ଓଡ଼ିଆ ରେ ନାମ ଫଳକ ନ ଲେଖିଲେ ବ୍ୟବସାୟ ପ୍ରତିଷ୍ଠାନ ବିରୁଦ୍ଧ ରେ ହେଉଛି କାର୍ଯ୍ୟାନୁଷ୍ଠାନ

ର ଓଡ଼ିଆରେ ନାମଫଳକ ଲେଖିବାକୁ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକୁ ନିର୍ଦେଶ ରହିଥିଲା ବେଳେ ଏହାକୁ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ପାଳନ କରୁ ନଥିବାର ଦେଖା ଯାଉଛି ।
ଏଣୁ ଆଇନ ଉଲ୍ଲଂଘନକାରୀ ୧୦୦ଟି ବ୍ୟାବସାୟିକ ପ୍ରତିଷ୍ଠାନ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ମଙ୍ଗଳବାର ବିଧାନସଭାରେ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ ସୂଚନା ଦେଇଛନ୍ତି।

ଓଡ଼ିଆ ରେ ନାମ ଫଳକ ନ ଲେଖିଲେ କାର୍ଯ୍ୟାନୁଷ୍ଠାନ

ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପଚାରିଥିବା ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଥିଲେ ଆଇନ ଖିଲାପକାରୀ ୧୦୦ ବ୍ୟାବସାୟିକ ପ୍ରତିଷ୍ଠାନର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
ଖୋର୍ଦ୍ଧା ଜିଲାରୁ ୩୮ଟି ମାମଲା ରୁଜୁ ହୋଇ ଥିଲା ବେଳେ ମୋଟ ୨୮୫୧ ବ୍ୟାବସାୟିକ ପ୍ରତିଷ୍ଠାନର ନାମଫଳକ ଏହି ବର୍ଷ ତଙ୍କଖି କରାଯାଇଛି। ୧୬୦୬ ଟି ପ୍ରତିଷ୍ଠାନ ରେ ଓଡ଼ିଆ ଭାଷାରେ ନାମଫଳକ ଲେଖାଯାଇ ନ ଥିବାରୁ ସେଗୁଡ଼ିକର ମାଲିକମାନଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି ।

Leave A Reply

Your email address will not be published.