ସୁଭଦ୍ରା ଯୋଜନା ଲୋକାର୍ପଣ ରେ ମହିଳା ଙ୍କ ବ୍ୟାଙ୍କ୍ ଖାତା କୁ ଗଲା ପ୍ରଥମ କିସ୍ତି

ସୁଭଦ୍ରା ଯୋଜନା ରେ ମହିଳା ଙ୍କ ପାଇଁ ମିଳିଲା ପ୍ରଥମ କିସ୍ତି ର ପାଞ୍ଚ ହଜାର ଟଙ୍କା । ପାଇଲେ ୨୫ ଲକ୍ଷ ରୁ ଅଧିକ ମହିଳା । ପାଞ୍ଚ ବର୍ଷ ରେ ମିଳିବ ପଚାଶ ହଜାର ।

ରାଜ୍ୟ ରେ ମହିଳା ଙ୍କ ପାଇଁ ବହୁ ପ୍ରତିକ୍ଷୀତ ସୁଭଦ୍ରା ଯୋଜନା ର ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଟଙ୍କା ଭାବେ ୫ ହଜାର ଟଙ୍କା ମହିଳା ହିତାଧିକାୀମାନେ ଙ୍କ ବ୍ୟାଙ୍କ୍ ଖାତା ରେ ରାଜ୍ୟ ସରକାର ଙ୍କ ଆଜି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୪ ତମ ଜନ୍ମ ଦିନରେ ଜମା କରିଛନ୍ତି ।
ବଟନ ଟିପି ଜନତା ମଇଦାନରେ ସ୍ୱତନ୍ତ୍ର ଉତ୍ସବରେ ଆଜି ଭାରତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଜନ୍ମ ଦିବସ ରେ ଏହି ବହୁ ପ୍ରଚାରିତ ଓ ପ୍ରତିକ୍ଷୀତ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି ।


ବର୍ଷକୁ ୨ଟି କିସ୍ତିରେ ୧୦ ହଜାର ଟଙ୍କା ମିଳିବା ସହ ୫ ବର୍ଷରେ ୫୦ ହଜାର ଟଙ୍କା ମହିଳା ହିତାଧିକାରୀ ଙ୍କ ଖାତା କୁ ଯିବ । ତେବେ ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଖାତାକୁ ‘ସୁଭଦ୍ରା’ଟଙ୍କା ଯାଇଥିଲା ବେଳେ
ବର୍ତ୍ତମାନ ସୁଦ୍ଧା ୭୨ ଲକ୍ଷ ରୁ ଅଧିକ ଆବେଦନକାରୀ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି । ତେବେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ମିଳିଲା ପରେ ରାଜ୍ୟ ରେ ମହିଳା ମାନଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି । ୫୫୮୨୫ କୋଟି ଟଙ୍କା ର ବୋଝ ଏଥିଲାଗି ରାଜ୍ୟ ର ରାଜ କୋଷ ଉପରେ ଆଗାମୀ ପାଞ୍ଚ ବର୍ଷ ରେ ପଡ଼ିବାକୁ ଥିଲା ବେଳେ ୧୮ ରୁ ୬୦ ବର୍ଷ ର ବିଭାଜିତ ମହିଳା ଙ୍କ ପାଇଁ ଏହି ଯୋଜନା କରାଯାଇଛି ।

Leave A Reply

Your email address will not be published.

8 + 6 =