ମା ଙ୍କ ମୃତ୍ୟୁଭୋଜି ରେ ସ୍ୱେଛlକୃତ୍ ରକ୍ତ ଦାନ ବୃକ୍ଷ ରୋପଣ ଶ୍ରୀମଦ୍ ଗୀତା ବିତରଣ ରେ ଶ୍ରଦ୍ଧାଞ୍ଜଳି ଦେଲେ ପରିବାର
ଭଏସ ଅଫ୍ କମନ୍ସ ନିଉଜ୍ ୨୧/୦୯

ମା ନେଉଳି ଦାସ ଥିଲେ ର ଜଣେ ଅତି ସରଳ ପର ଉପକାରୀ ମହିଳା ଯିଏ ସାରା ଗାଁ କୁ ଆବୋରି ବସିଥିଲେ ଆତ୍ମୀୟତା ଅନୁରାଗ ଆଉ ଆପଣା ପଣ ରେ। ସ୍ବାମୀ ବୈଷ୍ଣବ ଦାସ ଙ୍କ ର କିଛି ବର୍ଷ ପୂର୍ବରୁ ପରଲୋକ ହୋଇ ଥିଲା ବେଳେ
୯୪ ବର୍ଷ ବୟସ ରେ କୁଆଁପାଲ୍ ପଶୁକୁଣ୍ଡା ଗାଁ ରେ ତାଙ୍କର ମହାପ୍ରୟାଣ ହୋଇ ପାଳନ ହେଉଥିଲା ଏକା ଦଶାହ । ମା ଙ୍କ ଅତି ସରାଗ ସେବା ଯତ୍ନ ରେ ରଖିବାକୁ ସୌଭାଗ୍ୟ ମାନେ କରୁଥିବା ପରିବାର ତାଙ୍କ ଆନ୍ତେଷ୍ଟି କୁ ନିଆରା ଢଙ୍ଗ ରେ କରୁଥିଲେ ପାଳନ । ଗୋଟିଏ ପଟେ ଚାଲୁଥିଲା ପଙ୍କ୍ତି ଭୋଜନ ଓ ଆର ପଟେ ସ୍ଵେଚ୍ଛାକୃତ ରକ୍ତ ଦାନ ବୃକ୍ଷ ରୋପଣ ଶ୍ରୀମଦ ଭାଗବତ ଗୀତା ବିତରଣ ଆଉ କିଛି ସେବା କାର୍ଯ୍ୟ ।ପରିବାର ର ସାନ ବୋହୂ ଙ୍କ ଠାରୁ ଆରମ୍ଭ କରି ନାତି ନାତୁଣୀ ମାନେ କରୁଥିଲେ ରକ୍ତ ଦାନ ।







ପରିବାର ସଦସ୍ୟ ମାନେ ବି ତାଙ୍କୁ ବେସ ସେବା ଯତ୍ନ ରେ ରଖୁ ଥିଲେ ବେଳେ ବୋହୂ ମାନେ ଶାଶୁ ଙ୍କୁ କୁନି ଝିଅ ଟି ପରି କୋଳେଇ ନେଇ ସେବା କୁ ନିଜର ସୌଭାଗ୍ୟ ବୋଲି ମନେ କରୁଥିଲେ ।ତାଙ୍କ ପାଇଁ ଯେମିତି ବାର୍ଦ୍ଧକ୍ୟ ପାଲଟି ଯାଉଥିଲା ବାରାଣସୀ ।ଆଜି କାଲି ଯୁଗ ରେ ଅଧିକାଂଶ ପରିବାର ରେ ବାପ ମା ମାନେ ଅଲୋଡ଼ା ହେଇ ଯାଉଥିଲା ବେଳେ ଏଇମିତି ପରିବାର ରୁ ବୋଧେ ସତ୍ ସଟିକା ସରାଗ ର ସୁଖ ମିଳେ ଯୋଉଠି ସରଗ ଦ୍ଵାର କୁ ବାଟ କାଟି ଗଲା ବେଳେ ପରିବାର ବେସ୍ ସରାଗ ରେ ବୟୋଜ୍ୟେଷ୍ଠ ମାନଙ୍କୁ ଅନ୍ତିମ ବିଦାୟ ଦିଏ ।


ତେବେ ବୟସ ଅଧିକ ହୋଇ ଥିବାରୁ ତାଙ୍କର ସ୍ବର୍ଗବାସ ହୋଇଥିଲା । ସାହା ର କାର୍ଯ୍ୟକ୍ରମ ପରିଚାଳନା ରେ ମା ରଧଦେବି ଦତ୍ତ ନ୍ୟାସ ପକ୍ଷରୁ ପରିବାର ର ଆଗ୍ରହ କୁ ସମ୍ମାନ ଦେଇ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଏହି ଦିନ ଆୟୋଜନ କରାଯାଇଥିଲା ।













