ନ୍ୟାୟପାଳିକା ରେ ଦୁର୍ନୀତି

ମାନ୍ୟବର ମୁଖ୍ୟ ବିଚାରପତି ଙ୍କ ମନ୍ତବ୍ୟ କୁ ନେଇ ଦେଶ ବ୍ୟାପି ଚର୍ଚ୍ଚା

ବିଗତ କିଛି ବର୍ଷ ଧରି ନ୍ୟାୟପାଳିକା ରେ ବ୍ୟାପୁଥିବା ଦୁର୍ନୀତି କୁ ସାଧାରଣ ଜନତା ଅନୁଭବ କରୁଥିଲେ ବି ମୁହଁ ଖୋଲି କହିବାକୁ ସଙ୍କୋଚ ଅନୁଭବ କରୁଥିଲା ବେଳେ ଏବେ ଦେଶ ର ମାନ୍ୟବର ମୁଖ୍ୟ ବିଚାରପତି ଙ୍କ ମନ୍ତବ୍ୟ ଏହି ଭାବନା କୁ ପ୍ରତିଫଳିତ କରୁଛି ବୋଲି ସାଧାରଣ ରେ ଆଲୋଚନା ହେଉଛି ।


କୁହାଯାଏ ବିଳମ୍ବିତ ନ୍ୟାୟ ନ୍ୟାୟ ନୁହେଁ ,,କିନ୍ତୁ ବର୍ଷ ବର୍ଷ ଧରି ନ୍ୟାୟ ପ୍ରଦାନ ବିଳମ୍ବିତ ହୁଏ । କୋର୍ଟ କୁ ଗଲେ ଅନେକ କ୍ଷେତ୍ର ନ୍ୟାୟ ନୁହେଁ ବରଂ ମିଳେ ତାରିଖ ।ଅନେକ କ୍ଷେତ୍ର ରେ ପ୍ରଭାବଶାଳୀ ପକ୍ଷ ଙ୍କ ପାଖରେ ପ୍ରତିପକ୍ଷ ନ୍ୟାୟିକ ଲଢେଇ ହାରିଗଲା ବେଳେ ସେଠାରେ ଦୁର୍ନୀତି ର ବାସ୍ନା ଆସେ ବୋଲି ଅଭିଯୋଗ ମିଳେ ।ସ୍ଵାଧୀନତା ସାତ ଦଶକ ପରେ ଆଜି ବି ଗରିବ ଲୋକ ତୋ ପାଖରେ ନ୍ୟାୟ ବେସ୍ ନିଲମ୍ୱିତ ଆଉ ସୁଲଭ ନୁହେଁ ବରଂ ବେଳେ ବେଳେ ଅପହଞ୍ଚ ,,

ତେବେ ଦୁର୍ନୀତି ଓ ଭ୍ରଷ୍ଟାଚାର ପାଇଁ
ନ୍ୟାୟ ପାଳିକା ଉପରୁ ଜନସାଧାରଣ ଙ୍କ ଭରସା ଧୀରେ ଧୀରେ ଭାଙ୍ଗି ଯାଉଛି ବୋଲି ମାନ୍ୟବର ସି ଯେ ଆଇ ମତ ପ୍ରକାଶ କରିଛନ୍ତି ।

ଏଇମିତି ଦୁର୍ନୀତି ପାଇଁ ଦେଶ ର ନ୍ୟାୟ ବ୍ୟବସ୍ଥା ଲୋକ ଙ୍କ ଆସ୍ଥା ହରେଇବ ବୋଲି ଦେଶ ର ମୁଖ୍ୟ ନ୍ୟାୟଧିସ ଭୂଷଣ ରାମକୃଷ୍ଣ ଗବଇ ଉଦବେଗ ପ୍ରକାଶ କରିଛନ୍ତି ।
ବ୍ରିଟେନ ସୁପ୍ରିମ କୋର୍ଟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ଉଦ୍ବୋଧନ ଦେଇ ନ୍ୟାୟପାଳିକା ରେ ଭ୍ରଷ୍ଟାଚାର ପାଇଁ ଦୁଃଖ ପ୍ରକାଶ କରିଛନ୍ତି ସେ ।ସୂଚନାଯୋଗ୍ୟ ଯେ ଜଣେ ବିଚାରପତି ଙ୍କ ଘରୁ ବିପୁଳ ପରିମାଣ ରେ ପାଞ୍ଚ ଶହ ଟଙ୍କିଆ ନୋଟ୍ ଜବତ ହେଲା ପରେ ଏବେ ସାରା ଦେଶ ରେ ଏହି ଘଟଣା କୁ ନେଇ ଚର୍ଚ୍ଚା ଥମି ନ ଥିଲା ବେଳେ ପ୍ରଧାନ ନ୍ୟାୟାଧିସ ଙ୍କ ଏହ ବକ୍ତବ୍ୟ ବେସ୍ ଗୁରୁତ୍ବପୁର୍ଣ ଅଟେ।


ଏକ ଲମ୍ବ ସମୟ ଧରି ଉଚ୍ଚ ଉଛ ତମ ନ୍ୟାୟାଲୟା ରେ ବିଚାରପତି ନିଯୁକ୍ତି ପାଇଁ କାଳଜିୟମ ବ୍ୟବସ୍ଥା କୁ ବିରୋଧ କରାଯାଉଥିଲା ବେଳେ ନ୍ୟାୟିକ ବ୍ୟବସ୍ଥା ରେ ସଂସ୍କାର ର ଆବଶ୍ୟକତା ରହିଛି ବୋଲି ଦେଶ ବ୍ୟାପି ଆଲୋଚନା ଚାଲିଛି ।


ଭାରତୀୟ ନିରପେକ୍ଷ ଓ ସ୍ବାଧିନ ନ୍ୟାୟ ବ୍ୟବସ୍ଥା ଦେଶ ର ଗଣତନ୍ତ୍ରିକ ବ୍ୟବସ୍ଥା ରେ ଅନ୍ୟତମ ଶକ୍ତି କେନ୍ଦ୍ର ବୋଲି କୁହାଯାଉଥିଲା ବେଳେ ନ୍ୟାୟପାଳିକା ରେ ବ୍ୟାପୁଥିବା ଭ୍ରଷ୍ଟାଚାର ଗଣତନ୍ତ୍ର କୁ ଦୁର୍ବଳ କରିବାର ସମ୍ଭାବନା କୁ ଅସ୍ବୀକାର କରାଯାଇ ପାରିବ ନାହିଁ .

ତେବେ ଅବସର ପରେ ବା ଚାକିରୀ
ରୁ ଇସ୍ତଫା ଦେଇ କିଛି ପଦ୍ ପଦବୀ ରେ ନିଯୁକ୍ତ ହେବା ବା ରାଜନୀତି ରେ ଯୋଗ ଦେବା ବିଚାର ବ୍ୟବସ୍ଥା ର ସ୍ବଚ୍ଛତା ଓ ନିରପେକ୍ଷତା ଉପରେ ସନ୍ଦେହ ସୃଷ୍ଟି କରୁଥିଲା ବେଳେ କଳେଜୀଅମ୍ ବ୍ୟବସ୍ଥା କୁ ମାନ୍ୟବର ମୁଖ୍ୟ ବିଚାରପତି ସମର୍ଥନ କରିଛନ୍ତି ।

Leave A Reply

Your email address will not be published.