ମାଣିକେଶ୍ଵର ମା ଭଗବତୀ ପୀଠ ରେ ଶ୍ରୀ ଭାଗବତ କାର୍ଯ୍ୟକ୍ରମ
ମହଅଙ୍ଗ ୧୬/୦୬
ଆଜି ଓଡ଼ିଶାର ଅଷ୍ଟମ ଶତାବ୍ଦୀର ପ୍ରାଚୀନ ଶୈବ ଓ ଶକ୍ତି ପୀଠ ମାହାଙ୍ଗା ର ମାଣିକେଶ୍ୱର୍ ଠାରେ ୧୪ ତମ୍ ଶ୍ରୀ ଭାଗବତ କାର୍ଯ୍ୟକ୍ରମ
ମାଆ ଭଗବତୀ ମନ୍ଦିର , ଶୁକ୍ଳେଶ୍ୱର ପରିସର ରେ ଟାଡିସରୁ ମିଶନ ତରଫରୁ ଅନୁଷ୍ଠିତ ହୋଇ ଯାଇଛି ।
ଶ୍ରୀଭାଗବତ ବଣ୍ଟନ, ପଠନ ଓ ଶ୍ରୀଚିଟାଉ ଲିଖନ ର ଏହି କାର୍ଯ୍ୟକ୍ରମ ରେ ।ସଭାପତି ମନୋଜ ମଞ୍ଜରୀ ଦେଓ ଓ ଉପଦେଷ୍ଟା ତଥା ବିଶିଷ୍ଟ ଶିଶୁଶଲ୍ୟ ସହକାରୀ ପ୍ରଫେସର ଡକ୍ଟର ବନୋଜ କୁମାର ରାୟ, ମାନବାଧିକାର କର୍ମୀ ଆଇନଜୀବୀ ସତ୍ୟ ନାରାୟଣ ଦାସ, ବୈଜ୍ଞାନିକ ପ୍ରଫେସର ଡକ୍ଟର ମହେନ୍ଦ୍ର ମହାନ୍ତି ଙ୍କ ନେତୃତ୍ଵରେ ଶତାଧିକ ନରନାରୀ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ । ଭାରତ ଭୂଷଣ ପଟ୍ଟନାୟକ ବଟକୃଷ୍ଣ ରାଉତ ଅଜୟ ପଣ୍ଡା ଆଇନଜୀବୀ ମନୋଜ ମହାନ୍ତି ପିତାମ୍ବର ପଣ୍ଡା ସାମ୍ୱାଦିକ ଡଧନେଶ୍ଵର ସେଠୀ କୈଳାସ ସ୍ୱାଇଁ ପ୍ରତାପ ରାଉତ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ସମବେତ ବହୁ ବ୍ୟକ୍ତି ଯୁବତୀ ଓ ମା ମାନେ ନିୟମିତ ଭାବେ ଭାଗବତ ପଢ଼ିବା ସହ ଓଡ଼ିଆ ଭାଷା ସଂସ୍କୃତି ସୁରକ୍ଷା ପାଇଁ ପ୍ରତିଜ୍ଞା କରିଥିଲେ।