ନିଶ୍ଚିନ୍ତକୋଇଲି ର କାଉଡ଼ିଆ ଙ୍କ ଉପରେ ମାଡିଗଲା କାର + ଜଣେ ମହିଳା ମୃତ/

ବିକାଶ ପାଇଁ ଦେଲେ ସବୁ ପ୍ରକାର ପ୍ରତିଶ୍ରୁତି

ନିଉଜ ଡେସ୍କ ୦୬/୦୭/୨୦୨୪

ସ୍ଥିର ଚିତ୍ର -ରବିନାରାୟଣ ଦାସ

ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ରୋଗୀ କଲ୍ୟାଣ ସମିତି ର ଅଧିବେଶନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକ୍ଷକ ଡାକ୍ତର ରଶ୍ମି ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି ।

ଏହି କାର୍ଯ୍ୟକ୍ରମ ରେ ମାହାଙ୍ଗା ର ନବ ନିର୍ବାଚିତ ବିଧାୟକ ଶ୍ରୀ ସାରଦା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାକ୍ତର ଖାନା ର ବିଭିନ୍ନ ସମସ୍ୟା ଶୁଣିବା ସହ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଦେଖିଥିଲେ । ତୁରନ୍ତ ଡାକ୍ତରଖାନା ର ଡାକ୍ତର ମାନଙ୍କ ସରକାରୀ ବସା ଘର ମରାମତି କରିବାକୁ ପ୍ରଶାସନ କୁ ନିର୍ଦ୍ଦେଶ ଦେବା ସହ ଆବଶ୍ୟକ ହେଲେ ବିଧାୟକ ପାଣ୍ଠି ରୁ ଅର୍ଥ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଫାଇଭ ଟି ଅଧୀନ ରେ ହୋଇଥିବା ଅଧାପନ୍ତରିଆ କାମ କୁ ଦେଖି ଉଦ୍ ବେଗ ପ୍ରକାଶ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଥିଲେ ।ସମସ୍ତ ବିଷୟ ରେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ରାଜସ୍ୱ ଓ ଆଇନ ମନ୍ତ୍ରୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କ ସହ ଆଲୋଚନା କରିବେ ବୋଲି ପ୍ରକାଶ କରିଥିଲେ । ସ୍ୱାଧୀନତା ର ୭୬ ବର୍ଷ ପରେ ଏହି ପୁରାତନ ଡାକ୍ତର ଖାନା ର ଏହି ଅବସ୍ଥା ଦେଖି ସେ ଏହାର ଭିତ୍ତି ଭୂମି ର ବିକାଶ ସହ ଖାଲି ପଡ଼ୁଥିବା ସମସ୍ତ ପଦବୀ ପୂରଣ ଦିଗ ରେ ସେ ସବୁ ପ୍ରକାର ଉଦ୍ୟମ କରି ପାଖାପାଖି ଦୁଇ ଲକ୍ଷ ଲୋକ ଙ୍କୁ ସ୍ବାସ୍ଥ୍ୟ ସେବା ଦେଉଥିବା ଡାକ୍ତରଖାନା ର ବିକାଶ ଏ ଅଞ୍ଚଳ ରେ ଜରୁରୀ ବୋଲି କହିଥିଲେ। ।

ତେବେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଭାର ପ୍ରାପ୍ତ ଅଧିକ୍ଷକ ଙ୍କ ନିଷ୍ଠା ସେବା କୁ ଭୂରି ଭୂରି ପ୍ରଶଂସା କରି ବହୁ ବର୍ଷ ପରେ ଏପରି ଜଣେ ସମର୍ପିତ ଅଧିକ୍ଷକ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ସେ ଦେଖିବାକୁ ପାଇଛନ୍ତି ବୋଲି ମାନ୍ୟବର ବିଧାୟକ ଗଣମାଧ୍ୟମ କୁ କହିଛନ୍ତି ।

