ଦେଶ ରେ ଲାଗୁ ହେଲା ନୂଆ ଜି ଏସ ଟି ଶସ୍ତା ହେଲା ଏକାଧିକ ଜିନିସ,,ବଢିଲା ଗ୍ରାହକ ଙ୍କ କ୍ରୟ ଶକ୍ତି ଅର୍ଥ ନୀତି ହେବ ଆହୁରି ଅଧିକ ଚଳ ଚଞ୍ଚଳ
ଦଶରା ପାଇଁ ଗ୍ରାହକ ଙ୍କ ପସରା ଭରିଛନ୍ତି କେନ୍ଦ୍ର ସରକାର ।ଜି ଏସ ଟି ଟିକସ ରେ ବ୍ୟାପକ ସଂସ୍କର କରି ଅଧିକାଂଶ ଦ୍ରବ୍ୟ ଶସ୍ତା କରିଛନ୍ତି ।ବଢିବ ଗ ଖାଉଟି ଙ୍କ କ୍ରୟ ଶକ୍ତି । ନିତ୍ୟ ବ୍ୟବହୃତ ଜିନିସ ବି ହୋଇଛି ଶସ୍ତା ।
କାର୍ଯ୍ୟକାରୀ ହେଲା ନୂଆ ଜିଏସ୍ଟି । ୩ ସେପ୍ଟେମ୍ବର,ରେ ହୋଇଥିବା ଜିଏସ୍ଟି କାଉନସିଲ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ସାରାଦେଶରେ ଲାଗୁ ହୋଇଛି ନୂଆ ଜି ଏସ ଟି ହାର ।
୧୨% ଓ ୨୮% ଟ୍ୟାକ୍ସ ସ୍ଲାବ୍ ସମ୍ପୂର୍ଣ୍ଣଭାବେ ଉଛେଦ୍ଦ କରାଯାଇଛି । ଏଣିକି କେବଳ ୫% ଓ ୧୮% ଜିଏସ୍ଟି ରହୁଥିଲେ ବେଳେ । ବହୁ ସାମଗ୍ରୀର ଦରରେ ହ୍ରାସ ଘଟିଛି ।
ସ୍ବାସ୍ଥ୍ୟ ବିମା ଓ ଜୀବନ ବୀମା ଉପରେ ଜିଏସଟି ଉଚ୍ଛେଦ କରି ସରକାର ବୀମା କ୍ଷେତ୍ର କୁ ଅଧିକ ଗତି ଦେଇ ଥିଲେ ବେଳେ
ବର୍ତ୍ତମାନ ୩ ଟି କ୍ୟାନ୍ସର ଔଷଧ ସମେତ ୩୩ଟି ଜୀବନ ରକ୍ଷାକାରୀ ଔଷଧ ଉପରେ ଲାଗୁ ହେଉଥିବା ୧୨% ଜିଏସଟିକୁ ସମ୍ପୂର୍ଣ୍ଣ ଉଚ୍ଛେଦ୍ଦ କରାଯାଇଛି । ତେବେ କିଛି ବିଳାସପୂର୍ଣ୍ଣ ଏବଂ କ୍ଷତିକାରକ ଜିନିଷ ଉପରେ ଟିକସ ବୃଦ୍ଧି ପାଇବାକୁ ଯାଉଛି, ଅର୍ଥାତ୍ ଏହା