ଏକିକୃତ ଉଚ୍ଚତର ଶିକ୍ଷା ଆୟୋଗ ପାଇଁ ଚାଲିଛି ପ୍ରସ୍ତୁତି

ଗୋଟିଏ ଛତା ତଳେ ଏକାଠି ହେବେ ଉଚ୍ଚ ଶିକ୍ଷା କୁ ନିୟନ୍ତ୍ରଣ କରୁଥିବା ସରକାରୀ ପରିଷଦ ଓ ଆୟୋଗ

ୟୁ ଜି ସି (ବିଶ୍ଵ ବିଦ୍ୟାଳୟ ଅନୁଦାନ ଆୟୋଗ) /ଏ ଆଇ ସି ଟି ଇ (ସର୍ବ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ )
/ଏନ ସି ଟି ଇ (ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ )କୁ ମିଶାଇ ଏକିକୃତ୍ ଉଚ୍ଚତର ଶିକ୍ଷା ଆୟୋଗ (ୟୁ ନି ଫା ଏ ଦ ହା ଉ ର ଏଡୁକେଶନ କମିଶନ )ଗଠନ କରିବାକୁ ଏବେ ବିଲ ପ୍ରସ୍ତୁତ କରିବା ଆରମ୍ଭ ହୋଇଛି ।

ନୂତନ ଶିକ୍ଷାନୀତି ରେ ଦେଶ ର ଶିକ୍ଷା କୁ ଅତିଚଳନ ପାଇଁ ଆସୁଛି ସଂସ୍କାର


ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ଉଚ୍ଚତର ଶିକ୍ଷାର ନିୟନ୍ତ୍ରଣ ପରିଚାଳନା ଓ ଶିକ୍ଷାଦାନ ରେ ଉଚ୍ଚ ମାନ ବଜାଇ ରଖିବା ପାଇଁ ଏହି ବିଲ୍ ପ୍ରସ୍ତୁତ କରୁଛି ବୋଲି ଲୋକସଭା କୁ ଜଣାଇ ଦିଆଯାଉଛି ।

କେନ୍ଦ୍ର ଉଚ୍ଚ ଶିକ୍ଷା ରାଷ୍ଟ୍ର ମନ୍ତ୍ରା ସୁକାନ୍ତ ମଜୁମ୍ଦାର ଲୋକ ସଭା ରେ ଶିକ୍ଷା ସମ୍ବନ୍ଧୀୟ ଏକ ପ୍ରଶ୍ନ ର ଉତ୍ତର ରେ ଏହା ପ୍ରକାଶ କରିଛନ୍ତି ।ତେବେ ନୂତନ ଶିକ୍ଷାନୀତି ୨୦୨୦ ରେ ଶିକ୍ଷା ଉପରେ ନିୟନ୍ତ୍ରଣ ଶିକ୍ଷା ଅନୁଷ୍ଠାନ ଗୁଡ଼ିକୁ ସ୍ଵୀକୃତି ଅର୍ଥ ପ୍ରଦାନ ଶିକ୍ଷାଦାନ କ୍ଷେତ୍ର ରେ ନିର ବି ଛିନ୍ନ ଭାବେ ଉଚ୍ଚ ମାନ ବଯାଇ ରଖିବା ପାଇଁ ଏକ ଏକକ ନିୟନ୍ତ୍ରଣକାରି ସଂସ୍ଥା କରାଯିବା ପାଇଁ ଗୁରୁତ୍ବ ଦିଆଯାଇ ଥିଲା ବେଳେ ତାହାକୁ ରୂପାୟନ କରିବାକୁ ଏପରି ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି କୁହାଯାଉଛି ।

Leave A Reply

Your email address will not be published.