ବ୍ୟାପକ ବର୍ଷା ଓ ବଜ୍ର ପାତ ସତ୍ତ୍ୱେ ଏହି ଶିବିର ରେ ରାତି ୮ ଟା ରୁ ଦଶ ଟା ମଧ୍ୟରେ କୋଡ଼ିଏ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।ପରିବାର ପକ୍ଷରୁ ସାନ ବୋହୂ ଶ୍ରୀମତୀ କବିତା ଦାସ ପ୍ରଥମେ ଶାଶୁ ଙ୍କ ସ୍ମୁତି ରେ ଜୀବନ ର ପ୍ରଥମ ରକ୍ତ ଦାନ କରି ନିଜର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ବେଳେ ତାଙ୍କର ନାତି ସୌମେତ ଦାସ ବରିଷ୍ଠ ବ୍ୟାଙ୍କ୍କ ପରିଚାଳକ ସୁଭାସିସ କବି ଶୁଭେନ୍ଦୁ କବି ଓ ନାତୁଣୀ ଦୀପ୍ତି ରେଖା ଦାସ ମଧ୍ୟ ରକ୍ତ ଦାନ କରିଥିଲେ । ଏହି ଶିବିର ରେ ଆଖ ପାଖ ଅଞ୍ଚଳ ର ଅଧା ରୁ ଅଧିକ ନୂତନ ରକ୍ତଦାତା ମଧ୍ୟ ରକ୍ତ ଦାନ ଦେଇଥିଲା ବେଳେ ସାନ ପୁଅ ତଥା ଯୁବ ସମାଜସେବୀ ଫିଜୀଓଥେରାପିଷ୍ଟ ମହେନ୍ଦ୍ର ଦାସ ଙ୍କ ଅଧ୍ୟକ୍ଷତା ରେ ନେଉଳି ଦାସ ସ୍ମୁତି କମିଟି ପକ୍ଷରୁ ବାବା ଗୌରାଙ୍ଗ ଦାସ ଗଛ କିଶୋର ଙ୍କ ନେତ୍ରୁତ ରେ ବୃକ୍ଷ ରୋପଣ କରାଯାଇ ଥିଲା ।
ରକ୍ତଦାନ କାର୍ଯ୍ୟକ୍ରମ କୁ ମାନବାଧିକାର କର୍ମୀ ତଥା ଅଧିବକ୍ତା ସତ୍ୟ ନାରାୟନ ଦାସ ପଣ୍ଡିତ ବିନୟ ଭୂଷଣ ମିଶ୍ର ସାହା ର ଯୁବ ସମାଜସେବୀ ସର୍ବଶ୍ରି ବିଜୟ ଜେନା ଧନଞ୍ଜୟ ଦାସ କବି ଗୋବିନ୍ଦ ମହାନ୍ତି ଶ୍ରୀକାନ୍ତ ନାୟକ ଭାରତ ଭୂଷଣ ପଟ୍ଟନାୟକ ସାମ୍ୱାଦିକ ଧନେଶ୍ଵର ସେଠୀ ପରିଚାଳନା କରିଥିଲା ବେଳେ ରେଡକ୍ରସ ପକ୍ଷରୁ ଡାକ୍ତର ଅଶୋକ ଦାସ ଓ ଅନ୍ୟାନ୍ୟ କର୍ମଚାରୀ ଶ୍ରୀ ଭଗ୍ୟଧର ସାହୁ ପ୍ରଶାନ୍ତ ବାରିକ କୀର୍ତ୍ତନ ତନ୍ତୀ କୁମାର ସ୍ୱାଇଁ ପ୍ରଶାନ୍ତ ମଲ୍ଲିକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।

ତେବେ ଏମିତି ଏକ କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ବିଶିଷ୍ଟ ଶିକ୍ଷାବିତ୍ ସମାଜସେବୀ ପ୍ରଫେସର ଦେବୀ ପ୍ରସାଦ ଦାସ ମାହାଙ୍ଗା ର ବିଧାୟକ ସାରଦା ପ୍ରଧାନ ଙ୍କ ସମେତ କଟକ ର ବିଶିଷ୍ଟ ଗୋ ସେବକ କିଶନ ଲାଲ ଭର୍ତିଆ ଆଇନଜୀବୀ ଶ୍ରୀ ରାମ ରାୟ ସମାଜସେବୀ ଦିନେଶ ଗୁପ୍ତ ଯୁବ ସମାଜସେବୀ ତଥା ସେବକ ଜରାଶ୍ରମ ର ଅନ୍ୟତମ ପ୍ରତିଷ୍ଠାତା ଦୀପକ ଆଚାର୍ଯ୍ୟ କଟକ ର ଚାଣକ୍ୟ ହସ୍ପିଟାଲ ର ସତ୍ଵଧିକରି ପ୍ରଦୀପ ବରାଳ ସେବକ ଯୁବ ଗୋ ସେବକ ଇଞ୍ଜିନିୟର ଜ୍ଞାନ ରଞ୍ଜନ ବାରିକ ଗୋ ସେବକ ସୁଜିତ୍ ଦାସ ସମାଜସେବୀ ରବୀନ୍ଦ୍ର ଓଝା ଜରଶ୍ରମ ଅନ୍ୟତମ ପ୍ରତିଷ୍ଠାତା ଅଶୋକ ସ୍ୱାଇଁ ଓ ସ୍ଥାନୀୟ ଜନ ସାଧାରଣ ପ୍ରସଂସା କରିଥିଲା ବେଳେ ସାମାଜିକ ସଂଗଠନ ସାହା ପକ୍ଷରୁ ମୃତ୍ୟୁ ଭୋଜି ବନ୍ଦ ବା ଖର୍ଚ୍ଚ କାଟ କରି ଯେଉଁ ମାନେ ଚାହିଁବେ ଏହି ଅର୍ଥ କୁ ସମାଜ ର ବହୁ ବିଧ କଲ୍ୟାଣ ଓ ଦୀନ ଦଳିତ ଓ ପରିବେଶ ସୁରକ୍ଷା ପାଇଁ ବିନିଯୋଗ କରି ବାକୁ ଅନୁରୋଧ କରାଯାଇଥିଲା । ପରିବାର ପକ୍ଷରୁ ପତିତପାବନ ଦାସ ଉପେନ୍ଦ୍ର ଦାସ ଜିତେନ୍ଦ୍ର ଦାସ ଓ ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ମାନେ ସବୁ ପ୍ରକାର ସହଯୋଗ କରିଥିଲେ ।