କଟକ ରେ କର୍ଫ୍ୟୁ


ଜନ ସାଧାରଣ ଙ୍କୁ ଶାନ୍ତି ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିବେଦନ ।

ଶାନ୍ତି ରକ୍ଷା ପାଇଁ କମିଶିନରେଟ ପୋଲିସ ପକ୍ଷରୁ ମଧ୍ୟ ଅନୁରୋଧ କରାଯାଇଛି

ଭାଇଚାରା ର ସହର ହେଉଛି। କଟକ ।ହଜାର ହଜାର ବର୍ଷ ର ଇତିହାସ ଆଉ ସଂସ୍କୃତି କୁ ନେଇ ଗାରିମା ମୟ ହେଉଛି ତାରକସି ର ଏହି ମହାନଗର ।
ତେବେ କିଛି ଅସାମାଜିକ ତତ୍ତ୍ଵ ଙ୍କ ପାଇଁ ଅଶାନ୍ତ ହୋଇଥିବା କଟକ ରେ ଆଜି ଏକ ସାମାଜିକ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆ ଯାଇଥିଲା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସହର ର ୧୩ ଟି ଥାନା ଅଞ୍ଚଳ ରେ କର୍ଫ୍ୟୁ ଗତ କାଲି ରାତି ୧୦ ରୁ ୩୬ ଘଣ୍ଟା ପାଇଁ ବଳ ବତ୍ତର ରହିଛି । ସଂଚାର ସେବା କୁ ମଧ୍ୟ ସାମୟିକ ବନ୍ଦ୍ କରାଯାଉଛି ।ମୁଖ୍ୟମନ୍ତ୍ରୀ ସବୁ ବର୍ଗ ଙ୍କୁ ଶାନ୍ତି ଫେରାଇ ଆଣିବାକୁ ନିବେଦନ କରିଛନ୍ତି । ସକାଳୁ ପରିସ୍ଥିତି ଶାନ୍ତ ରହିଛି । ଜରୁରୀ କାଳୀନ ସେବା କୁ ଏଥିରୁ ମୁକ୍ତ ରଖା ଯାଇଛି । ଗୁଜବ ରେ ବିଶ୍ୱାସ ନ କରି ପୁଲିସ ପ୍ରଶାସନ କୁ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରାଯାଉଛି । ତେବେ ଜଗତପୁର ବାୟାଲିସ ମୌଜା ଲାଲବାଗ ମାଲଗୋଦାମ କ୍ୟଣ୍ଟନମେଣ୍ଟ ବାଦମବାଡି ମଂଗଲାବାଗ ଦର୍ଘା ବଜାର ଲାଲବାଗ ମୂର୍କତ ନଗର ରାଣୀହାଟ ସି ଡ଼ି ଏ ଫେଜ୍ ୨ ଥାନା ଅଞ୍ଚଳ ରେ କର୍ଫ୍ୟୁ ରହିଛି ।

Leave A Reply

Your email address will not be published.