ଭଏସ ଅଫ୍ କମନ୍ସ

ମାଫିଆ ଙ୍କ ମର୍ଜି ରେ ବନ୍ଧା ପଡ଼ିଛି ମେଧାବୀ ଙ୍କ ଭବିଷ୍ୟତ
ସତରେ କଣ ଫିଟିବ ଗଳି ବାଟ ର ଗଡ୍ ଫାଦର୍ ଙ୍କ ଗୁମର ,,?

ମାଫିଆ ଙ୍କ କବଲ ରେ ମେଧାବୀ ଙ୍କ ଭବିଷ୍ୟତ

ସଲସୂତରା ରେ ଚାଲିଛି ସରକାରୀ ଚାକିରି ର ଖର୍ଦି ବିକ୍ରି,,,

ସତରେ କଣ ଫିଟିବ ଗଳି ବାଟ ର ଗଡ ଫାଦର ଙ୍କ ଗୁମର ?

ପଇସା ଦିଅ ଚାକିରୀ ନିଅ

ଘଟଣଚକ୍ର ରେ ପୋଲିସ ଏସ ଆଇ ଚାକିରୀ ପାଇଁ ସୁପରିକଳ୍ପିତ ଷଡ଼ଯନ୍ତ୍ର ର ଅନ୍ଧ ଗାଳି

ସରକାରୀ ଚାକିରୀ ପାଇଁ ସରକାର ନିଜେ ପରୀକ୍ଷା ନ କରି ତୃତୀୟ ପକ୍ଷ ଙ୍କୁ ଦୟିଟୁ ଦେବେ ,,,

ତୃତୀୟ ପକ୍ଷ ନିଜେ ନିଜେ ପରୀକ୍ଷା ନ୍ କରି ଭଡ଼ା ରେ ଆଉ ଜଣ ଙ୍କୁ ଏହି ପରିକ୍ଷା ପରିଚାଳନା ଦାୟିତ୍ଵ ଦେବେ ଓ ଏହା ଘଟଣା କ୍ରମେ ଆଉ ଜଣେ ପକ୍ଷ ଙ୍କ ପାଖକୁ ଯିବେ ,,

ଶତାଧିକ ପରୀକ୍ଷାର୍ଥୀ ଙ୍କ ସହ ଏକ ପରୀକ୍ଷା ପରିଚାଳନା କରୁଥିବା ଏକ ସିଣ୍ଡିକେଟ ଯୋଗାଯୋଗ କରି ଆଶାୟୀ ପର୍ଥୀ ଙ୍କ ଠାରୁ ଦଶ ଲକ୍ଷ ଟଙ୍କା ଅଗ୍ରୀମ ହିସାବ ରେ ନେବେ ଓ ତାଙ୍କ ଶିକ୍ଷାଗତ ସାର୍ଟିଫିକେଟ କୁ ବନ୍ଧକ ହିସାବ ରେ ନିଆଯିବ ।

ପରୀକ୍ଷା ପୂର୍ବରୁ ଟଙ୍କା ଦେଇଥିବା ଆଶାୟୀ ମାନ ଙ୍କୁ ପରୀକ୍ଷା ପରିଚାଳନା କରୁଥିବା ଅନୁଷ୍ଠାନ କୁ ବସ ରେ ନିଆଯିବ ଏବଂ ସେଠାରେ ପ୍ରଶ୍ନ ପତ୍ର ଅଭ୍ୟାସ କରାଯିବ ।

ପରେ ସେମାନେ ପ୍ରଶ୍ନ ପତ୍ର ଅଭ୍ୟାସ କରି ଆସି ପରୀକ୍ଷା ଦେବେ ଓ ଚାକିରୀ ପାଇଲେ ଅବଶିଷ୍ଟ ଅର୍ଥ ସମୁଦାୟ ପଚିଶ ଲକ୍ଷ ଟଙ୍କା। ପୈଠ କରିବେ ।

ଅଭିଯୋଗ ହେଉଛି ଯେ ବର୍ଷ ବର୍ଷ ଧରି କଳା ବଜାର ରେ ବିକ୍ରି ଚାଲିଛି ସରକାରୀ ଚାକିରି ।ତେବେ ଅଭିଯୋଗ ବି ଅସତ୍ୟ ନୁହେଁ ବରଂ ଆଂଶିକ ସତ୍ୟ ବୋଲି କୁହାଯାଇ ପରେ ।ସରକାରୀ ଚାକିରୀ କଲେ କ୍ଷମତା ଉପଭୋଗ ସୁରକ୍ଷିତ ଭବିଷ୍ୟତ ଓ ଉପୁରି ଲୋଭ ର ସ୍ବପ୍ନ ସାକାର ହେଉ ଥିବାସହ ବାହା ବଜାର ରେ ସରକାରୀ ଚାକିରିଆ ଙ୍କ ବେସ୍ ଚାହିଦା ରହିଛି ବୋଲି ଭାବନା ସାଧାରଣ ରେ ଥିଲା ବେଳେ ଯୁବପିଢ଼ି ଙ୍କ ଏହି ଅତିଶୟ ଆଗ୍ରହ ରୁ ଫାଇଦା ଉଠାଇବାକୁ ସକ୍ରିୟ ହୋଇଛି ସିଣ୍ଡିକେଟ ।

