇଁ ସମ୍ବିଧାନରେ କୌଣସି ସମୟସୀମା ଧାର୍ଯ୍ୟ କରାଯାଇ ନ ଥିବା ବେଳେ ସମ୍ବିଧାନର ଧାରା ୨୦୦ ଅନୁଯାୟୀ କୋର୍ଟ ଏପରି କରିବାକୁ କ୍ଷମତାପ୍ରାପ୍ତ କି ବୋଲି ପ୍ରଶ୍ନ କରାଯାଉଥିଲା ବେଳେ ଧାରା ୨୦୦ ଅନୁଯାୟୀ ରାଜ୍ୟପାଳଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ଯୋଗ୍ୟତାକୁ କୋର୍ଟ ଯାଞ୍ଚ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଅନିର୍ଦ୍ଦିଷ୍ଟ ପର୍ଯ୍ୟନ୍ତ ଏହି ବିଲ୍ ସବୁ ପଡ଼ି ରହିଲେ ଏହାର ଯଥାର୍ଥତା ନେଇ ସମୀକ୍ଷା ହୋଇ ପାରିବ ବୋଲି କୁହାଯାଇଛି ।