ବଜେଟ୍‌ ୨୦୨୫-୨୬; ଏକ ଝଲକ
ଆଗାମୀ ଆର୍ଥିକ ବର୍ଷ ପାଇଁ ଦେଶ ର ଅର୍ଥ ମନ୍ତ୍ରୀ
ଆୟ ବ୍ୟୟ ଅଟକଳ ଉପସ୍ଥାପିତ ସାଂସଦ ରେ ଉପସ୍ଥାପିତ କରିଥିଲା ବେଳେ ମଧ୍ୟବିତ୍ତ ମାନଙ୍କ ପାଇଁ ଆୟ କର ରେ ଆଖି ଦୃଶିୟା ରିହାତି ପ୍ରଦାନ କରିଛନ୍ତି ।
୪ ଲକ୍ଷ ଯାଏ ଆୟକର ଛାଡ ହୋଇଥିଲା ବେଳେ ୪ ରୁ ୮ଲକ୍ଷ ପାଈଁ ୫ ପ୍ରତିଶତ
୮ ରୁ ୧୨ ଲକ୍ଷ ପାଇଁ ୧୦ ପ୍ରତିଶତ
୧୨ ରୁ ୧୬ ଲକ୍ଷ ଯାଏ ୧୫ ପ୍ରତିଶତ
୧୬ ରୁ ୨୦ ଲକ୍ଷ ଯାଏ ୨୦ ପ୍ରତିଶତ
୨୦ ରୁ ୨୪ଲକ୍ଷ ଯାଏ ୨୫ ପ୍ରତିଶତ
୨୪ ଲକ୍ଷ ରୁ ଅଧିକ ହେଲେ ୩୦ ପ୍ରତିଶତ ଆୟକର ଦେବାକୁ ପ୍ରସ୍ତାବ ରହିଛି ।

: ସଂସଦରେ ଶନିବାର ଦେଶର ସାଧାରଣ ବଜେଟ୍ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ପାଇଁ ଲୋକସଭାରେ ସାଧାରଣ ବଜେଟ୍ ଉପସ୍ଥାପନ କରିବା ସହ କିଛି ଜିନିଷ କୁ ଶସ୍ତା କରିବା ସାହି କିଛି ଦ୍ରବ୍ୟ କୁ ମହାଙ୍ଗା କରିବାକୁ ପ୍ରସ୍ତାବ ଦେଇଛନ୍ତି ।

Standard deduction କୁ ସରକାର ୫୦୦୦୦ ରୁ ୭୫୦୦୦ କୁ ବଢେଇବା ସହ ଟିକସ ରିହାତି ୬୦୦୦୦ ହଜାର ଦେଇ ମଧ୍ୟବିତ୍ତ ଙ୍କୁ ଟିକସ ରିହାତି ଦେଇ ଆଧିକ କ୍ରୟ ଶକ୍ତି ଦେବାକୁ ପ୍ରଚେଷ୍ଟା କରିଛନ୍ତି

ଏହା ଦ୍ବାରା ବାର ଲକ୍ଷ ଟଙ୍କା ଯାଏ ଆୟ ଟିକସ ମୁକ୍ତ ହୋଇ ପାରିବ ଓଟିକସ ଦାତାଙ୍କୁ ଅଧିକ କ୍ରୟ ଶକ୍ତି ମିଳିବା ସହ ଅର୍ଥନୀତି ଆହୁରି ଗତିଶୀଳ ହେବ ବୋଲି ଅର୍ଥନୀତି ବିଶାରଦ ମାନେ ମତ ପ୍ରକାଶ କରିଛନ୍ତି ।

ଶସ୍ତା ହୋଇଥିବା ଦ୍ରବ୍ୟ
କର୍କଟ ରୋଗ ଔଷଧ
ଅନ୍ୟାନ୍ୟ ଦୂରାରୋଗ୍ୟ ବ୍ୟାଧି ଔଷଧ
୫୬ଟି ଜୀବନରକ୍ଷାକାରୀ ଔଷଧ
ଟିଭି
ବ୍ୟାଟେରୀ କାର୍ (ଇ-କାର୍‌)
ମୋବାଇଲ୍ ଓ ମୋବାଇଲ୍ ଉପକରଣ
ଏଲଇଡି ଓ ଏଲଇଡି ଟିଭି
କପଡା, ଜୋତା, ବେଲ୍ଟ, ପର୍ସ (ବୁଣାକାରଙ୍କ ପ୍ରସ୍ତୁତ କପଡା ବି ଶସ୍ତା ହେବ )
ବୈଦ୍ୟୁତିକ ଉପକରଣ
ମେଡିକାଲ ଉପକରଣ
ଲିଥିୟମ ଆୟନ ବ୍ୟାଟେରୀ
ଚମଡା ଜ୍ୟାକେଟ୍‌
ସାମୁଦ୍ରିକ ଖାଦ୍ୟ