ନିଯୁକ୍ତି ରେ ଦୁର୍ନୀତି ନିବାରଣ ପାଇଁ ଯେତେ ବ୍ୟବସ୍ଥା କଲେ ମଧ୍ୟ ନୂଆ ନୂଆ ଗଳି ବାଟ ଆବିଷ୍କାର କରୁଛନ୍ତି ଦଲାଲ । ଯାହାର ଚେର ପଲ୍ଲୀ ରୁ ଦିଲ୍ଲୀ ଯାଏ ବ୍ୟାପିଛି। କେବଳ ପ୍ରଶ୍ନ ପତ୍ର ଲିକ୍ ଉତ୍ତର ଖାତା ମୂଲ୍ୟାୟନ ରେ ଦୁର୍ନୀତି ନୁହେଁ ବରଂ କେବେ ଠାରୁ କେଜାଣି ପ୍ରଶ୍ନ ତିଆରି କରୁଥିବା ଓ ପରୀକ୍ଷା ପରିଚାଳନା କରୁଥିବା ଅନୁଷ୍ଠାନ ପାଖରେ ପହଞ୍ଚି ପାରିଛନ୍ତି ଦଲାଲ। ସେଠୀ ପରୀକ୍ଷା ପୂର୍ବରୁ ପ୍ରଶିକ୍ଷଣ ନେଇ ପରେ ପରିକ୍ଷା ଦେଇ କୃତକାର୍ଯ୍ୟ ହୋଇ ସରକାରୀ ଚାକିରୀ କୁ ହାତେଇ ନେଉଛନ୍ତି ଧନୀ ଘର ର ପିଲା ।

ବିଚରା ମେଧାବୀ ପିଲା ଆହାର କେନ୍ଦ୍ର ରେ ପାଞ୍ଚ ଟଙ୍କିଆ ଆହାର ଖାଇ ରାତି ଦିନ ଏକାଠି କରି ପଢି ପଢି କର୍ମ କୁ ଆଦରି ନେଇ ଚାକିରୀ ପାଉ ନଥିଲା ବେଳେ ଅତି ଗୋପନ ରେ ଚଳୁଛି ଭୟଙ୍କର ଷଡ଼ଯନ୍ତ୍ର


ନିକଟରେ ପୋଲିସ ଏସ ଆଇ ଚାକିରିଁ ପାଇଁ କୋଡ଼ିଏ ଲକ୍ଷ ଟଙ୍କା ଆଗୁଆ ଦେଇ ପ୍ରଶ୍ନ ପତ୍ର ପ୍ରସ୍ତୁତ କରୁଥିବା ଓ ପରୀକ୍ଷା କରୁଥିବା ତୃତୀୟ ପକ୍ଷ ନିକଟକୁ ୧୧୭ ଜଣ ପରୀକ୍ଷାର୍ଥୀ ଙ୍କୁ ନେଇ ବସ ରେ ହାଇଦ୍ରାବାଦ ଯିବା ରାଜ୍ୟ ରେ ଆଲୋଡନ ସୃଷ୍ଟି କରିଥିଲା ବେଳେ କେଜାଣି କେବେ ଠୁ ଚାଲିଛି ଏହି ପ୍ରକ୍ରିୟା ।

ଦୁର୍ନୀତି ଭ୍ରଷ୍ଟାଚାର ର ଗଲିବାଟ ଦେଇ ଯୋଉ ମାନେ ସରକାରୀ ବ୍ୟବସ୍ଥା କୁ ପରିଚାଳନା କରିବାକୁ ଆସିବେ ସେମାନେ କେତେ ରହିବେ ଦୁର୍ନୀତି ମୁକ୍ତ ।କେତେ ହେବେ ଉତ୍ତରଦାୟୀ ? କେମିତି କରିବେ ସାଧାରଣ ଜନତା ର ସେବା ?

