ବାଙ୍କୀ ରେ ଆୟୋଜିତ ହେଲେ ଶ୍ରୀ ଭାଗବତ ଅଭିଯାନ । ସାମୁହିକ ଭାଗବତ ପଠନ ରେ ଭାଗ ନେବା ପାଇଁ ଏକାଠି ହେଲେ ଶତାଧିକ ଶ୍ରଦ୍ଧାଳୁ

ତାଡିସରୁ ମିଶନ ର ପ୍ରୟାସ ରେ ବିଶିଷ୍ଟ ଆଧ୍ୟାତ୍ମିକ ସାଧିକା ଓ ସାମାଜିକକର୍ମୀ ପଦ୍ମଶ୍ରୀ ପୂର୍ଣ୍ଣମାସି ଜାନି ଙ୍କ ନିର୍ଦ୍ଦେଶ ରେ ସାରା ରାଜ୍ୟ ରେ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ ।

୨୪/୦୬/୨୦୨୫

ଆଜି ପନ୍ଦର ତମ ଶ୍ରୀଭାଗବତ ଅଭିଯାନ କାର୍ଯ୍ୟକର୍ମ ସୁବୁଦ୍ଧେସ୍ଵର ମନ୍ଦିର,ବାଆଁରା, ବାଙ୍କୀ, କଟକ ଠାରେ ଟାଡିସରୁ ମିଶନ ତରଫରୁ ଅନୁଷ୍ଠିତ ହୋଇ ଯାଇଛି ।

ଶ୍ରୀଭାଗବତ ବଣ୍ଟନ ପଠନ ଓ ଶ୍ରୀଚିଟାଉ ଲିଖନ ପାଇଁ ଅନୁଷ୍ଠିତ ଏହି ଅଭିଯାନ ରେ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇ ଥିଲେ ।ଏହି କାର୍ଯ୍ୟକ୍ରମ ରେ ମନୋଜ ମଞ୍ଜରୀ ଦେଓ ସଭାପତିତ୍ବ କରିଥିଲେ । ମିଶନ ର ଉପଦେଷ୍ଟା ତଥା ଶ୍ରୀ ଜଗନ୍ନାଥ ସଂସ୍କୃତି ର ବିଶିଷ୍ଟ ଗବେଷକ ଶିଶୁ ଭବନ ର ସହକାରୀ ପ୍ରଫେସର ଡା ବନୋଜ କୁମାର ରାୟ, ମନୋଜ କୁମାର ମହାପାତ୍ର, ଗୌରାଙ୍ଗ ଚରଣଙ୍କ ନେତୃତ୍ଵରେ ଶତାଧିକ ଭାଗବତ ପ୍ରେମୀ ଭାଗ ନେଇଥିଲେ ଓ ଭାଗବତ ପାଠ କରିବା ସହ ଶ୍ରୀ ଚିଟାଉ ଲେଖିଥିଲେ । ଓଡ଼ିଆ ଭାଷା ସଂସ୍କୃତି ସୁରକ୍ଷା ପାଇଁ ମଧ୍ୟ ସମସ୍ତେ ପ୍ରତିଜ୍ଞା କରିଥିଲେ।

ଓଡ଼ିଆ ର ପ୍ରାଣ ସ୍ପନ୍ଦନ ଭାଗବତ ପଠନ ପ୍ରଚାର ସହ

” ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ସପ୍ତାହକୁ ପନ୍ଦର ମିନିଟ୍ ର ଅଭିଯାନ ଶ୍ରୀ ଭାଗବତ

            ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ( ଟାଡିସରୁ ବାଇ) ଙ୍କ  ଆଶୀର୍ବାଦ ପ୍ରାପ୍ତ "ଟାଡିସରୁ ମିଶନ" ତରଫରୁ ଏହି  ଶ୍ରୀଭାଗବତ ଅଭିଯାନ ଆରମ୍ଭ ହୋଇଛି। 

●ଏଥିରେ ଜଣେ ଓଡ଼ିଆ ( ଦଶ ବର୍ଷରୁ ଉର୍ଦ୍ଧ) ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ସପ୍ତାହକୁ ପନ୍ଦର ମିନିଟ୍ ସମୟ ଦେବେ।
●ଶ୍ରୀଭାଗବତର ଏକ ଅଧ୍ୟାୟ ପଢିବା ପାଇଁ ଦଶ ମିନିଟ୍ ଏବଂ ପାଞ୍ଚ ଧାଡ଼ି ( ଅତି କମରେ) ସମ୍ପୂର୍ଣ୍ଣ ଓଡ଼ିଆରେ ଏକ କାଗଜରେ ଲେଖିବା ପାଇଁ ପାଞ୍ଚ ମିନିଟ ( ଶ୍ରୀଚିଟାଉ ) ସପ୍ତାହକୁ ଦେବେ।
● ସପ୍ତାହର ଏକ ପବିତ୍ର ବାର ସୋମବାର ଦିନ ନିଜ ପରିବାର ସହ ନିକଟସ୍ଥ ଜଗନ୍ନାଥ ମନ୍ଦିର ଯାଇ ଶ୍ରୀଭାଗବତର ଏକ ଅଧ୍ୟାୟ ପଢିବା ସହ ଶ୍ରୀଚିଟାଉ ଲେଖି ଜଗନ୍ନାଥଙ୍କୁ ଅର୍ପଣ କରିବ।
● ନିକଟରେ ଜଗନ୍ନାଥ ମନ୍ଦିର ନଥିଲେ ଯେକୌଣସି ମନ୍ଦିର ବା ଭାଗବତ ଟୁଙ୍ଗୀ, ଗାଦୀ , ଗ୍ରାମ ଦେବତୀ ନହେଲେ ପୂଜା ଘରେ କରିବା ପାଇଁ ଅନୁରୋଧ।
● ଶ୍ରୀଚିଟାଉରେ ନିଜର ନାମ , ଠିକଣା ଲେଖିବା ଦରକାର ନାହିଁ।
ଏହା ଭକ୍ତର ଭଗବାନଙ୍କୁ ଚିଠି ସଦୃଶ୍ୟ। ନିଜର ପରିବାର ବା ସମାଜର ମଙ୍ଗଳ ପାଇଁ ମାଗୁଣି ଲେଖିବେ ସମ୍ପୂର୍ଣ୍ଣ ଓଡ଼ିଆରେ।
● ଟାଡିସରୁ ମିଶନ ତରଫରୁ ଶ୍ରୀଭାଗବତ ପ୍ରକାଶ ପାଇଛି ଯାହା ଶ୍ରଦ୍ଧାଞ୍ଜଳୀ ମୂଲ୍ୟରେ ମିଳିପାରୁଛି। ଏହି ବହିରେ ଶ୍ରୀଚିଟାଉ ଲେଖିବା ପାଇଁj ସାଧା କାଗଜ ଉପଲବ୍ଧ।
● ମିଶନ ପ୍ରକାଶିତ ପୁସ୍ତକ “ଶ୍ରୀ ” ରେ ସମ୍ପୂର୍ଣ୍ଣ ବିବରଣୀ ( ଲେଖକ – ଡଃ ବନୋଜ କୁମାର ରାୟ) ବର୍ଣିତ, ଯାହା ମିଶନ କାର୍ଯ୍ୟାଳୟରେ ଉପଲବ୍ଧ l

Leave A Reply

Your email address will not be published.