ଦୁର୍ନୀତି କରି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ମାମଲା ରେ ଆଉ ଜଣେ ଧଳା ହାତୀ ଦୋଷୀ ସାବ୍ୟସ୍ତ ,
ଭିଜିଲାନ୍ସ ସ୍ବତନ୍ତ୍ର ଅଦାଲତ ବିଚାର କରି ଜେଲ୍ ଜୋରିମାନା ପାଇଁ ଦେଲେ ନିର୍ଦ୍ଦେଶ ।

ବିଲମ୍ୱିତ ନ୍ୟାୟ ନ୍ୟାୟ ନୁହେଁ ବୋଲି କୁହାଯାଉଥିଲା ବେଳେ ଅନେକ କ୍ଷେତ୍ର ନିର୍ଦ୍ଦୋଷ କ ଦଣ୍ଡ ମୁକ୍ତ ହେବା ପାଇଁ ଓ ଦୋଷୀ କୁ ଦଣ୍ଡ ପାଇବାକୁ ଏକାଧିକ ଦଶକ ଅପେକ୍ଷା କରିବାକୁ ପଡୁଚି ।ବିଚାରାଳୟ କୁ ଦଉଡ଼ି ଦଉଡିବି ବିଚରା ନିରୀହ ମଣିଷ ଟି ବର୍ଷ ବର୍ଷ ଅପେକ୍ଷା କରି ତାରିଖ ଆଣୁଥିଲା ବେଳେ ଦୋଷୀ ଆନନ୍ଦ ରେ ବର୍ଷ ବର୍ଷ ଧରି ଦଣ୍ଡ ନ ପାଇ ବୁଲିବାର ଦେଖା ଯାଉଛି । ତେବେ ରାଜ୍ୟ ରେ ଅଭିଯୁକ୍ତ ଙ୍କ ଦଣ୍ଡ ପାଇବାର ହାର ଅତି ନଗଣ୍ୟ ଥିଲା ବେଳେ ଖୁସି ର କଥା ରାଜ୍ୟ ଦୁର୍ନୀତି ନିବାରଣ ର ତତ୍ପରତା ଓ ବିଚାରାଳୟ ରେ ସରକାରୀ ଅଧିବକ୍ତା ମାନଙ୍କ ଟ ସଫଳ କେଶ୍ ପରିଚାଳନା ଓ ଅଧିକାରୀ ମାନଙ୍କ ର ଉପଯୁକ୍ତ ତଦନ୍ତ ପାଇଁ ଅଭିଯୁକ୍ତ ମାନଙ୍କ ର ଦଣ୍ଡ ପାଇବାର ପ୍ରତିଶତ ହାର ସନ୍ତୋଷ ଜନକ ଭାବେ ବଢୁଛି ।

ସ୍ଵାଗତଯୋଗ୍ୟ ଯେ ଦୁର୍ନୀତି ନିବାରଣ ବିଭାଗ ର ତତ୍ପରତା ଓ ବିଚାରାଳୟ ରେ ମକଦ୍ଦମା ଗୁଡ଼ିକ ର ସଫଳ ପରିଚାଳନା ପାଇଁ ଏବେ ଅଭିଯୁକ୍ତ ମାନଙ୍କୁ ଦଣ୍ଡ ଦେବାର ପ୍ରତିଶତ ହାର ମଧ୍ୟ ବୃଦ୍ଧି ପାଇବାର ଦେଖାଯାଉଛି ।

ସୂଚନାଯୋଗ୍ୟ ଯେ କୁଜଙ୍ଗ ର ପୂର୍ବତନ ଚକବନ୍ଦୀ ଅଧିକାରୀ ବିଷ୍ଣୁପଦ ଗ୍ରହଚର୍ଯ୍ୟ କୁଜଙ୍ଗ ର ଚକବନ୍ଦୀ ଅଧିକାରୀ ଥିଲା ବେଳେ ଭିଜିଲାନ୍ସ ପକ୍ଷରୁ ତାଙ୍କ ବିରୁଦ୍ଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଏକ ମକଦ୍ଦମା ରଜୁ କରାଯାଇଥିଲା । ଗତ ଗୁରୁବାର କଟକ ର ଦୁର୍ନୀତି ନିବାରଣ ବିଭାଗ ର ସ୍ଵତନ୍ତ୍ର ବିଚାରାଳୟ ର ବିଚାରପତି ବିଚାର କରି ବିଷ୍ଣୁପଦ ପଦ ଙ୍କୁ ଦୁଇ ବର୍ଷ ଜେଲ୍ ସହ ପଚାଶ ହଜାର ଟଙ୍କା ର ଜୋରିମାନା କରିଛନ୍ତି । ଅଭିଯୁକ୍ତ ପେନସନ ନେଇଥିବାରୁ ତାଙ୍କ ପେନସନ ବନ୍ଦ୍ କରିବାକୁ ମଧ୍ୟ ବିଚାରାଳୟ ଙ୍କୁ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ନିବେଦନ କରାଯାଇଛି ।

ଅବସର୍ ପରେ ୭୮ ବର୍ଷ। ବୟସ ରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଙ୍କୁ ଜେଲ୍ ଓ ଅର୍ଥ ଦଣ୍ଡ

ତେବେ ଏହି ମକଦ୍ଦମା କୁ ବିଚାରାଳୟ ରେ ସ୍ଵତନ୍ତ୍ର ପବ୍ଲିକ ପ୍ରୋଜକୁଟର ଭାବେ ଯୁବ ଅଧିବକ୍ତା ଜ୍ୟୋତି ପ୍ରକାଶ ମହାପାତ୍ର ଓ ରାଜେଶ ସାହୁ ଯୁଗ୍ମ ଭାବେ ପରିଚାଳନା କରିଥିଲେ ।

ବିବରଣୀ ରୁ ପ୍ରକାଶ ଯେ ଅଭିଯୁକ୍ତ କୁଜଙ୍ଗ ରେ ଚକବନ୍ଦୀ ଅଧିକାରୀ ଥିଲା ବେଳେ ତାଙ୍କ ବିରୁଦ୍ଧ ରେ ଏହି ମକଦ୍ଦମା ଦୁର୍ନୀତି ନିବାରଣ ବିଭାଗ ଦ୍ଵାରା ଆୟ ବହିର୍ଭୁତ ସମ୍ପତ୍ତି ଜବତ ହୋଇଥିବାରୁ
ଦୁର୍ନୀତି ନିବାରଣ ଆଇନ ୧୯୮୮ ର ଧାରା ୧୩(୨)୧୩(୧) ଇ ଅନୁସାରେ ବିଚାର କରାଯାଇ ଥିଲା । ନ୍ୟାୟାଳୟ ଙ୍କ ଠାରେ ଉଭୟ ପାକ୍ଷ ଓ ପ୍ରତିପକ୍ଷ ତର୍କ ତଥ୍ୟ ପ୍ରମାଣ ଉପସ୍ଥାପନ କଲେ ପରେ ଏହି ଦଣ୍ଡ ଘୋଷଣା କରାଯାଇଛି ।

Leave A Reply

Your email address will not be published.