ଗୋବର ର ଅର୍ଥନୀତି

ସୁଧାଂଶୁ ମୋହନ ରାଉତ୍

ଭାରତ ରେ ସଂସ୍କୃତି ଧର୍ମ ଅର୍ଥନୀତି କୃଷି ପରିବେଶ ସ୍ବାସ୍ଥ୍ୟ ସହିତ ଗୋ ସମ୍ପଦ ର ସମ୍ପର୍କ ଅତ୍ୟନ୍ତ ନିବିଡ ଓ ଆନ୍ତରିକ । ମା କ୍ଷୀର ପରେ ଦେଶ ର ଦେଶୀୟ ପ୍ରଜାତି ର ଗୋ ରସ ହେଉଛି ଶିଶୁ ର ସର୍ବ ଶ୍ରେଷ୍ଠ ଆହାର। ଗାଈ ର ଗୋବର ଠାରୁ ଆରମ୍ଭ କରି ଗୋ ମୂତ୍ର ପର୍ଯ୍ୟନ୍ତ ସବୁ କିଛି ଚାଷ ବାସ ଜୈବିକ କୃଷି ସ୍ବାସ୍ଥ୍ୟ ଓ ପ୍ରାକୃତିକ କୀଟନାଶକ ପାଇଁ ବେଶ୍ ଉପଯୋଗୀ ।ତେବେ କେବଳ କ୍ଷୀର ନୁହେଁ ଗୋବର ଓ ଗୋ ମୂତ୍ର ର ଅର୍ଥନୀତି କୁ ନେଇ ଆଛି ବିପୁଳ ଅର୍ଥ ଅର୍ଜନ ର ସମ୍ଭାବନା ।

ସୁଧାଂଶୁ ମୋହନ ରାଉତ୍ ହେଉଛନ୍ତି ବୃତ୍ତି ରେ ବ୍ୟାଙ୍କର କିନ୍ତୁ ତାଙ୍କର ପ୍ରବୃତ୍ତି ହେଉଛି ସମାଜ ସେବା ।ଓଡ଼ିଶା ରେ ବହୁ ବର୍ଷ ବ୍ୟାଙ୍କ୍ ପରିଚାଳକ ଭାବେ କାର୍ଯ୍ୟ କଲା ବେଳେ ପରିବେଶ ସୁରକ୍ଷା ରକ୍ତ ଦାନ ମହିଳା ସଶକ୍ତିକରଣ ଠାରୁ ଆରମ୍ଭ କରି ଜରା ଶ୍ରମ ରେ ସେବା ଦିନ ପରିଚାଳନା ପର୍ଯ୍ୟନ୍ତ ବିସ୍ତାରିତ ତାଙ୍କ ଜୀବନ ର ବିନ୍ଦୁ ବଳୟ।ଏବେ ପ୍ରବାସ ରେ କଲିକତା ରେ ଥାଇ ବି ଉଭୟ ରଜ୍ୟ ଓ ପର ରାଜ୍ୟ ରେ ସେବା ରେ ମୁଖର ତାଙ୍କର ଯୁବ ଜୀବନ ।

୩୦ କୋଟି ଗୋ ସମ୍ପଦ ଥିବା ଆମ ଦେଶରେ ଅତିକମରେ 6 କୋଟି ଗୋବର ଗ୍ୟାସ ପ୍ଲାଣ୍ଟ ହୋଇପାରନ୍ତା ଚାଷୀଙ୍କ ଘରେ। 2 ଟି ଗୋରୁଗାଇ ଥିଲେ ବି ପ୍ଲାଣ୍ଟ ଚାଲିବ ଓ ଚାଷୀଙ୍କ କିଛି ଗ୍ୟାସ କିଣିବା ଖର୍ଚ୍ଚ କମି ଯାଆନ୍ତା। ଯେତିକି ଉତ୍ସାହ ଓ ନିପୁଣତା ସହକାରେ ଉଜ୍ବଳା ଯୋଜନା କାର୍ଯ୍ୟନ୍ୱୟନ ହେଲା ସେତିକି ଉତ୍ସାହରେ କଲେ ବିପୁଳ ମାତ୍ରାରେ ବୈଦେଶିକ ମୁଦ୍ରା ସଂଚୟ ହୁଅନ୍ତା। ଚାଷୀର ଆୟ କିଛି ବଢନ୍ତା। ଚାଷୀ ଆତ୍ମନିର୍ଭର ହେବାରେ ସହାୟକ ହୁଅନ୍ତା। 6 କୋଟି ଗୋବର ଗ୍ୟାସ ହେଲେ ଚାଷୀ ପିଛା ଯଦି ବାର୍ଷିକ ମାତ୍ର ୨ଟି LPG ସିଲିଣ୍ଡର କିଣିବା କମିବ ତେବେ ବର୍ଷକୁ ଆଠ -ଦଶ ହଜାର କୋଟି ଟଙ୍କା ଗରିବଙ୍କ ପାଖରୁ ଧନୀଙ୍କ( LPG ଟ୍ରାନ୍ସପୋର୍ଟର, ବଟଲିଂ ମାଲିକ, ବିଦେଶୀ ରପ୍ତାନିକାରୀ )ପାଖକୁ ଯିବା ବନ୍ଦ ହୁଅନ୍ତା।

ଚାଷୀ କେବେହେଲେ ତା ଗାଈ ଗୋରୁ ବିକିବା ପାଇଁ ଚାହେଁନି, ଗୋହତ୍ୟା ପାଇଁ ତ ଦୂରର କଥା। ଯେତେବେଳେ ସିଏ ଗାଈକୁ ପାଳିବା ଖର୍ଚ୍ଚ ଉଠେଇ ପାରେନି ସିଏ ବିକିବାକୁ ବାଧ୍ୟ ହୁଏ। ଚାଷୀକୁ ସଶକ୍ତ ଓ ଗୋହତ୍ୟା ବନ୍ଦ ପାଇଁ ଅନେକ ପ୍ରସ୍ତାବ ଭିତରୁ ଗୋବର ଗ୍ୟାସ ପ୍ଲାଣ୍ଟ ପ୍ରସ୍ତାବ ଗୋଟିଏ। ମନେରଖିବାକୁ ହେବ ଯାହାଙ୍କ ପାଇଁ ଭାରତରେ ଗାଈ ଙ୍କ ସଂଖ୍ୟା କେତେ କୋଟି ବଢିଛି ସିଏ ଗୋହତ୍ୟା – ଗୋହତ୍ୟା କହି କେବେ ଚିଲେଇ ନାହାନ୍ତି। ସମାଧାନ ବାଟ ବାହାର କରିଛନ୍ତି।

ପ୍ରତିକ୍ରିୟା ନୁହେଁ , ପ୍ରତିକାର ହେଉ।

ବ୍ୟାପକ ଗୋବର ଗ୍ୟାସ ପାଇଁ ସରକାରଙ୍କୁ ପ୍ରସ୍ତାବ ଟିଏ ଗଲା।

Leave A Reply

Your email address will not be published.

20 − fourteen =