ଆସ ଲଗାଇବା ତାଳ- ଦୂର ହେବ ପରା କାଳ

ତାଳ –କାଳ — ବଳ

ଶ୍ରୀ ସୁଧାଂଶୁ ମୋହନ ରାଉତ୍

ପରିବେଶ ସୁରକ୍ଷା ପାଇଁ ରୁଚି ରଖୁଥିବା ଓ ତୃଣମୂଲ ସ୍ତର ସବୁଜ ବସୁଧ ର ସ୍ବପ୍ନ କୁ ସାକାର କରିବାକୁ ସାଧ୍ୟ ମତେ କାର୍ଯ୍ୟ କରୁଥିବା ଶ୍ରୀ ସୁଧାଂଶୁ ମୋହନ ରାଉତ୍ ୨୦୨୨ ମସିହାରେ ସାମାଜିକ ଗଣମାଧ୍ୟମ ରେ ଏହି ଆଲେଖ୍ୟ ଟି ପ୍ରସ୍ତୁତ କରି ସରକାର ଙ୍କୁ ତାଳ ଗଛ ଲଗାଇବା ପାଇଁ ଅନୁରୋଧ ରଖିଥିଲେ ଆଉ ଆରମ୍ଭ ହୋଇଥିଲା ସଚେତନତାର ନୀରବ ଅଭିଯାନ । ଆଜି ଡେରି ରେ ହେଲେ ବି ତାହା ମୁଖର ହୋଇଛି ଆଉ ସରକାର ଙ୍କୁ ଘାରିଛି ଘଡଘଡି ଚିନ୍ତା ଆରମ୍ଭ ହୋଇଛି ତାଳ ଗଛ ଲଗେଇବାର ଆଉ ଏହାକୁ ସୁରକ୍ଷା ଦେବାର ସରକାରୀ ପ୍ରୟାସ ।

ଅନାବନା ଅନୁଚିନ୍ତା

ତାଳ ଗଛ ହଜୁଛି ଗାଁ ଦିଗବଳୟରୁ l ବିଜୁଳି ମାରିଲା , ବଢ଼େଇ ମୁଲ ଅଧିକ ଲାଗିଲା ଓ ଖୁବ ଅଧିକ ବର୍ଷ କାଠ ହେବାକୁ ଲାଗିବାରୁ ଗଛ କଟିଲେ l ବାତ୍ୟା ହେଲେ ଗଛ ଉପୁଡି ରାସ୍ତା ବନ୍ଦ ହେଇଯିବ ବୋଲି ଅଫିସର ମାନେ ରାସ୍ତା କଡେ ତାଳ ନ ଲଗେଇ କନିଅlର ଲଗେଇଲେ l

ହେଲେ କିଛି ଅଞ୍ଚଳରେ ବ୍ୟତିକ୍ରମ ଅଛି l
କେନ୍ଦ୍ରାପଡା ଜିଲ୍ଲା ର ପଟ୍ଟାମୁଣ୍ଡାଇ କେନାଲ କଡେ କଡେ ପ୍ରାୟ 20 ବର୍ଷ ପୂର୍ବେ ଲଗାଯାଇଥିବା ଶହ ଶହ ତାଳ ଗଛ ସବୁ ଏବେ ଯୌବନ ରେ l ତାଳ କାଠକୁ ବି ବିଭିନ୍ନ କାମରେ ଟିକେ କୁଶଳତା ପ୍ରୟୋଗ କରି ବ୍ୟବହାର କରି ଯାଇପାରନ୍ତା l ଏହାଖୁବ ଟାଣ ଓ ଗାଢ଼ ରଙ୍ଗ l ଶିଶୁ କାଠ ଭଳି ଘର ଆସବାବ ପତ୍ର ରେ ବ୍ୟବହାର କରାଯାଇ ପାରନ୍ତା l ତାଳ ପତ୍ର ଡାଲା ର ବ୍ୟବସାୟ ଭିତ୍ତିରେ ତିଆରି କରାଯାଇପାରନ୍ତl, ଜଗନ୍ନାଥ ମନ୍ଦିରରେ ପଲିଥିନ ବଦଳରେ ତାଳପତ୍ର ଡାଲା ବ୍ୟବହାର ହୁଅନ୍ତା l ବାଇ ଚଢେଇ ର ପ୍ରିୟ ଗଛ l ଜଗତସିଂହପୁର ଜିଲ୍ଲା ର ରଘୁନାଥପୁର ଠାରେ , କେନ୍ଦ୍ରାପଡ଼ା ର ବାଲିପାଟଣା ରାସ୍ତାରେ ମଧ୍ୟ ଧାଡି ଧାଡି ତାଳ ଗଛ ଲାଗିଛି l ଫୋଟୋ ଉଠା, ପ୍ରଚାର ବାହାରେ ଥାଇ ଗଛ ଲଗେଇଥିବା ସେ ଅଜଣା ବନ୍ଧୁ ମାନଙ୍କୁ ନମସ୍କାର l ପୁରୀ ଜିଲ୍ଲା ନିମାପଡାର ବିଜୟ ସାରଙ୍କ ଠାରୁ ଶିଖିବାର ଅଛି କେମିତି ହଜାର ହଜାର ଗଛ କମ ଖର୍ଚ୍ଚରେ ଲଗାଯାଏ l

ଏବେ ତାଳ ପାଚି ଗଛରୁ ଝଡ଼ୁଛି l ଟିକେ ଚେଷ୍ଟାକଲେ ଆପଣ ବି ପାରନ୍ତେ l ଗୋଟିଏ ତାଳ ରୁ ତିନିଟା ଗଛ ହେବ l କୁମାର ପୁର୍ଣିମା ବେଳକୁ ଗଜା ଓ ଆଉ ଛଅ ମାସରେ ଗଛ l ରାସ୍ତା ଓ ଜନ ଗହଳି ଜାଗା ଠାରୁ ଦୂରରେ, ନଈ ନାଳ ବନ୍ଧ, ପାହାଡ଼ ତଳ ଜାଗାରେ ଖୁବ କମ ଖର୍ଚ୍ଚ ଓ ବିନା ତତ୍ୱାବଧାନରେ ବଢ଼ି ଯାଆନ୍ତା l

“ବାପା ଖାଇଥିଲେ ତାଳ ପୁଅ କୁ ହେବ କାଳ ” ପୁରୁଣା ହେଲାଣି l

ବାପା ଲଗେଇଲେ ତାଳ,ପିଲାଙ୍କୁ ମିଳିବ ବଳ

lଏମିତି ନହେଉ ଦାନ୍ତ ଖୁଣ୍ଟିବାକୁ କାଠି ବିଦେଶରୁ ଆସୁଥିବା ଭଳି ଦିନେ ତାଳ ସାମଗ୍ରୀ ବି ବାହାରୁ ଆସିବ ଆଉ ତାଳ ଗଛ ସବୁ ହେଇଯିବ ଇତିହାସ ।ପିଲେ ସବୁ ବହି ରେ ଦେଖିବେ ତାଳ ଗଛ ଓ ଏହାର ମାଥାନ ରେ ଦୋଳି ଖେଳୁଥିବା ବାଇଆ ବସା ର ଛବି l

Leave A Reply

Your email address will not be published.

2 + 20 =