ଦଗ୍ଧ ଗୋଲାପ

କି ତଦନ୍ତ କି ବ୍ୟବସ୍ଥା
ଜଳିଗଳା ନିରୀହ ଗୋଲାପ,,,
ଏବେ ଖାଲି ହୁରି ହାଟ ହୁଏ
ପାପ ଠାରୁ ବଳିଗଲା ପାପ,,
ନେତା ଆଉ ବାବୁ ଯାକ ସବୁ
ମିଳି ମିଶି ନେବ ଅଭିଶାପ,,

ନ୍ୟାୟ ସିଏ ପାଇଲାନି ବୋଲି
,,ଦୁନିଆ ର ଯେତେ ନିଆଁ ସବୁ ଦେଲା ନିଜ ପରେ ଢ଼ାଳି ,,,
କେହି ତାକୁ ଶୁଣିଲେନି ଟିକେ
କେତେ ସିଏ ହେଲା ନିଉଛାଳି,,,

ଶାସକ ଠୁଁ ବିରୋଧୀ ପର୍ଯ୍ୟନ୍ତ
କାହାର ବି ଭାଙ୍ଗିଲାଣି ନିଦ,
,ଏବେ ଖାଲି ଚାରିଆଡ଼େ ଶୁଭେ,
କୁମ୍ବିର ଙ୍କ ବୁକୁ ଫଟା କାନ୍ଦ,

ଆମେ ସବୁ ମାମୁଲି ମଣିଷ
ନାହିଁ ଆମ ମହତ୍ ର ମୂଲ,,
ଅଙ୍ଗାଇ ହୋଇଗଲା ତେଣୁ
ଏଠି ଆମ ବଗିଚାର ଫୁଲ,,

ଅଭିଯୁକ୍ତ ବନ୍ଧା ହୁଏ ଆଜି
ଏବେ ଖାକି ନିଦ ରୁ ଉଠିଛି,
ନାଲି ଫିତା ଅନ୍ଧ ଆଖିରୁ
ଏବେ ବୋଧେ ଅଳସ ତୁଟିଛି

ହେଇ ଥାନ୍ତା ଯଦି ସିଏ
ମନ୍ତ୍ରୀ ଅବା ମଣିମା ଙ୍କ ଝିଅ,,,
ବୁଲି ବୁଲି ମାଗି ଥାନ୍ତା କିବା
ନ୍ୟାୟ ଦିଅ ମତେ ନ୍ୟାୟ ଦିଅ,,,

ସତ୍ୟନାରାୟନ ଦାସ

humanright.satya@gmail.com

Leave A Reply

Your email address will not be published.