ମହଙ୍ଗା ହୋଇଥିବା ଦ୍ରବ୍ୟ

ଫ୍ଲାଟ ପ୍ୟାନେଲ ଡିସପ୍ଲେ, ପ୍ଲାଷ୍ଟିକ୍ ଜାତ ଉପକରଣ, ନିଟେଡ୍ ଫାବ୍ରିକ୍‌, ପ୍ଲାଟ୍ ସ୍କ୍ରିନ୍ ଟିଭି

ଏ ଥର ବଜେଟ ରେ ୫୦ ୬୫। ୩୪୫ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇ ଥିଲା ବେଳେ ପୁଞ୍ଜି ବାୟ ୧୧ ୨୧୦୯୦ ଲକ୍ଷ କୋଟି ଟଙ୍କା ରଖାଯାଇଛି ।

କୃଷକ ଙ୍କ ପାଇଁ କମ ଉତ୍ପାଦନ ହେଉଥିବା ୧୦୦ ଜିଲ୍ଲା ରେ ଧନ୍ୟ ଧାନ୍ୟ ଯୋଜନା କିଶାନ୍ କ୍ରେଡିଟ କାର୍ଡ ରେ ସୀମା ୫ ଲକ୍ଷ କୁ ବୃଦ୍ଧି

ଡାଲି ଉତ୍ପାଦନ ରେ ଆତ୍ମ ନିର୍ଭରଶୀଳ ହେବା ପାଇଁ ୬ ବର୍ଷୀୟା ମିସନ, ବିହାର ରେ ମଖନା ଚାଷ ପାଇଁ ମଖନା ବୋର୍ଡ ଏମ ଏସ ଏମ ଇ ପାଇଁ କ୍ରେଡିଟ ଗ୍ୟାରେଣ୍ଟି ୫କୋଟି ରୁ ଦସ କୋଟି କୁ ବୃଦ୍ଧି ପଞ୍ଜୀକୃତ କ୍ଷୁଦ୍ର ଉଦ୍ୟୋଗୀ ପାଇଁ ୫ ଲକ୍ଷ ଲିମିଟ ଥିବା ନୂଆ କ୍ରେଡିଟ କାର୍ଡ

ଖେଳନା ନିର୍ମାଣ ପାଇଁ ମେକ୍ ଇନ୍ ଇଣ୍ଡିଆ ରେ ଏକ ନୂଆ ଯୋଜନା

ବୁଲବିକାଲି ଙ୍କ ପାଇଁ ପ୍ରଧାନମନ୍ତ୍ରୀ ସ୍ଵ ନିଧି ଯୋଜନା ୩୦ ୦୦୦ ଟଙ୍କା

ସବୁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବ୍ରଡ ବାଣ୍ଡ୍ ସଂଯୋଗ

୫୦୦ କୋଟି ବ୍ୟୟ ରେ ଏ ଆଇ ସହ ଜଡ଼ିତ ଉତ୍କର୍ଷ କେନ୍ଦ୍ର ସ୍ଥାପନ

ସ୍ବାସ୍ଥ୍ୟ ପାଇଁ ୫ ବର୍ଷ ରେ ୭୫ ୦୦୦ ସିଟ୍ ବଢ଼ାଇବା ଓ ଆଗାମୀ ଆର୍ଥିକ ବର୍ଷ ରେ ଦଶ ହଜାର ସିଟ୍ ବଢ଼ାଇବା ର ପ୍ରସ୍ତାବ,

ପୁରୁଣା ୬ ଟି ଆଇ ଆଇ ଟି ଭିତରୁ ୫ ଟି ଆଇ ଆଇ ଟି ରେ ସିଟ୍ ସଂଖ୍ୟା ୬୫୦୦ କୁ ବଢ଼ାଇବା ରାଜ୍ୟ ସରକାର ଙ୍କ ଭିତ୍ତି ଭୂମି ର ବିକାଶ ପାଇଁ ୧.୫ ଲକ୍ଷ କୋଟି ଟଙ୍କା ବରାଦ ସହ ଏହାକୁ ୫୦ ବର୍ଷ ପାଇଁ ସୁଧ ମୁକ୍ତ ହେବାର ବ୍ୟବସ୍ଥା ,୫ ଲକ୍ଷ ମହିଳା ଏସ ସି ଏସ ଟି ବର୍ଗ ଙ୍କ ପାଇଁ ପାଞ୍ଚ ବର୍ଷ ଭିତରେ ୨ କୋଟିର ଟର୍ମ ଲୋନ୍ ପାଇଁ ବ୍ୟୟ ଅଟକଳ ବଜେଟ ରେ କରାଯାଇଛି

Leave A Reply

Your email address will not be published.