
ଭ୍ରଷ୍ଟାଚାରି ବାବୁ ମାନଙ୍କୁ ବହିଷ୍କାର ନିର୍ଦ୍ଦେଶ
ଦୁର୍ନୀତି ବିରୁଧ୍ୟ ରେ ଦୃଷ୍ଟାନ୍ତ ମୂଳକ କାଜ୍ୟନୁଷ୍ଠାନ ନେଇ ଭ୍ରଷ୍ଟ ସରକାରୀ ବାବୁ ମାନଙ୍କୁ ଏବେ ବହିଷ୍କାର ର ଋତୁ ଆରମ୍ଭ ହୋଇଛି । ଜଣେ ଡାକ୍ତର ଓ ଆଉ ଜଣେ ଯୋଗାଣ ବିଭାଗ ନିରୀକ୍ଷକ ଙ୍କୁ ଚାକିରୀ ରୁ ବହିଷ୍କାର କରାଯାଉଥିଲା ବେଳେ ଆଗକୁ ଏ ତାଲିକା ଆହୁରି ଅନେକ ନାଁ ଯୋଡି ହେବାର ପ୍ରକ୍ରିୟା ଆରମ୍ଭ ହୋଇ ସରକାରୀ ପ୍ରତିଶ୍ରୁତି ଦେଇ ଥିବା ଶୁନ୍ୟ ସମ୍ବେଦନଶୀଳତା କୁ ପ୍ରମାଣ କରିଛନ୍ତି ।
ଭଏସ ଅଫ କମନ୍ସ ନିଉଜ୍ ୨୩/୦୭
ଅନୁଗୁଳ ଜିଲ୍ଲା ର କଣିହା ବ୍ଲକରେ ଯୋଗାଣ ବିଭାଗ ରେ ନିରୀକ୍ଷକ ଭାବେ କାର୍ଯ୍ୟରତ ଥିବାବେଳେ ବବିଲତା ବେହେରା ଲାଞ୍ଚ ଗ୍ରହଣ କରିଥିବା ଅଭିଯୋଗ କରାଯାଉଥିଲା । ତେବେ ଅନୁଗୋଳ ଜିଲ୍ଲା ଭିଜିଲାନ୍ସ ପକ୍ଷରୁ ତାଙ୍କ ବିରୁଦ୍ଧରେ କେଶ୍ ମଧ୍ୟ ରୁଜୁ ହୋଇଥିଲା।
ଅନୁଗୁଳ ଦୁର୍ନୀତି ନିବାରଣ ବିଭାଗ ର ସ୍ଵତନ୍ତ୍ର ନ୍ୟୟଧିସ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ବିଧାନ କରି ଥିଲା ବେଳେ
ଭ୍ରଷ୍ଟାଚାର ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ରେ ବିଶ୍ୱାସ ରଖୁଥିବା ମୁଖ୍ୟମନ୍ତ୍ରୀ ବବିତା ବେହେରାଙ୍କୁ ତୁରନ୍ତ ଚାକିରୀରୁ ବହିଷ୍କାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଗୋଟିଏ ଦିନରେ ମୁଖ୍ୟମନ୍ତ୍ରୀ ଦୁଇ ଦୁଇ ଜଣ ଦୁର୍ନୀତି ଖୋର୍ ସରକାରୀ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି। ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ମେଡିକାଲ ଅଫିସର ଡାକ୍ତର କରୁଣାକର ରାଉତଙ୍କୁ ମଧ୍ୟ ବହିଷ୍କାର କରାଯାଇଅଛି ।