ନିଜ ପାଇଁ ଜୀବନ ବଞ୍ଚୁଥିବା ମଣିଷ ଙ୍କ ଭିଡ ଭିତରେ ଏମିତି କିଛି ନିଃସ୍ଵାର୍ଥପର ମଣିଷ ଥାଆନ୍ତି ଯେଉଁ ମାନେ ନିଜ ଜୀବନ କୁ ନର୍କ ରେ ପକାଇ ଅନାଥ ଅସହାୟ ଙ୍କ ପାଇଁ ପାଲଟି ଯାଆନ୍ତି ଦେବ ଦୂତ । ଅଜ୍ଞାନ ଅଶିକ୍ଷା ଅନ୍ଧ ବିଶ୍ବାସ ଅସହାୟତା ଅନ୍ଧାର ରେ ବିଶ୍ୱାସ ର ଦୀପ ଟିଏ ହୋଇ ସମାଜ କୁ ଭରସା ର ଆଲୁଅ ଦିଅନ୍ତି।ସେମାନଙ୍କର ସଂଖ୍ୟା ସୀମିତ ହେଲେ ବି ଶୂନ୍ୟ ନୁହେଁ

ଯେମିତି ଢେଙ୍କାନାଳ ବଳଦିଆବନ୍ଧ ମହୁଲପଡା ରେ ସମସ୍ତଙ୍କ ଅତି ଆପଣାଇ ମାମା ଭାବେ ପରିଚିତ ମାମି ଅପା ।

କୁନି କୁନି ପୁଆ ଝିଅ କିଶୋର କିଶୋରୀ ମାନଙ୍କୁ ନେଇ ଛୋଟ ଏକ ଶିଶୁ ଗୃହ ରେ ଅଭାବ ଅନଟନ ପ୍ରତିକୂଳତା ଭିତରେ ସଂଗର୍ଷ କରି ପ୍ରତିଷ୍ଠା କରିଛନ୍ତି ଏକ ନିଆରା ପରିବାର ।

Leave A Reply

Your email address will not be published.

six + 7 =