ପ୍ରଶ୍ନ କୁ ଅଭ୍ୟାସ କରି ସିଧା ପରୀକ୍ଷା କେନ୍ଦ୍ର କୁ ଆସି ପରୀକ୍ଷା ଦେଇ ଲିଖିତ ପରୀକ୍ଷା ରେ କୃତକାର୍ଯ୍ୟ ହେଲା ପରେ ଅବଶିଷ୍ଟ ଆଉ ବଳକା ଟଙ୍କା ଦେଇ ସମୁଦାୟ ପଚିଶ ଲକ୍ଷ ଟଙ୍କାରେ ପୁଲିସ ଚାକିରୀ କି କଳାବଜାର ରୁ କିଣିବା ପାଇଁ ହୋଇଥିଲେ ଏକ ସୁପରିକଳ୍ପିତ ବ୍ୟବସ୍ଥା । ୧୧୭ ଜଣ ପରୀକ୍ଷାର୍ଥୀ ଙ୍କୁ ଆନ୍ଧ୍ର ଯିବା ବାଟ ରେ ତିନିଟି ବସ ରେ ସେମାନଙ୍କୁ ରାଜ୍ୟ ପୋଲିସ ଗିରଫ କରିବା ସହ ତିନି ଜଣ ଡଲାରି ଙ୍କୁ ମଧ୍ୟ ଗିରଫ କରାଯାଉ ପୋଲିସ ହେପଯାତ କୁ ନିଆଯାଇଛି। ରାଜ୍ୟ ସରକାର ର କ୍ରାଇମ ବ୍ରାଞ୍ଚ ଏହି ତଦନ୍ତ ଭାର ନେଇ ଏକାଧିକ ଅପରାଧୀ ଙ୍କୁ ଗିରିଫ କରିଛି ।

ତେବେ ଏହି ଫିକ୍ସିଁ ବର୍ଷ ବର୍ଷ ଧରି ଚାଲିଥିବା ର ସଂଭାବନା କୁ ଅସ୍ବୀକାର କରାଯାଇ ପାରିବ ନାହିଁ ।ଏମିତି

ସିଣ୍ଡିକେଟ ମଧ୍ୟ ବହୁ ଆଗରୁ ଚାଲିଛି ବୋଲି ଏବେ ଜନସାଧାରଣ ରେ ଆଲୋଚନା ହେଉ ଥିଲା ବେଳେ ଏହା ମଧ୍ୟ ତଦନ୍ତ ସାପେଖ୍ୟ ।

ସାରା ଦେଶ ରେ ଏମିତି ଏକ ଭୟଙ୍କର ଦୁର୍ନୀତି ପାଇଁ ସମସ୍ତେ ହତ ଚକିତ ହେଉ ଥିଲା ବେଳେ କଣ ହେବ ଆଗକୁ ଆମ ଯୁବ ଶକ୍ତି ର ଭବିଷ୍ୟତ ?

,?ନାଁ ଅଛି ବେସରକାରୀ କ୍ଷେତ୍ର ରେ ଅଧିକ ନିଯୁକ୍ତି ସୁଯୋଗ ? ନାଁ ବ୍ୟବସାୟ ପାଇଁ ଅଛି ଆବଶ୍ୟକୀୟ ପୁଞ୍ଜି !ଆମେରିକା ର ଶୁଳ୍କ ପରିମାଣ ବଢ଼ିଲା ପରେ ସରକାର ଏବେ ଚିନ୍ତା କରୁଛନ୍ତି ସ୍ୱଦେଶୀ ବିକଳ୍ପ ର କଥା ।

ତେବେ ବ୍ୟବସ୍ଥିତ ଭାବେ ଏହି ନିଯୁକ୍ତି ଦୁର୍ନିତି ଯେପରି ଭାବ ରେ କରାଗଲା ସେଥିରୁ ଜଣାପଡୁଛି ଏହା ପ୍ରଥମ୍ ନୁହେଁ ନିଶ୍ଚୟ ।ଏହା ଥିଲା ସୁସଂଗଠିତ ଓ। ସନ୍ଦେହ ର ବହୁ ଉର୍ଦ୍ଧ ରେ ।

କାରଣ ଯେଉଁ ଆତ୍ମ ବିଶ୍ବାସ ର ସହ ଏହି ଭଳି ଦୁର୍ନିତି ହେଉଥିଲା ତାହା ବର୍ଷ ବର୍ଷ ଧରି ହୋଇ ଆସିଥିଲା ନିଶ୍ଚୟ ।ତେବେ ବିଗତ ସରକାର ସମୟ ରେ ଯଦି ଏହାର ଚେର ରସାତଳ କୁ ଯାଉଥିଲା ତେବେ ଦେଢ଼ ବର୍ଷ ହେଲାଣି ଆସିଥିବା ଏ ସରକାର କରୁଥିଲା କଣ ?

