ବରିଷ୍ଠ ସାମ୍ବାଦିକ ଶ୍ରୀ ଅମ୍ବିକା କାନୁନ୍ ଗୋ ଙ୍କୁ ସମ୍ମାନିତ କଲେ ମହାମିହିମ ରାଜ୍ୟପାଳ

ସାମ୍ବାଦିକତା କ୍ଷେତ୍ରରେ ଜୀବନବ୍ୟାପି ସାଧନା ପାଇଁ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ପକ୍ଷରୁ ୧୬ ନଭେମ୍ବର ୨୦୨୪ ତାରିଖ, ଜାତୀୟ ପ୍ରେସ ଦିବସ ଅବସରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ, ଓଡ଼ିଶା ବିଧାନ ସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ରାଜ୍ୟ ର ବରିଷ୍ଶ ସାମ୍ବାଦିକ ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ଅମ୍ବିକା କାନୁନ୍ ଗୋ ଙ୍କୁ ସମ୍ମାନ ସୂଚକ ପେନସନ ପ୍ରଦାନକରି ସମ୍ଭର୍ଦ୍ଧିତ କରିଛନ୍ତି। ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଶ୍ରୀବାବୁସିଂ, ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ତଥା ଲୋକସେବକ ମଣ୍ଡଳର ଉପାଧ୍ୟକ୍ଷ ଶ୍ରୀଦୀପକ ମାଲବ୍ୟ, ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ, ଉପସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଓ ସାଧାରଣ ସମ୍ପାଦକ ଶ୍ରୀ ସନତ ମିଶ୍ର ଙ୍କ ସମେତ ବିଭିନ୍ନ ରାଜ୍ୟର ବରିଷ୍ଠ ସମ୍ବାଦିକ ମାନେ ଉପସ୍ଥିତ ଥିଲେ ।

ଶ୍ରୀ ଅମ୍ବିକା କାନୁନ୍ ଗୋ ରାଜ୍ୟ ର ବହୁ ପ୍ରତିଷ୍ଠିତ ସମ୍ବାଦ ପତ୍ର ରେ ସାମ୍ବାଦିକ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲା ବେଳେ ଜାତୀୟ ସ୍ତର ର ଏକାଧିକ ଇଂରାଜୀ ହିନ୍ଦୀ ମରାଠୀ ସମ୍ବାଦପତ୍ର ରେ ରାଜ୍ୟ ରୁ ପ୍ରତିନିଧିତ୍ଵ କରିଛନ୍ତି । ଏବେ ସେ ଇଂରାଜୀ ଦୈନିକ ଲୋକମତ ଟାଇମ୍ସ ର ବ୍ୟୁରୋ ମୁଖ୍ୟ ତଥା ରାଜ୍ୟ ର ପ୍ରତିନିଧି ରହିଛନ୍ତି । ଜଣେ ବିଶିଷ୍ଟ ସ୍ତମ୍ଭକାର ଭାବେ ରାଜ୍ୟ ର ଅଗ୍ରଣୀ ସମ୍ବାଦ ପତ୍ର ରେ ତାଙ୍କର ବହୁ ଚିନ୍ତାଶୀଳ ପ୍ରବନ୍ଧ ଫିଚର୍ ସ୍ଵତନ୍ତ୍ର ପ୍ରସଙ୍ଗ ପ୍ରକାଶିତ ହୋଇ ଆସୁଥିଲା ବେଳେ ରାଜ୍ୟ ର ବହୁ ସାମାଜିକ ଅନୁଷ୍ଠାନ ସହ ସେ ଜଡ଼ିତ ରହୁଛନ୍ତି । କଟକ ଜିଲ୍ଲା ର ସାଲେପୁର ଅନ୍ତର୍ଗତ ଧର୍ମାଗତପୂର୍ ଗାଁ ରେ ଜନ୍ମିତ ଶ୍ରୀ ଅମ୍ବିକା କାନୁନ୍ ଗୋ ଅର୍ଦ୍ଧ ଶତକ ଧରି ସାଲେପୁର ମହଙ୍ଗା ଅଞ୍ଚଳ ରେ ବିଭିନ୍ନ ଜନ ହିତକର କାର୍ଯ୍ୟ ଓ ସମାଜସେବା ରେ ଜଡିତ ରହିଛନ୍ତି ।

Leave A Reply

Your email address will not be published.