{"remix_data":[],"remix_entry_point":"challenges","source_tags":[],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false} ବିଶେଷ ଖବର By voiceofcommons Last updated Jul 25, 2025 14 0 ଝଲକ ରେ ଖବରତାରିଖ:୨୫/୦୭/୨୫, ଶୁକ୍ରବାର -ଭୁବନେଶ୍ୱର:୪୯୮୨ କୋଟିର ୨୩ ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରୀ, ଖୋର୍ଦ୍ଧାରେ ହେବ ଡ୍ରୋନ୍ କାରାଖାନା,୧୨ ହଜାର ଲୋକଙ୍କୁ ମିଳିବ ରୋଜଗାର। -ଆସନ୍ତା ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ, ଆଜିଠୁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ। ପ୍ରକାଶ ପାଇଲା ସ୍ପେଶାଲ OJEE 2025ର ଫଳାଫଳ, ସରକାରୀ ୱେବସାଇଟ୍ – ojee.nic.in ରେ ଏହାର ରେଜଲ୍ଟ ଉପଲବ୍ଧ । -କଲେଜରେ ପଶିବନି ନିଶା ଦ୍ରବ୍ୟ: ନିଶାମୁକ୍ତ କ୍ୟାମ୍ପସ ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ। -ରାଜ୍ୟରେ ଜାରି ଲଘୁଚାପ ଜନିତ ବର୍ଷା; ୩୦ଟି ବ୍ଲକରେ ୫୦ ମିଲିମିଟର ଅଧିକ ବର୍ଷା ରେକର୍ଡ। -କଟକ: ଲାଞ୍ଚ ନେଇ ଗିରଫ ହୋଇଥିବା ଆଇଏଏସ୍ ଧୀମାନ ଚକମାଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ। -ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବଳଙ୍ଗା ପୀଡିତା । ବୟାନ ରେକର୍ଡ ପାଇଁ ଦିଲ୍ଲୀ ଗଲା କ୍ରାଇମବ୍ରାଞ୍ଚ୍ । ଛଅ ଦିନ ପରେ ବି ପୁଲିସ ହାତ ଖାଲି । ସେପଟେ ବାଲେଶ୍ୱର ଛାତ୍ରୀ ମାମଲାରେ କ୍ରାଇମବ୍ରାଞ୍ଚର ଖୋଳତାଡ ଜାରି । -କେନ୍ଦ୍ରାପଡ଼ା:ଅଗଷ୍ଟ ୧ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଆରଡ଼ି:ଶ୍ରାବଣ ୩ୟ ସୋମବାର,ଆଖଣ୍ଡଳମଣି ପୀଠରେ କଡାକଡି ହେବ ସୁରକ୍ଷା। -ଏସଆଇ ନିଯୁକ୍ତି: ବୟସସୀମା ତିନି ବର୍ଷ କୋହଳ କଲେ ରାଜ୍ୟ ସରକାର। -ଗିରଫ ହେଲେ BMC ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ଭୁବନେଶ୍ୱରରେ ରହିଛି ବହୁ ମୂଲ୍ୟବାନ ପ୍ଲଟ ମାଲକାନଗିରି:୨୮ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡ ଉପରେ ଥିଲା ୩୩ ଲକ୍ଷ ଟଙ୍କାର ପୁରସ୍କାର ରାଶି। -ଇଡି ପଞ୍ଝାରେ ଅନିଲ ଅମ୍ବାନୀ, ଶିଳ୍ପପତି ଅନିଲ ଅମ୍ବାନୀଙ୍କ ୫୦ ଠିକଣାରେ ଇଡି ଚଢାଉ, ୩୦୦୦ କୋଟି ୟେସ୍ ବ୍ୟାଙ୍କ ଋଣ ଠକେଇ ମାମଲାରେ କାର୍ଯ୍ୟାନୁଷ୍ଠାନ। -ଇସ୍ରୋ ଓ ନାସାର ମିଳିତ ପୃଥିବୀ ଅଭିଯାନ,୩୦ରେ ଉତକ୍ଷେପଣ ହେବ ‘ନିସାର’ ଉପଗ୍ରହ। -ଭାରତ-ବ୍ରିଟେନ ମୁକ୍ତ ବାଣିଜ୍ୟ ଚୁକ୍ତି:୯୯% ଭାରତୀୟ ଉତ୍ପାଦ ଶୁଳ୍କ ମୁକ୍ତ। -ସୀମା ବିବାଦକୁ ନେଇ ଥାଇଲାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ଯୁଦ୍ଧ ଆରମ୍ଭ, କାମ୍ବୋଡିଆର ସାମରିକ ଘାଟି ଉପରେ ଏଫ-୧୬ ଯୁଦ୍ଧ ବିମାନ ଜରିଆରେ ବୋମା ବର୍ଷଣ କଲା ଥାଇଲାଣ୍ଡ 0 14 Share