ଆସନ୍ତା ୮ ତାରିଖ ରେ ବ୍ରିଟେନ ପ୍ରଧାନ ମନ୍ତ୍ରୀ ଭାରତ ଆସୁଛନ୍ତି

ଏକ ଅନ୍ତରଙ୍ଗ ଓ ଅଶ୍ରୁଳ ଅନୁଭୂତି

ଆଲେଖ୍ୟ ସତ୍ୟନାରାୟନ ଦାସ

ଆଇନଜୀବୀ ଓ ମାନବାଧିକାର କର୍ମୀ

କାର୍ଯ୍ୟକାରୀ ସମ୍ପାଦକ ଭଏସ ଅଫ୍ କମନ୍ସ

ବନ୍ଦ ହେଉ ମୃତ୍ୟୁ ପର ର ଭୋଜି


ଏକ ଦୁଃଖଦ ଦୁର୍ଘଟଣାରେ ରେ ମୃତ୍ୟ ବରଣ କରିଥିବା ଏକ ମାତ୍ର କୋଡ଼ିଏ ବର୍ଷ ର ପୁଅ ଙ୍କ ଶବ କୁ ଯୁଇ ରେ ସଂସ୍କାର କରି ଆସିବାର ସପ୍ତାହ ଟି ବି ପୂରି ନଥିଲା । ଲୁହ କୋହ ସବୁ ମିଶି ଏକାକାର ହେଇ ଯାଇ ଥିଲା ,ମା ଆଉ ବାପା ଙ୍କ ର ଛାତି ରେ। ତାଙ୍କ କଣ କହି ସାନ୍ତନ ଦେବୁ ସାହସ ହେଉ ନଥିଲା ।

ଶୋକା କୁଲ ବାପା ଙ୍କ ସହ ମିଶିବାକୁ ଆମେ ସେଦିନ ଯାଇଥିଲୁ । କଥା ପ୍ରସଙ୍ଗ ରେ ଆମେ ମୃତ୍ୟୁ ପର ର ଭୋଜି କଥା ହେଉଥିଲା ବେଳେ ଦୁର୍ଘଟଣା ରେ ପରଲୋକ ହୋଇଯାଇଥିବା ଯୁବକ ଙ୍କ ବାପା ବି ଏତେ ଦୁଃଖ ଭିତରେ ଆମ ସହ ଏହି ବିଷୟ ରେ କଥା ହେଲେ ।

। ଆଉ ଏ ସବୁ ବନ୍ଦ୍ ହେବା ଉଚିତ୍ ବୋଲି ବିଚାର ରଖିଲେ । ।

ଗତ କିଛି ଦିନ ପୂର୍ବରୁ ଭୁବନେଶ୍ୱର ର ଏକ ରାସ୍ତା ଦୁର୍ଘଟଣା ରେ ପରମ ଗତି ଲାଭ କରିଥିବା ଅକ୍ଷୟ ଭାଇ ଙ୍କ ଏକମାତ୍ର ପୁଅ । ଆମ ଟିମ୍ ସହ ଅକ୍ଷୟ ଭାଇ ନିବିଡ ଭାବ ରେ ଜଡ଼ିତ ।କମ୍ୱଳ ବିତରଣ ଠୁ ଆରମ୍ଭ କରି ଗଛ ଲଗେଇବା ଗୋ ଆଶ୍ରମ ପ୍ରତିଷ୍ଠା କରିବା ଯୁବ ଶକ୍ତି କୁ ନେଇ ସମାଜ ସେବା ରେ ଲଗେଇବା ଯାଏ ପରିବ୍ୟାପ୍ତ ତାଙ୍କ ସେବା ର ପୃଥିବୀ । ଏବେ ମହାବିଦ୍ୟାଳୟ ରେ ବିଜ୍ଞାନ ବିଭାଗ ରେ କାର୍ଯ୍ୟ କରୁଥିଲେ ବେଳେ ଛୁଟି ନେଇ ଆମ ସହ ଅନେକ ସମୟ ରେ ସେ ସେବା ଦାନ ରେ ଯୋଗ ଦିଅନ୍ତି । ତାଙ୍କର ନିର୍ବିକାର ସେବା ଦେଖିଲେ ଆପେ ଆପେ ମୁଣ୍ଡ ନାଇଁ ଯାଏ । ନିଜେ ଗୋଟିଏ ଛୋଟିଆ ଗୋ ଆଶ୍ରମ କରି ରଖିଛନ୍ତି ଜରାଜୀର୍ଣ୍ଣ କୋଡ଼ିଏ ଟି ଗାଈ । ସେବାରେ ସେ ଜଣେ ସମର୍ପିତ ମଣିଷ ।