ସରକାର ଇଣ୍ଟେଲୀଜେନ୍ସ ଏହି ଭଳି ତଥ୍ୟ କାହିଁକି ସଂଗ୍ରହ କରି ପରୁ ନଥିଲେ। ଏହି ସିଣ୍ଡିକେଟ ରେ ପୂର୍ବ ସରକାର ଙ୍କ ସମୟ ରେ ବହୁ ଦଳୀୟ କମି ଓ ସମର୍ଥକ ରହିଥିବାର ଅଭିଯୋଗ ହେଉ ଥିଲା ବେଳେ ସେହି ମାନେ ସରକାର ବଦଳିଲା ପରେ କ୍ଷମତାସୀନ ନୂଆ ନେତା ମାନଙ୍କ ର ଶରଣ କୁ ଯାଇ ଓ ସେମାନଙ୍କ ଦଳ ରେ ଯୋଗ ଦେଇ ଥିବାରୁ ଏ ସବୁ ପ୍ରତି ପ୍ରଶାସନ ଆଖି ବୁଜି ଦେଇ ଥିଲା ବୋଲି ସାଧାରଣ ରେ ସନ୍ଧେହ୍ ଘନୀଭୂତ ହେଲାଣି ।

ଏହାର ସୁଯୋଗ ନେଇ ଆଗରୁ କେତେ ପର୍ଥି ବିଭିନ୍ନ ସରକାରୀ ଚାକିରୀ ହାତେଇ ନେଇଚନ୍ତି ତାର ହିସାବ କିଏ ଦେବ ।ମେଧା ମେଧ୍ୟ ଯଜ୍ଞ ରେ କେତେ ମେଧାବୀ ପାର୍ଥି ଙ୍କ ସ୍ବପ୍ନ ର ସମାଧି ହେଉଛି ସେ କଥା କଣ ଠିକ୍ ଭବେ ହେବ ତଦନ୍ତ ।ଏହି ଘଟଣା ପଛ ରେ ଯୋଉ ପ୍ରଭାବଶାଳୀ ବ୍ୟକ୍ତି ଆଉ ଧଳା ହାତୀ ମାନେ ଅଛନ୍ତି ସେମାନେ କଣ ସତରେ ଲୋକ ଲୋଚନ କୁ ଆସିବେ ।

ସବୁ ତଦନ୍ତ ପରି ଦଣ୍ଡିକିରି ମାଛ କୁ ଧରି ବଡ ବଡ ମାଛ କୁ ଖସେଇ ଦିଆଯିବନି ତ? ଏମିତି ଅଶେଷ ଅସମହିତ ପ୍ରଶ୍ନ ର ଅନ୍ଧ କୁଆ ଭିତରେ ଛଟପଟ ହେଉଛନ୍ତି ସରକାରୀ ଚାକିରୀ କରିବାକୁ ଅହରହ ପରିଶ୍ରମ କରୁଥିବା ଛାତ୍ର ଛାତ୍ରୀ ମାନେ । ସତରେ। କଣ ସେମାନେ ପାଇବେ ନ୍ୟାୟ,,?

ଏବେ ରାଜନୀତି ର ରୁର୍ଟି ସେଜା ଆରମ୍ଭ ହୋଇ ସାରିଛି । ଶାସକ ଦଳ କହୁଛି ଯେ ଏହା ବର୍ତ୍ତମାନ ବିରୋଧୀ ଦଳ ରେ ଥିବା ଦଲ ଯେଉଁ ଚବିଶ ବର୍ଷ ଶାସନ କରିଥିଲା ଏହା ତାହାର ଇକୋ ସିଷ୍ଟମ୍ ବା ସେହି ସରକାର ର ଦୁଇ ଦଶକ ର ଅବଧି ରେ ରାଜନେତା ବାବୁ ଆଉ ମାଫିଆ ଙ୍କ ଭିତରେ ଥିବା ଅସାଧୁ ମେଣ୍ଟ ର ପରିଣତି । ବର୍ତମାନ ର ବିରୋଧୀ ଦଳ କହୁଛି ଯେ ସରକାର କୁ ଆସିବାର ଷୋହଳ ମାସ ଭିତରେ ଶାସକ ଦଳ ବ୍ୟବସ୍ଥା କୁ ନ ସଜାଡି କରିଛି କଣ ? ଆଲୋଚନା ସମାଲୋଚନା ପର୍ଯ୍ୟାଲୋଚନା ଭିତରେ ଭିତରେ କେବେ ସ୍ଵଚ୍ଛ ହେବ ପରୀକ୍ଷା ପରିଚାଳନା ପଦ୍ଧତି ? କେବେ ବନ୍ଧ ହେବେ ଗଳିବାଟ ର ଗଡ ଫାଦର୍

Leave A Reply

Your email address will not be published.