ମର୍ଦ୍ଦଳ ବାଦନରେ ଜାତୀୟ ବୃତ୍ତି ପାଇଲେ ସାଲେପୁର ର ଶ୍ରଦ୍ଧାଂଶୁ
ସାଲେପୁରର କରମୁଆଁ ଗ୍ରାମର ଛାତ୍ର ଶ୍ରଦ୍ଧାଂଶୁ ରାଉତ ଭାରତ ସରକାରଙ୍କ କେନ୍ଦ୍ରୀୟ ସାଂସ୍କୃତିକ ଗବେଷଣା ଓ ପ୍ରଶିକ୍ଷଣ ଅନୁଷ୍ଠାନ ପକ୍ଷରୁ ୨୦୨୪-୨୫ ବର୍ଷ ପାଇଁ ବୃତ୍ତି ପାଇବାକୁ ମନୋନୀତ ହୋଇଛନ୍ତି।
ମର୍ଦଳ ବାଦନରେ ଓଡିଶାରୁ ଏକମାତ୍ର କଳାକାର ଭାବେ ସେ ମନୋନୀତ ହୋଇଛନ୍ତି। ସେ ରାଜ୍ୟ ର ସ୍ୱନାମ ଧନ୍ୟ ମର୍ଦ୍ଦଳ ବାଦକ ଗୁରୁ ଡକ୍ଟର ଗୌରାଙ୍ଗ ଚରଣ ମହଲାଙ୍କ ଠାରୁ ମର୍ଦଳ ଶିକ୍ଷା ନେଉଥିଲେ। ତାଙ୍କ ପିତା ଆଇ ଡି ବି ଆଇ ବ୍ୟାଙ୍କ୍ ରେ ପରିଚାଳକ ସୁଧାଂଶୁ ମୋହନ ରାଉତ ରାଜ୍ୟ ର ଜଣେ ଜଣାଶୁଣା ପରିବେଶବିତ୍ ହୋଇଥିଲା ବେଳେ ମାତା ଚିନ୍ମୟୀ ମହାନ୍ତି ଏକ ସରକାରୀ ବ୍ୟାଙ୍କ୍ ରେ କାର୍ଯ୍ୟ କରନ୍ତି । ଶ୍ରଦ୍ଧାଂଶୁ, ବିଡାନାସୀ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତୁଳସୀପୁର ର ଅଷ୍ଟମ ଶ୍ରେଣୀର ଜଣେ ମେଧାବୀ ଛାତ୍ର ଅଟନ୍ତି
ତାଙ୍କର ଏହି ସଫଳତା ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ସାଲେପୁର ଅନୁଷ୍ଠାନ ଅଭିନନ୍ଦନ ଜଣାଇଛନ୍ତି ।