ଆମ ସେବା ଦଳ ସହ ଆବେଗିକ ଭାବେ ଜଡ଼ିତ ରାଜ୍ୟ ର ସେ ଜଣେ ବିଶିଷ୍ଟ ବୃକ୍ଷ ପ୍ରେମୀ ତଥା ଜଗତ ସିଂହ ପୁର ର ଗୋ ଆଶ୍ରମ ର ପ୍ରତିଷ୍ଠାତା ଶିକ୍ଷାବିତ୍ ଅକ୍ଷୟ ଭାଇ । ଅକାଳ ରେ ତାଙ୍କର ଏକ ମାତ୍ର କୋଡ଼ିଏ ବର୍ଷ ର ପୁଅ ଙ୍କୁ ହରେଇ ବାର ଦୁଃଖ ଭିତରେ ଆମେ ତାଙ୍କୁ ଜଗତ ସିଂହ ପୁର ରେ ସେଦିନ ଯାଇ ସାକ୍ଷାତ କରିଥିଲୁ ।

ସାଥିରେ ଥିଲେ ବିଶିଷ୍ଟ ସମାଜସେବୀ ତଥା ଉଚ୍ଚ ନ୍ୟାୟାଳୟ ର ଅଧିବକ୍ତା ଶ୍ରୀ ରାମ ରାୟ ଯୁବ ପରିବେଶ କର୍ମୀ ଶ୍ରୀ ଓମ୍ ଭାଇ ରାଜ୍ୟ ର ବିଶିଷ୍ଟ ଗୋ ସେବକ ତଥା କଟକ ଜୀବନ ଧାରା ଚିକିତ୍ସାଳୟ ର ପ୍ରତିଷ୍ଠାତା ଉଦ୍ୟୋଗୀ ଶ୍ରୀ ଦିନେଶ ଗୁପ୍ତା ଭାଇ ଯୁବ ଉଦ୍ୟୋଗୀ ତଥା ଯାଜପୁରରେ କେଦାର ନାଥ ମନ୍ଦିର ଢାଞ୍ଚା ରେ ଏକ ମନ୍ଦିର ପ୍ରତିଷ୍ଠା କରିଥିବା ଗୋ ସେବକ ସତ୍ୟମ୍ ଭାଇ ନୌବାହିନି ର ପୂର୍ବତନ ଅଧିକାରୀ ଶ୍ରୀ ପି ଭାରତ ଭୂଷଣ ଭାଇ ପ୍ରମୁଖ

ଦୁନିଆର ସବୁ ଦୁଃଖ ଯେମିତି ଜମାଟ ବାନ୍ଧିଥିଲେ ତାଙ୍କ ଛାତି ରେ ।
କାନ୍ଦି ପାରୁ ନଥିଲେ ।ଯେମିତି ଲୁହ। ସବୁ ପଥର ହେଇ ସାରିଥିଲା ।
ତାଙ୍କ ମୁହଁ କୁ ଅନେଇବାକୁ ସାହସ ବି କୁଲଉ ନଥିଲା ଆମର ।

କଥା ହଉ ହଉ
ମୃତ୍ୟୁ ପରେ ହେଉଥିବା ଦଶ ଏଗାର ଓ ବାରପତ୍ର ନାଁ ରେ ଦିଆ ଯାଉଥିବା ଖାଇବା ପିଇବା ନୂଆ ଲୁଗା ବଣ୍ଟା ବନ୍ଦ ହେବା ଉଚିତ୍ ବୋଲି ଆମେ କଥା ହଉ ଥିଲା ବେଳେ ସେ ବି କୋହ ଭରା କଣ୍ଠ ରେ ଆମକୁ ଚାହିଁଲେ ଆଉ ଆମ ବିଚାର କୁ ସମ୍ମତି ବି ଜଣେଇଲେ।


ଆମେ ସେଇ ଦିନ ଶପଥ ନେଲୁ ଜେ ଆମ ଭିତରୁ କିଏ ବି କାହା ମୃତ୍ୟୁ ଭୋଜି ରେ ଯୋଗ ଦେଇ ଖାଇବେ ନାହିଁ
ଓ ଏଥିଲାଗି ଏକ ସଚେତନତା ଆରମ୍ୱ କରିବୁ ।

