କେଶବ ଆଶ୍ରମ ସ୍ଵର୍ଣ୍ଣ କ୍ଷେତ୍ର ରେ ଶ୍ରୀ ଭାଗବତ ଅଭିଯାନ

ଓଡ଼ିଆ ଭାଷା ସଂସ୍କୃତି ର ସୁରକ୍ଷା ପାଇଁ ଶତାଧିକ ଭଗବତ୍ ପ୍ରେମୀ ନେଲେ ଶପଥ ।

ନବରାତ୍ର ର ପାର୍ବଣ ଅବସର ରେ ଓଡ଼ିଶାର ଅନ୍ୟତମ ଆଧ୍ୟାତ୍ମିକ କ୍ଷେତ୍ର କେଶବ ଆଶ୍ରମ ସ୍ଵର୍ଣ୍ଣ କ୍ଷେତ୍ର ରେ ଶ୍ରୀ ଭାଗବତ ଅଭିଯାନ ରେ ସାମୁହିକ ଭାଗବତ ପଠନ ଶ୍ରୀ ଚିଟାଉ ଲିଖନ ର ଆଧ୍ୟାତ୍ମିକ ଅଭିଯାନ ସମ୍ପନ୍ନ ହୋଇଛି ।

ଟାଡି ସରୁ ମିଶନ ପକ୍ଷରୁ ସାଧିକା ସମାଜସେବୀ ପଦ୍ମଶ୍ରୀ ପୂର୍ଣାମାସୀ ଜେନା ଙ୍କ ନିର୍ଦ୍ଦେଶ ରେ ଏହି କାର୍ଯ୍ୟକ୍ରମ କୁ ଶ୍ରୀ ଜଗନ୍ନାଥ ସଂସ୍କୃତି ର ଅନ୍ୟତମ ଗବେଷକ ତଥା ଶିଶୁ ଭବନ ର ସହକାରୀ ପ୍ରଫେସର ତଥା ଉପଡେଷ୍ଟା ଡକ୍ଟର ବନୋଜ ରାୟ ଯୋଗ ଦେଇ ଓଡ଼ିଆ ଭାଷା ସଂସ୍କୃତି ସାହିତ୍ୟ ର ସୁରକ୍ଷା ସହ ପ୍ରତିଦିନ ପ୍ରତି ଘରେ ଭାଗବତ ପାଠ କରିବାକୁ ଉପସ୍ଥିତ ଭାଗବତ ପ୍ରେମୀ ଙ୍କୁ ଅନୁରୋଧ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମିଶନ ର ସଭାପତି ମନୋଜ ମଞ୍ଜରୀ ଦେଓ ଆଶ୍ରମ ର ବରିଷ୍ଠ ସାଧକ ଆମ୍ବୁଜ ଭାଇ କୈଳାସ ଭାଇ ପ୍ରେମଲତା ରାଉତ୍ ପ୍ରମୁଖ ଯୋଗ ଦେଇ ଥିଲେ । ଭାରତ ଭୂଷଣ ପଟ୍ଟନାୟକ ମାନବାଧିକାର କର୍ମୀ ଆଇନଜୀବୀ ସତ୍ୟନାରାୟନ ଦାସ ସିରିଶ କୁମାର୍ ଦାସ ଅମରେନ୍ଦ୍ର ଜେନା ଶରତ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରେ ଭାଗବତ ପୁସ୍ତକ ବିତରଣ ଓ ଶ୍ରୀ ଚି ଟା ଉ ସମବେତ ଶ୍ରଦ୍ଧାଳୁ ଲେଖି ଇଷ୍ଟ ଦେବ ଙ୍କୁ ସମର୍ପିତ କରିଥିଲେ ।ଏହି କାର୍ଯ୍ୟକ୍ରମ ଶତାଧିକ ନରନାରୀ ଭାଗ ନେଇ ଓଡ଼ିଆ ଭାଷା ସଂସ୍କୃତି ର ସୁରକ୍ଷା ପାଇଁ ଶପଥ ନେଇ ଥିଲେ ।

Leave A Reply

Your email address will not be published.