ସୁଚନାଯୋଗ୍ୟ ଯେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଏରକଣା ଭଦ୍ରେଶ୍ୱର୍ ଜଗନ୍ନାଥପୁର ନୃତାଙ୍ଗ ସମସର୍ପୁର ପଣସପୁର୍ ବାସୁଦେବପୁର ଠାରେ ୬ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୋଟିଏ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ୩୦ ଟି ଉପ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି । ବିଗତ ସରକାର ସମୟ ରେ ଏଠାରେ ଚିକିତ୍ସା ସେବା ରେ ପରିଚାଳନା ଗତ ବିଭ୍ରାଟ ପାଇଁ ବହୁତ୍ ଅବନ୍ନତି ଘଟିଥିଲା । କିଛି ମାସ ପୂର୍ବରୁ ଜଣେ ଦକ୍ଷ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ନୂତନ ଅଧିକ୍ଷକ ଯୋଗ ଦେଲା ପରେ ତାଙ୍କର ବ୍ୟକ୍ତିଗତ ଆଗ୍ରହ ଓ ନିଷ୍ଠା ପାଇଁ ଚିକିତ୍ସା ସେବା ରେ ବ୍ୟାପକ ଉନ୍ନତି ପରିଲକ୍ଷିତ ହେଉଛି।

ଏବେକାର ନବନିର୍ବାଚିତ ବିଧାୟକ ଙ୍କ ର ମାହାଙ୍ଗା ର ସ୍ବାସ୍ଥ୍ୟ ସେବା ର ଉନ୍ନତି ପ୍ରତି ବିପୁଳ ଆଗ୍ରହ ପାଇଁ ମାହାଙ୍ଗା ର ବିଧାୟକ ଙ୍କୁ ଜନ ସାଧାରଣ ରେ ବେଶ୍ ପ୍ରଶଂସା କରାଯାଉଛି।

ବହୁଦିନ ରୁ ଏଠାରେ ଉପସ୍ଥାନ କୁ ବାୟୋମାଟ୍ରିକ କରି ସି ସି ଟି ଭି କୁ ସଂଚାର ଯୁକ୍ତ କରିବାପାଇଁ ବହୁ ବୁଦ୍ଧିଜୀବୀ ଓ ସାଧାରଣ ଜନତା ବିଧାୟକ ଙ୍କୁ ଅନୁରୋଧ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ ଚିକିତ୍ସକ ସ୍ବାସ୍ଥ୍ୟ କର୍ମଚାରୀ ବିଧାୟକ ଙ୍କୁ ଉଛସ୍ୱିତ ସମ୍ବର୍ଧନା ଜଣାଇ ପାଛୋଟି ନେଇଥିଲେ। ବୈଠକ ରେ ମାହାଙ୍ଗା ର ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ଞାନ ରଞ୍ଜନ ପଣ୍ଡା ଡାକ୍ତର ଜ୍ଞାନ ରଞ୍ଜନ ନାୟକ ଡାକ୍ତର ସାୟଂ ପରିଡ଼ା ଡାକ୍ତର ତନୁସ୍ମିତା ବିନ୍ଧାଣି ଡାକ୍ତର ଗ୍ରିସା ମହାନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦ୍ୟୁମ୍ନ ସାହୁ ମାହାଙ୍ଗା ବ୍ଲକ ଶିକ୍ଷାଧିକାରୀ ଯୋଗ ଦେଇଥିଲା ବେଳେ ସ୍ବାସ୍ଥ୍ୟ କେନ୍ଦ୍ର ର ପରିଦର୍ଶକ ଶ୍ରୀ ଗୋବିନ୍ଦ ବସ୍ତିଆ ପରୀକ୍ଷାଗାର ର ଟେକ୍ନିସିଆନ୍ ଶ୍ରୀ ଆଶିଷ ମହାନ୍ତି ସଞ୍ଜୀବ କୁମାର ମହାନ୍ତି ଙ୍କ ସମେତ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ବିଶିଷ୍ଟ ଶିକ୍ଷାବିତ୍ ସମାଜସେବୀ ଭାବଗ୍ରାହୀ ରାଉତ୍ ବିଧାୟକ ଙ୍କ ସହ ମାହାଙ୍ଗା ସ୍ବାସ୍ଥ୍ୟ ସେବା ର ଉନ୍ନତି ଉପରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.

twenty + thirteen =