ସତରେ କେତେ ଅଦ୍ଭୁତ ଓ ଅଶୋଭନୀୟ ଏ ପ୍ରଥା ।
ଜଣକ ଘରୁ ରୋଜଗାରିଆ ବାପ କି ଯୁଅନ ପୁଅ ଟା ମରିଯିବ । ତାଙ୍କ ଘରେ ଚୁଲି ଜଳିବାକୁ ଚାଉଳ କି ଦିଆସିଲି ଥିବ କି ନଥିବ କିଏ ପଚରିବେନି । ସଜ ବୟସ ରେ ବିଧବା ହେଉ ଯାଉଥିବା ଯୁବତୀ ଝିଅ ଟି କେମିତି ଆଗକୁ ବଞ୍ଚିବ ସେ କଥା କେହି ଭାବିବେନି । ଘର ର ବାପ ଛେଉଣ୍ଡ ହେଇ ଯାଉଥିବା ପିଲା ମାନେ କେମିତି ପାଠ ପଢ଼ିବେ ଆଉ ତାଙ୍କ ପେଟ ରେ ଦି ଓଳି କେମିତି ଭାତ ମୁଠେ ଦିଆଯିବ ସେ କଥା କାହାରି ହେଜ ନଥିବ ।ଯୁବତୀ ଭଉଣି ଅବା ଝିଅ ଟା କେମିତି ହାତ କୁ ଦି ହାତ ହେବ ସେ କଥା କେହି ଚିନ୍ତା କରିବେନି ।
କିନ୍ତୁ ଚିଠା କରାଯିବ ।ଜେଇ ଖଣ୍ଡ ଦଶ ତୁଠ କୁ ଶାଢ଼ୀ ଦିଆଯିବ। ଏଗାର ରେ କେତେ ଲୋକ ଙ୍କୁ କେମିତି ପୁରୀ ତରକାରୀ ମିଠା ଖିରି ପରସାଯିବ ଆଉ ବାର ପତ୍ର ରେ କେତେ ମାଛ ଦିଆଯିବ ।
ଆମେ ବୋଧେ ଭୁଲି ଯାଉ ଯେ ରସଗୋଲା ରୁ ବୋହି ଆସୁଥିବା ଶିରା ଭିତରେ ଅଭାବ ଅନାଟନ ର ଲୁହ ଥିବା ।ଏହି ସାମାଜିକ ଅପ ପରମ୍ପରା ପାଇଁ ନିଜ ଲୋକ କୁ ହରାଇଥିବା ମଣିଷ ଟି କେତେ ହାତ ଉଧାର କରିଛି କେତେ ଘର ବାରି ବନ୍ଧା ଦେଉଛି । କେତେ ବାର ଦୁଆର ହେଇଛି .ପର ପାଖେ କେତେ ନିଉନ ହେଉଛି । ଥିଲା ବାଲା ବଡ ଲୋକ ଙ୍କ ପାଇଁ ଏହା ହୁଏତ ଏକ ଉତ୍ସବ ହେଇ ପାରେ । କିନ୍ତୁ ଏହି ପ୍ରଥା ଏବେ ଏକ ବାଧ୍ୟକତା ହେଇ ଯାଉଛି । ଏହି ଭୋଜି ନ ଦେଲେ ଗାଁ ରୁ ଟାହି ଟାପରା ଏପରିକି ତିରସ୍କାର ସହିବାକୁ ପଡୁଛି ।

ବନ୍ଦ ହେବା ଦରକାର ମୃତ୍ୟୁ ଭୋଜି ।। ଏବେ ଏହା ଏକ ବ୍ୟାଧି ଭଳି ଗ୍ରାସ କରିବାକୁ ବସିଲାଣି । କିଏ କିଏ ବି ରୋଗ ବାଧିକି ପଡ଼ିଲେ ଏଇ ଅର୍ଥ କୁ ଚିକିତ୍ସା ରେ ଖର୍ଚ୍ଚ ନ କରି ତାକୁ ଶୁଦ୍ଧି କ୍ରିୟା ପାଇଁ ସାଇତି ରଖୂ ଥିବାର କରୁଣ କାହାଣୀ ର ଅଭାବ ସମାଜ ରେ ନାହିଁ ।

କୋଉ ଆଇନ କାନୁନ ଏହାକୁ ବନ୍ଦ କରି ପାରିବନି । ଏଥିଲାଗି ସଚେତନତା ଦରକାର । ଆଦୂର୍ ଅତୀତ ରେ କରୋନ ସଂକ୍ରମଣ କାଳରେ ଅନ୍ତେଷ୍ଟି ରେ ଭୋଜୀ ଭାତ ବନ୍ଦ ହୋଇଥିଲା । ସେତେବେଳେ କଣ ଶୁଦ୍ଧି କ୍ରିୟା ହେଉ ନଥିଲା । ଏଥି ଲାଗି ଆତ୍ମ ସମୀକ୍ଷା ଆବଶ୍ୟକ । ପରଲୋକ ଗତ ଆତ୍ମା ଙ୍କ ଶାନ୍ତି ପାଇଁ ଯେଉଁ ମାନ ଙ୍କ ପାଖ ରେ ସମ୍ବଳ ଅଛି ସେମାନେ ଜଗତ ମଙ୍ଗଳ ପାଇଁ କିଛି କାର୍ଯ୍ୟ କରିବା ସହ ବୃକ୍ଷ ରୋପଣ ରକ୍ତ ଦାନ ଗୋ ଆଶ୍ରମ ରେ ଖାଦ୍ୟ ବିତରଣ ଅସହାୟ ଙ୍କୁ ଅନ୍ନ , ବସ୍ତ୍ର ଦାନ କରିବା କଣ ଏକ ବିକଳ୍ପ ହୋଇ ପାରନ୍ତାନି

Leave A Reply

Your email address will not be published.